ମହାନଗରମୁଖ୍ୟ ଖବରରାଜ୍ୟ

ଅଯୋଧ୍ୟାରେ ଶ୍ରୀରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା, ଅତାବିରା ଉତ୍ସବମୁଖର

ଅତାବିରା,୨୩/୧ (ଉତ୍କଳ ସମାଚାର) (ଖିରୋଜ ନାୟକ ):   ଅଯୋଧ୍ୟାରେ ହୋଇଥିବା ଶ୍ରୀରାମ ଲଲା ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ହେତୁ ସମଗ୍ର ଭାରତ ବର୍ଷରେ ଖୁସିର ଲହରୀ ଖେଳିଯାଇ ଉତ୍ସବମୁଖର ହୋଇଥିବାବେଳେ ବରଗଡ ଜିଲ୍ଲା ଅତାବିରାଠାରେ ମଧ୍ୟ ଦୁଇଦିନ ଧରି ଶ୍ରୀରାମଙ୍କ ନାରାରେ ଗର୍ଜି ଉଠିଥିଲା ଓ ବିଭିନ୍ନ ଅଂଚଳରେ ଘର ସାମ୍ନା ମାନଙ୍କରେ କଳସ, ଦୀପ ରଖି ପୂଜାର୍ଚନା କରିବାର ଦେଖିବାକୁ ମିଳିଥିଲା | ଅତାବିରା ହନୁମାନ ମନ୍ଦିରଠାରେ ରାମାୟଣ ପାଠ ହେବା ସହିତ ଶହଶହ ମହିଳା କଳସ ଯାତ୍ରାରେ ବାହାରି ପାର୍ବତୀ ମନ୍ଦିର ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ ଓ ଦୁଇଦିନ ଧରି ପୂଜାର୍ଚନା ସହିତ ପ୍ରସାଦ ର ବ୍ୟବସ୍ଥା ମଧ୍ୟ କରିଥିଲେ | ସେହିପରି ଜଗନ୍ନାଥ ମନ୍ଦିର ଠାରେ ଗ୍ରାମବାସି ଘଣ୍ଟବାଦ୍ୟ, କୀର୍ତନ କରି ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା ଓ ହନୁମାନ ଭେଷ କରି ନଗର ପରିକ୍ରମା କରି ହନୁମାନ ଙ୍କ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ ଗ୍ରାମବାସୀ ଓ ସମଗ୍ର ଗ୍ରାମବାସୀଙ୍କ ପାଇଁ ପ୍ରସାଦ ର ମଧ୍ୟ ବ୍ୟବସ୍ଥା କରିଥିଲେ | ଅଂଚଳରେ ସମସ୍ତଙ୍କ ଘର ସାମ୍ନାରେ କଳସ, ଦୀପ ରଖି ପୂଜା କରିଥିଲେ ଓ ବିଭିନ୍ନ ସ୍ଥାନରେ ଅନ୍ନଭୋଗର ବ୍ୟବସ୍ଥା ମାନ କରାଯାଇଥିଲା | ବହୁବର୍ଷ ର ଅପେକ୍ଷାର ଅନ୍ତ ହୋଇଅଛି ବୋଲି ସମସ୍ତ ଶ୍ରୀରାମ ଭକ୍ତ ତଥା ହିନ୍ଦୁ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଅଛି | ସମଗ୍ର ଅଂଚଳ ଉକ୍ତ ଦିନ ଜୟ ଶ୍ରୀରାମ ଙ୍କ ନାରାରେ ଗର୍ଜି ଉଠିଥିଲା | ଅତାବିରାରେ ମାରୱାଡି ସମାଜ ଦ୍ୱାରା 11000 ଦୀପ ପ୍ରଜ୍ବଳନ କରାଯାଇଥିଲା ତାସହିତ  ରଙ୍ଗୋଲି କାର୍ଯ୍ୟକ୍ରମ ମାଧ୍ୟମରେ  ପ୍ରଭୁ ଶ୍ରୀରାମ ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା |

Leave a Reply

Your email address will not be published. Required fields are marked *