ମହାନଗରମୁଖ୍ୟ ଖବରରାଜ୍ୟ

ଡାଲମିଆ ସିମେଣ୍ଟରେ ସାଧାରଣତନ୍ତ୍ର ଦିବସ ପାଳିତ

ରାଜଗଙ୍ଗପୁର,୨୭/୧ (ଉତ୍କଳ ସମାଚାର): ସ୍ଥାନୀୟ ବୀର ବିର୍ସା ଷ୍ଟାଡିଅମଠାରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁର ତରଫରୁ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ଏକ ମହତ ପ୍ରଥା ଅନୁଯାଇ କମ୍ପାନୀର ବରିଷ୍ଠତମ କର୍ମଚାରୀ ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇଥାନ୍ତି, ତେଣୁ ଉତ୍ପାଦନ ଓ ପ୍ରକ୍ରିୟା ବିଭାଗର ମ୍ୟାନେଜର ଶ୍ରୀ ଲାଲଜୀ ସିଂ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ ସେ ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଦେଶ ଏବଂ ଦେଶର ମହାନ ଇତିହାସ ପ୍ରତି ସମ୍ମାନ ଅର୍ପଣ କରିଥିଲେ l ସମ୍ମାନିତ ଅତିଥି ଭାବେ ଯାନ୍ତ୍ରିକ ବିଭାଗର ଟେକ୍ନିସିଆନ୍ ଶ୍ରୀ ଅଭିସିକ୍ତା ବିଶ୍ୱାଳ, ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ଜାତୀୟ ଉତ୍ପାଦନ ମୁଖ୍ୟ ଶ୍ରୀ ଗଣେଶ ଜିରକୁଣ୍ଠୱାର, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଡିସିବିଏଲ୍ ଓ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଶ୍ରୀ ଚେତନ ଶ୍ରୀବାସ୍ତବ, ଏଇଡି ଡିସିବିଏଲ୍‌ ଓ ରାଜଗାଙ୍ଗପୁର ମାନବ ସମ୍ବଳ ବିଭାଗ ମୁଖ୍ୟ ଡଃ.ନୀଳାଦ୍ରି ଭୂଷଣ ପାଢୀ, ଲାଞ୍ଜିବେର୍ଣ୍ଣା ଖଣି ମୁଖ୍ୟ ଶ୍ରୀ ଓମ୍‌ପ୍ରକାଶ ଖେଲକର, ଡାଲମିଆ ବିଦ୍ୟାମନ୍ଦିର ରାଜଗାଙ୍ଗପୁର ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଜୟଦେବ କର ଏବଂ ଡାଲମିଆ ଶିଳ୍ପ ତାଲିମ କେନ୍ଦ୍ର (ଡିଆଇଟିଆଇ) ଅଧକ୍ଷ ଶ୍ରୀ ଦେବବ୍ରତ ପ୍ରଧାନ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜିରକୁଣ୍ଠୱାର ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ କହିଥିଲେ ଆମ ଭାରତ ସମୟ କ୍ରମେ ବିଶାଳ ହେଉଛି ଏବଂ ତା ସାଙ୍ଗେ ଡାଲମିଆ ଭାରତ ପରିବାର ଏବଂ ରାଜଗାଙ୍ଗପୁର ପରିବାର ମଧ୍ୟ ବଢ଼ିବାରେ ଲାଗିଛି l ଆମ ଦେଶର ବୀର ମାନେ ଯେଉଁ ବଳିଦାନ ଦେଇଥିଲେ ତାହା ଆମ ପାଇଁ ଏବଂ ସମଗ୍ର ଭାରତ ବର୍ଷ ପାଇଁ ଥିଲା l ଆଜିର ଦିନ ସେଇ ବୀର ମାନଙ୍କୁ ମନେ ପକାଇବାର ଦିନ ଯେଉଁ ମାନେ ଆମ ଦେଶକୁ ସ୍ୱାଧୀନ କରିଥିଲେ l ଆମ ସମସ୍ତଙ୍କୁ ଦେଶର ବିକାଶରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ହେବ ଯା ଫଳରେ ଆମେ ଆମର ସ୍ୱପ୍ନକୁ ସାକାର କରିବାରେ ସମର୍ଥ ହେବୁ। ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଶ୍ରୀ ଶ୍ରୀବାସ୍ତବ କହିଥିଲେ କି ପ୍ରେମର ସୂତ୍ରରେ ବନ୍ଧା ହୋଇଛି ଆମ ଦେଶ l ଆମ ଦେଶର ଏକ ସ୍ୱତନ୍ତ୍ର ପରିଚୟ ହେଉଛି ବିବିଧତା ମଧ୍ୟରେ ଏକତା ଏବଂ ଆମ ମାନଙ୍କୁ ଭାରତୀୟ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରିବା ଉଚିତ l ଏହି ଅବସରରେ ଡାଲମିଆ ବିଦ୍ୟାଳୟର ଛାତ୍ରମାନେ ବିଭିନ ପରୀକ୍ଷା ଓ ପ୍ରତିଯୋଗିତାରେ ଉଲେଖିନିୟ ସଫଳତା ହାସଲ କରିଥିବାରୁ ତାଙ୍କ ନାମ ଘୋଷଣା କରାଯିବl ସହିତ ତାଙ୍କ ପୁରସ୍କାର ବିଦ୍ୟାଳୟ କୁ ପଠେଇଦେବାକୁ କୁହାଯାଇଥିଲା l ଏହି ଅବସରରେ 13 ଜଣ ସୁରକ୍ଷା ବିଭାଗର କର୍ମଚାରୀଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ସମ୍ମାନିତ କରାଯାଇଥିଲା l ଡାଲମିଆ ବିଦ୍ୟାମନ୍ଦିର ଓ ଡିଆଇଟିଆଇ ଛାତ୍ରମାନଙ୍କ ଦ୍ୱାରା ଦେଶ ଭକ୍ତି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପିତ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ। କମ୍ପାନୀ ମାନବ ସମ୍ବଳ ବିଭାଗର ଇପ୍ସିତ ଦାସ ସ୍ୱାଗତ ଭାଷଣ ଦେଇଥିବା ସହିତ ସଭା ପରିଚାଳନା କରିଥିଲେ ଏବଂ ଶେଷରେ ରାଜଗଙ୍ଗପୁର ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l କମ୍ପାନୀର ଏଚ ଆର, ଆଡମିନ, ଇଷ୍ଟେଟ, ସୁରକ୍ଷା,ଦମକଳ, ସିମେଣ୍ଟ ବିଭାଗର କର୍ମଚାରୀ, ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ l ଏହା ବ୍ୟତୀତ ଡାଲିମିଆ ସିମେଣ୍ଟ (ଭାରତ) ଲିମିଟେଡ ଲାଞ୍ଜିବେର୍ଣ୍ଣା ଖଣି ବିଭାଗ, ପୁନର୍ବାସ ଏବଂ ଥଇଥାନ ବିଭାଗ କାଟାଙ୍ଗ, ଲାଞ୍ଜିବେର୍ଣ୍ଣା ଏବଂ ଏହାର ଆଖ ପାଖ ଗ୍ରାମର ସମ୍ପ୍ରଦାୟ ଓ ପିଲାମାନଙ୍କ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରି ଏହି ଦିନ ପାଳନ କରାଯାଇଥିଲା। ଡାଲମିଆ ସିମେଣ୍ଟ ରାଜଗlଙ୍ଗପୁର ର ଲଜିଷ୍ଟିକ୍ ବିଭାଗ ଦ୍ୱାରା ଟ୍ରକ୍ ପାର୍କିଂ ୟାର୍ଡ଼ ତଥା ରେଳ ଷ୍ଟେସନକୁ ରଙ୍ଗ ଏବଂ ସଜାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *