ମହାନଗରମୁଖ୍ୟ ଖବରରାଜ୍ୟ

ରାଉରକେଲାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା,୨୭/୧ (ଉତ୍କଳ ସମାଚାର): ରାଉରକେଲାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଉତ୍ତରାଂଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଵା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ ସମ୍ବିଧାନ ନିର୍ମାଣରେ ମୁଖ୍ଯ ପୁରୋଧା ମାନଙ୍କୁ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ରାଉରକେଲାବାସୀ ଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଆଜିର ଏହି ପବିତ୍ର ଦିବସରେ ରାଉରକେଲା ବାସୀ ଐକବଦ୍ଧ ହୋଇ ରାଉରକେଲା ସହରକୁ ଉନ୍ନତିର ଚରମ ଶୀର୍ଷ ରେ ପହଞ୍ଚିଇବା ତଥା ଏକ ସ୍ବଚ୍ଛ ସହର ଭାବରେ ଗଢ଼ି ତୋଳିବା ନିମନ୍ତେ ସହଯୋଗର ହାତ ବଢାଇବା।  ଆମ ଜିଲ୍ଲା ଆମ ରାଜ୍ଯର ତଥା ଆମ ଦେଶର ନାମ କରିବା ପାଇଁ ଆଜିର ଯୁବପିଢ଼ି ସଂକଳ୍ପ ବଦ୍ଧ ହେବା ଆବଶ୍ଯକ।  ଏହା ବ୍ୟତୀତ ସେ କହି ଥିଲେ ଯେ କ୍ରୀଡା ଜଗତରେ ରାଉରକେଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଠାରୁ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ଆର ଆଇ ପୋଲିସର ଜ୍ୟୋତି କୁମାର କିରୋଙ୍କ ନେତୃତ୍ୱରେ ପ୍ୟାରେଡ ହୋଇଥିଲା। ପ୍ୟାରେଡ ରେ ୪୨ ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ଯ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର କ୍ରୀଡ଼ା ପ୍ରତିଭା, ସାମାଜିକ ସଂଗଠନର ସଦସ୍ଯଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲାା ଏହି କାର୍ଯ୍ୟକ୍ରମ ପରେ ପରେ ଶ୍ରୀ ଦଳାଇ ରାଉରକେଲାର ମୁଖ୍ଯ କରାଗାରର ଅନ୍ତେବାସୀ ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମାଚଂଳ ଡିଆଇଜି ନୀତି େଶଖର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଡିଆଇଜି ମିତ୍ରଭାନୁ ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ, ଆରଡିଏ ସଚିବ ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ଯା ରେ ଜନ ସାଧାରଣ ଉପସ୍ଥିତ ଥିଲେ। ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମର ଆୟୋଜନରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଏବଂ କାର୍ଯ୍ୟାଳୟର କର୍ମଚାରୀ ସୁନନ୍ଦା ଦତ୍ତ, ବଦ୍ରିନାଥ ରାଉତ, ଭମା ଅହିର, ପ୍ରଦୀପ ମଲ୍ଲିକ ସହଯୋଗ କରିଥିବା ବେଳେ ସାମ୍ବାଦିକ ମହେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ।  ଏହା ବ୍ଯତୀତ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ଯ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର ମୁଖ୍ଯ ଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇଥିଲା। ରାଉରକେଲା ମହାନଗର ନିଗମ, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ସ୍ମାର୍ଟସିଟି ର କାର୍ଯ୍ୟାଳୟ ଏବଂ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ ରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ର ଆୟୁକ୍ତ ଡା ଶୁଭଙ୍କର ମହାପାତ୍ର ପତାକା ଉତ୍ତୋଳନ କରିଥିଲେ।

Leave a Reply

Your email address will not be published. Required fields are marked *