ଅପରାଧମୁଖ୍ୟ ଖବରରାଜ୍ୟ

ଚୋରା ଚାଲାଣ ହେଉଥିବା ୮୨ଟି ଶୁଆ ସମେତ ୨ ଜଣ ଆସାମୀଙ୍କୁ ଧରିଲା ବନ ବିଭାଗ

ରାଉରକେଲା ୨୩/୧(ଉତ୍କଳ ସମାଚାର):, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ ପାନପୋଷ ବନାଞ୍ଚଳ ଅଧିକାରୀ ଞ୍କାନେନ୍ଦ୍ର ଲିମା, ବନପାଳ ପ୍ରଦୀପ କୁମାର ସାହୁ, ବନରକ୍ଷୀ ରଜତ କୁମାର ମହାନ୍ତି, ଅଲିଅଳ ବେହେରା, ଗୋବିନ୍ଦ ମହାପାତ୍ର, ଉମେଶ ଚନ୍ଦ୍ର ମହାପାତ୍ର, ସାଗର କୁମାର ବଲ, ଆଚଲ ଖାଖା ପ୍ରମୁଖ ଇନ୍ଦିରା ଗାନ୍ଧୀ ପାର୍କ ସମ୍ମୁଖରେ ଜଗିବସିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବନ୍ଧମୁଣ୍ଡା ଶୀତଳ ନଗର ବାସିନ୍ଦା ମୁନ୍ନା ସାହୁ, ୩୪ ବର୍ଷ ଏବଂ ରାଉରକେଲା ନାଲା ରୋଡର ଆନଓ୍ବାର ଏକ ମୋଟର ସାଇକେଲରେ ୧୦ଟି ଜଙ୍ଗଲୀ ଶୁଆଙ୍କୁ ଧରି ସେକ୍ଟର-୨ ବସ୍ ଷ୍ଟାଣ୍ଡ ଆଡକୁ ଯିବା ସମୟରେ, ସେଠାରେ ଜଗିବସିଥିବା ବନ ବିଭାଗର ଅଧିକାରୀମାନେ ସେମାନଙ୍କୁ କାବୁ କରିଥିଲେ ଓ ପାନପୋଷ ବନାଞ୍ଚଳ କାର୍ଯ୍ଯାଳୟକୁ ଆଣିଥିଲେ। ସେମାନଙ୍କୁ ପଚରା ଯିବାରୁ ସେମାନେ ଆଉ ୭୨ଟି ଜଙ୍ଗଲୀ ଶୁଆ ନାଲା ରୋଡର ଭଡା ଘରେ ଲୁଚାଇ ରଖିଥିବା ପ୍ରକାଶ କରିଥିଲେ। ବନ ବିଭାଗ ଅଧିକାରୀମାନେ ନାଲା ରୋଡ ଯାଇ ପୁନର୍ବାର ୭୨ଟି ଶୁଆଙ୍କୁ ଉଦ୍ଧାର କରିବା ସହିତ, ଆସାମୀ ଦ୍ବୟଙ୍କ ବିରୋଧରେ ଓ୍ବାଇଲଡ୍ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ – ୧୯୭୨ ଅଧିନ ୯, ୩୯, ୪୯(ଖ) ଓ ୪୯(ଗ) ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଛି। ଆଜି ପାନପୋଷ ବନାଞ୍ଚଲ କାର୍ଯାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ପ୍ରକାଶ କରିଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି, ଏସିଏଫ୍ ହରବିନ୍ଦର ସିଂହ ଏବଂ ପାନପୋଷ ବନାଞ୍ଚଲ ଅଧିକାରୀ ଞ୍କାନେନ୍ଦ୍ର ଲିମା ।

Leave a Reply

Your email address will not be published. Required fields are marked *