ମହାନଗରମୁଖ୍ୟ ଖବରରାଜ୍ୟ

ଜିନ୍ଦଲ କ୍ରୀଡା ଛାତ୍ରାବାସର କ୍ରୀଡ଼ାବିତମାନଙ୍କ ଦକ୍ଷିଣାଞ୍ଚଳ ‘ଖେଲୋ ଣ୍ଡିଆ’ ଉଷୁ ମହିଳା ଲିଗ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ

ଯୋଡା/ବଡ଼ବିଲ,୨୫/୧ (ଉତ୍କଳ ସମାଚାର):: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ଦ୍ୱାରା ବଡ଼ବିଲରେ ସ୍ଥାପିତ ଜିନ୍ଦଲ କ୍ରୀଡା ଛାତ୍ରାବାସର ଉଷୁ ଖେଳାଳିମାନେ ତାମିଲନାଡୁର କୋଏମ୍ବାଟୁର ଠାରେ, ୨୦୨୪ ଜନୁଆରୀ ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଦକ୍ଷିଣାଞ୍ଚଳ ‘ଖେଲୋ ଇଣ୍ଡିଆ’ ଉଷୁ ମହିଳା ଲିଗ୍‌ରେ ୬ ସ୍ୱର୍ଣ, ୨ ରଜତ ଓ ୧ କାଂସ୍ୟ ପଦକ ଜିତି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଉକ୍ତ ସଫଳତା ପାଇଅଥିବା ଛାତ୍ରାବାସର କ୍ରୀଡ଼ାବିତମାନେ ହେଉଛନ୍ତି,  ସବିନୀ ମୁଣ୍ଡା: ସ୍ୱର୍ଣ ପଦକ (୨୭ କେଜି ସବ-ଜୁନିୟର), ସୁଶ୍ରୀ ଲକ୍ଷ୍ମୀ ମୁଣ୍ଡା: ସ୍ୱର୍ଣ ପଦକ (୪୨ କେଜି  ସବ-ଜୁନିୟର), ସୁଶ୍ରୀ ଉନ୍ନତି ପ୍ରସାଦ: ସ୍ୱର୍ଣ ପଦକ (୪୫ କେଜି ସବ-ଜୁନିୟର), ସୁଶ୍ରୀ ଶ୍ୱେତା ମହାନ୍ତ: ସ୍ୱର୍ଣ ପଦକ (୪୮ କେଜି ଜୁନିୟର), ସୁଶ୍ରୀ ସବିତା ମୁଣ୍ଡା: ସ୍ୱର୍ଣ ପଦକ (୫୨ କେଜି ଜୁନିୟର), ସୁଶ୍ରୀ ମଞ୍ଜୂ ମୁଣ୍ଡା: ସ୍ୱର୍ଣ ପଦକ (୪୫ କେଜି ସିନିୟର), ସୁଶ୍ରୀ ସିବାନୀ ମୁଣ୍ଡା: ରଜତ ପଦକ (୩୦ କେଜି ସବ-ଜୁନିୟର), ସୁଶ୍ରୀ ସୁମନ ପାତ୍ର: ରଜତ ପଦକ (୩୬ କେଜି ସବ-ଜୁନିୟର), ସୁଶ୍ରୀ ସୁମିତ୍ରା ମୁଣ୍ଡା: କାଂସ୍ୟ ପଦକ (୪୫ କେଜି ଜୁନିୟର)।  ଏହି ମହତ୍ତ୍ୱପୂର୍ଣ୍ଣ ସଫଳତା ଦ୍ୱାରା ଖେଳାଳି ମାନେ କେବଳ ଜିନ୍ଦଲ କ୍ରୀଡା ଛାତ୍ରାବାସ ନୁହେଁ ପରନ୍ତୁ ଯୋଡା/ବଡ଼ବିଲ ଅଂଚଳ ଓ ପୁରା ଓଡିଶା ପାଇଁ ଗୌରବ ଆଣିପାରିଛନ୍ତି । କେନ୍ଦୁଝର ଜିଲ୍ଲାରେ ପ୍ରଥମ କରି ସ୍ଥାପିତ ଏଭଳି ଏକ ଛାତ୍ରାବାସ ଗ୍ରାମୀଣ ଓ ଆଦିବାସୀ ପିଲାମାନଙ୍କର ଖେଳର ଉନ୍ନତି ଓ ସମାଜର ସାମଗ୍ରିକ ଉନ୍ନତି ପାଇଁ ଜେଏସପି ଫାଉଣ୍ଡେସନର ପ୍ରତିବଦ୍ଧତାକୁ ଦୋହରାଉଛି । ରାଜ୍ୟରେ କ୍ରୀଡା ଭିତ୍ତିଭୂମି ବିକାଶ ଉପରେ ଓଡିଶା ସରକାରଙ୍କ ନୀତିକୁ ଦୃଷ୍ଟିରେ ରଖି ଏହି ହଷ୍ଟେଲ ପ୍ରତିଷ୍ଠା କରାଯାଇଛି। ଫାଉଣ୍ଡେସନ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ଶାରୀରିକ ସୁସ୍ଥତା ଉପରେ ତାଲିମ ମଧ୍ୟ ଯୋଗାଇ ଦିଆଯାଉଛି | ଏହି ଛତ୍ରବାସରେ ଖେଳାଳିମାନଙ୍କୁ ଆଧୁନିକ ସୁବିଧା ସୁଯୋଗ, କ୍ରୀଡା ଉପକରଣ ସହ ପ୍ରତିଷ୍ଠିତ କୋଚଙ୍କ ଦ୍ୱାରା ଟ୍ରେନିଂ ଯୋଗାଇ ଦିଆଯାଉଛି । ଏହି ସଫଳତାରେ ତାଙ୍କର ଖୁସି ପ୍ରକଟ କରି, ଜେସପିର ମାନନୀୟ ଅଧ୍ୟକ୍ଷ, ଶ୍ରୀ ନଵୀନ ଜିନ୍ଦଲ ଓ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍, ଶ୍ରୀମତୀ ଶାଲୁ ଜିନ୍ଦଲ, ଖେଳାଳି ମାନଙ୍କର କଠିନ ପରିଶ୍ରମ ଓ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବଡ଼ବିଲ ଅଞ୍ଚଳର ପିଲାମାନଙ୍କୁ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ସବୁପ୍ରକାର ସହଯୋଗ ଯୋଗାଇ ଦେବାକୁ ଫାଉଣ୍ଡେସନର ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ଉଲ୍ଲେଖ କରିଛନ୍ତି ।  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଶାଖା, ଜେଏସପି ଫାଉଣ୍ଡେସନ, କେନ୍ଦୁଝର ଜିଲ୍ଲାର ଯୁବକମାନଙ୍କୁ ଉଷୁ ଖେଳିବାକୁ ସହାୟତା ଏବଂ ପ୍ରୋତ୍ସାହନ ଦେଇଆସୁଛି । ଫାଉଣ୍ଡେସନ, ଓଡିଶା ରାଜ୍ୟ ଉଷୁ ଆସୋସିଏସନ ସହଯୋଗରେ, ଗତ ଏକ ଦଶନ୍ଧିରୁ ଅଧିଜ ଦିନ ଧରି କେନ୍ଦୁଝର ଜିଲ୍ଲା ଉଷୁ ଦଳକୁ ପୃଷ୍ଠପୋଷକତା କରିଆସୁଛି। ଫାଉଣ୍ଡେସନ ପକ୍ଷରୁ ତାଲିମ କେନ୍ଦ୍ରର ବିକାଶ, ଜାତୀୟ ସ୍ତରର ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ସୁବିଧା, ଖେଳାଳିଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପୋଷାକ ଏବଂ ପରିବହନ ସୁବିଧା ଇତ୍ୟାଦି ପ୍ରଦାନ କରାଯାଉଛି I ବିଗତ ବର୍ଷଗୁଡିକରେ ଜେଏସପି ଫାଉଣ୍ଡେସନର ସହାୟତାରେ ଶ୍ଵେତା ରାଣୀ ମହନ୍ତଙ୍କ ବ୍ୟତୀତ ବବୁଲୁ ଏବଂ ମଞ୍ଜୁ ମୁଣ୍ଡା ଯଥାକ୍ରମେ ବ୍ରାଜିଲ, ବୃନେୟୀ ଏବଂ ମସ୍କୋରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଉଷୁ ଟୁର୍ନାମେଣ୍ଟରେ ରୌପ୍ୟ ଏବଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । 

Leave a Reply

Your email address will not be published. Required fields are marked *