ଅପରାଧମୁଖ୍ୟ ଖବରରାଜ୍ୟ

ଧରା ପଡ଼ିଲା ନକଲି ସିମ୍ କାର୍ଡ ରାକେଟ, ୩ଶହରୁ ଉର୍ଦ୍ଧ ସାଇବର କ୍ରାଇମରେ ସମ୍ପୃକ୍ତ

କେନ୍ଦୁଝର,୨୫/୧ (ଉତ୍କଳ ସମାଚାର): ଦିନକୁ ଦିନ ସାଇବର କ୍ରାଇମ ଜନିତ ଅପରାଧର ସଂଖ୍ୟା ବୃଦ୍ଧି ପାଉଛି। ଏହି ସାଇବର କ୍ରାଇମ ନେଇ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଉଛି। ବ୍ୟାପକ ସଚେତନତା ଅଭିଯାନ ସ୍ୱତେ ସାଇବର କ୍ରାଇମ ଜନିତ ଅପରାଧ ସଂଖ୍ୟା ବୃଦ୍ଧି ପାଉଛି। ଏହି ସାଇବର କ୍ରାଇମ ଜନିତ ଅପରାଧ ନେଇ ନୂତନ ବର୍ଷରେ କେନ୍ଦୁଝର ପୋଲିସକୁ ମିଳିଛି ବଡ ସଫଳତା। ସାଇବର କ୍ରାଇମରେ ବ୍ୟବହାର ହେଉଥିବା ନକଲି ନାମରେ ମୋବାଇଲ ସିମ କାର୍ଡ ରାକେଟକୁ ଧରିବାରେ ସଫଳତା ପାଇଛି କେନ୍ଦୁଝର ପୋଲିସ। ଏନେଇ ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର ଦଗଡୁ । ଏହି ନକଲି ସିମ କାର୍ଡ ଗ୍ୟାଙ୍ଗ ଚଳାଇଥିବା ୪ଜଣ ଅପରାଧୀଙ୍କୁ ଧରିଛି କେନ୍ଦୁଝର ପୋଲିସ । ଏହା ସହ ସେମାନଙ୍କ ଠାରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ ଟି ବାଇମେଟ୍ରିକ ସ୍କାନର , ୨୫ ଟି ଏଟିଏମ୍ କାର୍ଡ଼ , ୨୫ ଟି ଆଇଡି କାର୍ଡ , ୧ ଟି ଲାପଟପ , ୭ ଟି ପାସ ବହି , ୧୮୫ ଟି ଫଟ , ୫୦୭୧ ଟଙ୍କା ଜବତ କରିଛି କେନ୍ଦୁଝର ପୋଲିସ। ଏସ ପି ଙ୍କ ସୂଚନା ଅନୁଯାୟୀ ଏମାନେ ବିଭିନ୍ନ ସୀମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବାବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣନ୍ତରେ ସିମ୍ ବାହାର କରି ସାଇବର ଠକ ମାନଙ୍କୁ ଦେଉଥିଲେ । ସମସ୍ତ ଅପରାଧୀ କେନ୍ଦୁଝର ଘଷିପୁରା ଥାନା ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ନାଁ ରାଜକିଶୋର ଜେନା, ତପନ କୁମାର ଜେନା, ସୁବ୍ରତ ଜେନା ଓ ପ୍ରଦୀପ କୁମାର ଜେନା ବୋଲି ସୂଚନା ଦେଇଛି ପୋଲିସ।ଏମାନଙ୍କ ମଧ୍ୟରେ ରାଜ କିଶୋର ଜେନା ନାମରେ ଦେଶ ସାରା ୩୦୦ରୁ ଉର୍ଦ୍ଧ ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ଏହା ଗ୍ୟାଙ୍ଗ ୪୦୦୦ରୁ ଉର୍ଦ୍ଧ ନକଲି ସିମ୍ କାର୍ଡ ଝାଡଖଣ୍ଡ, ବିହାର, ରାଜସ୍ଥାନ ସାଇବର ଠକଙ୍କୁ କରିଥିଲେ ବିକ୍ରି କରିଥିବା ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କ ନାମରେ ସାଇବର ଥାନା କେସ ନମ୍ୱର୍ ୫/୨୦୨୪ରେ ସେକ୍ସନ ୪୧୯,୪୨୦,୩୪ ଧାରା ଆଇପିଶି ୬୬(ସି),୬୬(ଡି) ଆଇଟି ଆକ୍ଟ ଅନୁଯାୟୀ କେସ ରୁଜୁ କରି କେନ୍ଦୁଝର ପୋଲିସ ତଦନ୍ତ ଚଳାଇଛି। ଏହା ସହ ଆନ୍ତରାଜ୍ୟ ଲିଙ୍କ ନେଇ ଅଧିକ ତଦନ୍ତ ଜାରି ଥିବା କେନ୍ଦୁଝର ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *