ମହାନଗରମୁଖ୍ୟ ଖବରରାଜ୍ୟ

ଶ୍ରୀରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅତାବିରାରେ ଜଳିଲା 11000 ଦୀପ

ଅତାବିରା, ୨୩/୧ (ଉତ୍କଳ ସମାଚାର) (ଖିରୋଜ ନାୟକ): ବରଗଡ ଜିଲ୍ଲା ଅତାବିରା ଏନଏସି ର ସମଗ୍ର ବାରଟି ୱାର୍ଡ ତଥା ସମଗ୍ର ଅତାବିରା ଅଂଚଳ ଅଯୋଧ୍ୟାଠାରେ ହେଉଥିବା ଶ୍ରୀରାମ ଲଲା ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇଯାଇଛି | ଠିକ ସେହିପରି ଅତାବିରାଠାରେ ମାରୱାଡି ସମାଜ ପକ୍ଷରୁ ସକାଳ ସମୟରେ ରଙ୍ଗୋଲି ପ୍ରତିଯୋଗିତା କରାଯାଇଥିବାବେଳେ ସନ୍ଧ୍ୟା ସମୟରେ ଧର୍ମଶାଳା ପାଖରେ ଥିବା ଖୋଲା ପଡିଆରେ ପ୍ରଭୁ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ ଓ ହନୁମାନ ଙ୍କ ପୂଜାର୍ଚନା କରି ଆରତୀ କରାଯାଇ କୁନିକୁନି ଛୁଆମାନେ  ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା, ହନୁମାନ ଭେଷକରିଥିଲେ ଓ ସମଗ୍ର ଅତାବିରା ଅଂଚଳବାସିଙ୍କ ଉପସ୍ଥିତିରେ 11000 ଦୀପ ଜଳେଇଥିଲେ ଏବଂ ପ୍ରସାଦ ବଣ୍ଟନ ମଧ୍ୟ କରାଯାଇଥିଲା | ଅତାବିରା ମାରୱାଡି ସମାଜ ଅଗ୍ରସେନ କମିଟି ତରଫରୁ ଏହା କରାଯାଇଥିଲା | ଦୀପ ଜଳେଇ, ବାଣ ଫଟେଇ ଭଗବାନ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସମଗ୍ର ଅଂଚଳବାସି ସ୍ୱାଗତ କରିଛନ୍ତି |

Leave a Reply

Your email address will not be published. Required fields are marked *