ଅପରାଧମୁଖ୍ୟ ଖବରରାଜ୍ୟ

ପୋଲିସ୍ ଦ୍ବାରା ଅନ୍ତର୍ଜାତୀୟ ସାଇବର ଅପରାଧରେ ୬ ଜଣ ଅପରାଧୀ ଗିରଫ

ରାଉରକେଲା, ୨୭/୧ (ଉତ୍କଳ ସମାଚାର): ଅନ୍ତର୍ଜାତୀୟ ସାଇବର୍ ଅପରାଧରେ ଜଡିତ ଥିବା ୬ ଜଣ କୁଖ୍ଯାତ ସାଇବର୍ ଅପରାଧିଙ୍କୁ ରାଉରକେଲା ପୋଲିସ୍ ଗିରଫ କରିବା ସହିତ ୧୫କୋଟି ଟଙ୍କା (ଭାରତୀୟ ମୁଦ୍ରା) ଘୋଟାଲାର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ୍। ଏ ବିଷୟରେ ଆଜି ରାଉରକେଲା ପୋଲିସ୍ ମୁଖ୍ଯାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର।  ଘଟଣାରୁ ପ୍ରକାଶ ଯେ, କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀଙ୍କର ୬୭ଲକ୍ଷ ୭୦ହଜାର ସାଇବର ଠକେଇ ହୋଇଥିବା ଅଭିଯୋଗ ପରେ, ରାଉରକେଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପାନପୋଷ ସବଡିଭିଜନାଲ ପୋଲିସ ଅଧିକାରୀ ଉପାସନା ପାଢୀ ଘଟଣାର ଅନୁସନ୍ଧାନ କରୁଥିବା ସମୟରେ ଘଟଣା ପଦାକୁ ଆସିଥିଲା। ଏହା ଅନ୍ତର୍ଜାତୀୟ ଅପରାଧ ସହିତ ଜଡିତ ଓ ଏଥିରେ ବହୁ ସଂସ୍ଥା ସଂଶ୍ଲିଷ୍ଟ ଅଛନ୍ତି ବୋଲି ଜଣାପଡିବା ପରେ ଭାରତୀୟ ସାଇବର୍ ଏକ୍ସପର୍ଟଙ୍କ ସହାୟତା ନିଆଯାଇଥିଲା ଏବଂ ରାଉରକେଲା ପୋଲିସ୍ ୬ଜଣ ଅପରାଧିଙ୍କୁ ଗିରଫ କରିବାରେ ସମର୍ଥ ହେବା ସହିତ ସେମାନଙ୍କ ନିକଟରୁ ସାଇବର୍ ଜରୁରୀ ସାମଗ୍ରୀ ଜବତ କରାଯାଇଥିଲା। ଏହି ମାମଲାରେ ସଂଶ୍ଲିଷ୍ଟ ଥିବା ଉଚ୍ଚ ଅପରାଧିମାନେ ଅନ୍ତର୍ଜାତୀୟ ସାଇବର ଅପରାଧରେ ଜଡିତ ଅଛନ୍ତି ଏବଂ ବହୁ ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ କରୁଥିବା ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି। ଭାରତର ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ, ଛତିଶଗଡ, ଝାରଖଣ୍ଡରୁ ଜେସିସିଟି ମ୍ଯାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ (ଜେଏମ୍ଆଇଏସ୍) ଅଧିନ 14ସି ଅନ୍ତର୍ଗତ ୨୧୦ ଏଭଳି କମ୍ପ୍ଲେନ୍ ଆସିବା ଘଟଣା ଜଣାପଡିଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ଭିଲାଇର ହୋଇଥିବା ବେଳେ ତା’ର ଜଣାଶୁଣା ଭିଲାଇର ପଙ୍କଜ ରାଓ କାମ୍ବୋଡିଆ ଯାଇ ୨୦୦ ସିମ୍ କାର୍ଡ ସହିତ ବ୍ଯାଙ୍କ୍ ବିବରଣୀ ବିଦେଶୀଙ୍କୁ ପ୍ରଦାନ କରିଥିବା ପୋଲିସ୍ ପ୍ରକାଶ କରିଛି। ଭାରତୀୟ ସିମ୍ କାର୍ଡଗୁଡ଼ିକ ସନ୍ଦିପ ଜୈନ ନାମରେ ଇସୁ କରାଯାଇଥିବା ପୋଲିସ ଜାଣିବାକୁ ପାଇଛି। ସାଇବର୍ ଅପରାଧିମାନେ ଇନ୍ଦିରା ସିକ୍ୟୁରିଟିଜ୍ ନାମରେ ଗୋଟିଏ ମୋବାଇଲ ଆପ୍ ତିଆରି କରି ଛଦ୍ମ କାରବାର କରୁଥିବାରୁ କାହାରି ସନ୍ଦେହରେ ଆସି ନଥିବା ପୋଲିସ ପ୍ରକାଶ କରିଛି। ଅପରାଧିମାନେ କାମ୍ବୋଡ଼ିଆ ଓ ଆବୁଧାବୀରେ ରହି ଭାରତୀୟ ଲୋକଙ୍କୁ ଆକୃଷ୍ଟ କରି କାରବାର ମଧ୍ୟ କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଏହି ସାଇବର ଅପରାଧୀମାନେ ବେଆଇନ ଭାବେ ଫଣ୍ଡ ଟ୍ରାନ୍ସଫର ସହିତ ୟୁଏସଡିଟି – କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ, ପେପଲ୍ ଇତ୍ଯାଦି ସହିତ ଟେଲେଗ୍ରାମ୍ ଓ ହ୍ବାର୍ଟସ୍ ଆପ୍ ଗୃପ୍ ମାଧ୍ୟମରେ ଏହି କରିଛନ୍ତି ବୋଲି ପୋଲିସ ପ୍ରକାଶ କରିଛି। ଏମାନଙ୍କ ମଧ୍ୟରୁ ମହମ୍ମଦ ନସିମ୍ ମହାଦେବ ବେଟିଂ ଆପ୍ ସହିତ ଜଡିତ ଅଛି ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟତମ ଅପରାଧି ଉଜ୍ଜଲ ଏହି ମହାଦେବ ବେଟିଂ ଆପ୍ ତିଆରି କରିଥିବା ଏବଂ ସେ ଦୁବାଇ, କାମ୍ବୋଡିଆ ଓ ଶ୍ରୀଲଙ୍କା ଯାଇଛି ବୋଲି ପୋଲିସ ପ୍ରକାଶ କରିଛି। ଏହି ଘଟଣାର ଅଧିକ ଅନୁସନ୍ଧାନ ଜାରିରହିଛି ବୋଲି ପ୍ରକାଶ କରିଛି। ପୋଲିସ୍ ପକ୍ଷରୁ ବ୍ଯାଙ୍କ ଓ କ୍ରିପ୍ଟୋ ଅପରେଟରଙ୍କୁ ଅନୁରୋଧ କରାଯାଇ ବିଶେଷ ବିବରଣୀ ଦେବାକୁ କୁହାଯାଇଛି। ମୁଖ୍ଯ ଅଭିଯୁକ୍ତ ଜଣେ ବିଦେଶୀ ନାଗରିକ ହୋଇଥିବା ହେତୁ ଅନ୍ତର୍ଜାତୀୟ ଅପରାଧ ଭାବେ ବିବେଚନା କରାଯାଉଛି ଓ ଅନୁସନ୍ଧାନ ଜାରିରହିଛି।  ଗିରଫ ହୋଇଥିବା ସାଇବର ଅପରାଧୀଙ୍କ ମଧ୍ଯରେ ରାଏପୁରର ସନ୍ଦିପ ଜୈନ (୪୦ ବର୍ଷ), ଭିଲାଇର ପଙ୍କଜ ରାଓ (୩୩ ବର୍ଷ), ଭିଲାଇର ଏମ୍ ଡି ନସିମ୍ମୁଦିନ (୪୫ ବର୍ଷ), ଭିଲାଇର ନବୀନ ରାଓ (୩୫ ବର୍ଷ) ଏବଂ ଭିଲାଇର ଉଜ୍ଜଲ ଉତ୍କର୍ଷ (୨୨ ବର୍ଷ)। ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଲ କୋର୍ଡ଼ର ଧାରା ୪୨୦/୪୧୯/୪୬୫/୪୬୭/୪୭୧/୧୨୦(ବି)/୩୪ ଦଫାରେ କେସ୍ ନମ୍ବର ୨୯ ରୁଜୁ କରାଯାଇଛି ଏବଂ କୋର୍ଟ ଫରଓ୍ବାର୍ଡ କରାଯାଇଛି।

ReplyForwardAdd reaction

Leave a Reply

Your email address will not be published. Required fields are marked *