Uncategorized

ବିଜେଡିର ଯୁବ ମହାମିଶ୍ରଣ ପର୍ବ

ରାଉରକେଲା,୨୯/୪ (ଉତ୍କଳ ସମାଚାର): ଛେଣ୍ଡ କଲୋନୀ ପ୍ଲଟ ଏଲ ଓ ଇ ଏରିଆ ପଡିଆରେ ବିଜେଡି ଜିଲ୍ଲା ଉପସଭାପତି / ମୁଖପାତ୍ର  ଜୟନ୍ତ କୁମାର ମିଶ୍ର ଙ୍କ ସଭାପତି ତ୍ୱରେ,ବିଜେଡି ଯୁବ କାର୍ଯ୍ୟକାରୀ ସଭାପତି କାବୁଲି ପ୍ରତିହାରୀ ଙ୍କ ପ୍ରଚେଷ୍ଟାରେ,ଯେ ଯେ କ୍ଲବ ର ବରିଷ୍ଠ ନେତା ରାଜେଶ ଜେନା ଙ୍କ ନେତୃତ୍ୱରେ  ବିଜେଡିର ଯୁବ ମହାମିଶ୍ରଣ ପର୍ବରେ ଅମୁଲ୍ୟ ମଲ୍ଲିକ, ସନ୍ତୋଷ ସାହୁ, ବାପି ମଲ୍ଲିକ, ଏଲ ଡି ପରିଡା, ଜିତେନ୍ଦ୍ର ସାହୁ, ଅନିଲ ବେହେରା, ଗୁରୁ ମଲ୍ଲ, ସୋମିୟ ନାୟକ, ବିବେକ ମହାନ୍ତି, ଅନନ୍ତ ସାହୁ, ରାକେଶ ବେହେରା, ମହେଶ ମହାପାତ୍ର, ସୋନୁ ପାଣି, ବିଟୁ, ପ୍ରତ୍ଵଶ ଏବଂ ବିଜେଡି ଛାତ୍ର କାର୍ଯ୍ୟକାରୀ ସଭାପତି ସୋମିୟ ଦାସ ଙ୍କ ପ୍ରଚେଷ୍ଟାରେ ସୋମେନ ଚାଟlର୍ଜି ଙ୍କ ନେତୃତ୍ୱରେ, ଅରୂପ ଗୁପ୍ତା, ସୋନି ପ୍ରସାଦ, ଗୋବିନ୍ଦ ସିଂ, ଅଜୟ ତିର୍କୀ, ଚିଣ୍ଟୁ ସିଂ, ପବିତ୍ର, ପ୍ରଭାତ ସମେତ 20ରୁ ଉର୍ଦ୍ଧ ଯୁବକ ବିଜେଡିରେ ମିଶିଥିଲେ l ମାନ୍ୟବର ମନ୍ତ୍ରୀ ସାରଦା ପ୍ରସାଦ ନାୟକ ସମସ୍ତଙ୍କୁ ସ୍ୱାଗତ କରିବାସହିତ ଅଭିନନ୍ଦନ ଜଣାଇଛନ୍ତି l କାର୍ଯ୍ୟକ୍ରମ କୁ ପୂର୍ବତନ ପୌରାଧକ୍ଷା ରଶ୍ମି ଵାଲା ମିଶ୍ର,ସୁଦାମ ଦାସ,ମୃତୁଞ୍ଜୟ ମହାପାତ୍ର, ରଞ୍ଜନ ନାୟକ, ଅକ୍ଷୟ ଜେନା, ଉପେନ୍ଦ୍ର ଧଳ ସାମନ୍ତ, ସତ୍ୟନାରାୟଣ ମିଶ୍ର, ଆଲୋକ ବୋଷ ପରିଚାଳନା କରିଥିଲେ l ଦୀର୍ଘ 18ବର୍ଷ ଅବହେଳିତ ଥିବା ପ୍ଲଟ ଏରିଆ ର ଇତିହାସ ଓ ଛେଣ୍ଡ କଲୋନୀର ବିକାଶ ର ସମ୍ପୂର୍ଣ ତଥ୍ୟ ମାନ୍ୟବର ମନ୍ତ୍ରୀ ସାରଦା ବାବୁ ଉପସ୍ଥିତ ଥିବା କଲୋନୀ ବାସୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ l

Leave a Reply

Your email address will not be published. Required fields are marked *