ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ସରପଞ୍ଚ ଙ୍କୁ ସରକାର ଦେଲେ ବଡ ଅଧିକାର,ରାଷ୍ଟ୍ରିୟ ଗ୍ରାମପ୍ରଧାନ ସରପଞ୍ଚ ସଂଗଠନର କୃତଜ୍ଞତା I

ସମ୍ବଲପୁର,//୦୪/୦୨(ଉତ୍କଳ ସମାଚାର),(ସରୋଜ ସାହୁ)// ରାଜ୍ୟ ସରପଞ୍ଚ ମହାସଂଘର ୧୫ ଦଫା ଦାବି ମଧ୍ୟରୁ ସରକାର ମୁଖ୍ୟ ଦାବିକୁ ମାନିନେଇ ପଞ୍ଚାୟତର ପ୍ରତି ଫାଇଲରେ ବିଡିଓଙ୍କ କାଉଣ୍ଟର ସାଇନ ରହିବାକୁ ସରକାର ପୁନଃ ବିଚାରକରି ଏହି କାଉଣ୍ଟର ସାଇନ ବ୍ୟବସ୍ଥାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି I ଏଥିନେଇ ପଞ୍ଚାୟତ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ପଞ୍ଚାୟତ ଟଙ୍କା ଉଠାଣରେ ବିଡିଓଙ୍କ କୌଣସି କାଉଣ୍ଟର ସାଇନର ଆବଶ୍ୟକତା ନଥିବା ବେଳେ ସିଏଫସି ଓ ଏସଏଫସି ଅଧିନରେ ଆସୁଥିବା ପ୍ରକଳ୍ପ ପାଇଁ ଟଙ୍କା ଉଠାଣ ପାଇଁ ବିଡିଓଙ୍କ କାଉଣ୍ଟର ସାଇନ ରହିବ ବୋଲି ସରକାର ୨୦୨୦ରେ ନୂଆଁ ନିର୍ଦ୍ଦେଶ ଜାରି କରି ଏକ ପ୍ରକାର ସରପଞ୍ଚ ମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଥିଲା। ବର୍ତ୍ତମାନ ନିର୍ବାଚନକୁ ଆଖି ଆଗରେ ରଖି ଓ ସରପଞ୍ଚ ମାନଙ୍କ ମୁଖ୍ୟ ଦାବି ଉପରେ ବିଚାରକରି ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ପ୍ରମୂଖ ଶାସନ ସଚିବ ଶନିବାର ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।ଏହି କାଉଣ୍ଟର ସାଇନ ନିୟମାବଳୀକୁ ପ୍ରତ୍ୟାହାର କରାଯାଇଥିବା ନେଇ ଚିଠିରେ ଦର୍ଶାଯାଇଛି I ବିଳମ୍ଭରେ ହେଲେ ମଧ୍ୟ ସରକାର ଏହି ମୁଖ୍ୟ ଦାବିକୁ ଗ୍ରହଣ କରି ସରପଞ୍ଚ ମାନଙ୍କୁ ନିଜର ସ୍ୱାଧିନତା ଓ ଦାୟିତ୍ୱବୋଧକୁ ସମ୍ମାନ ଜଣାଇ କାଉଣ୍ଟର ସାଇନକୁ ପ୍ରତ୍ୟାହାର କରିଥିବା ନିଷ୍ପତ୍ତିକୁ ରାଷ୍ଟ୍ରିୟ ଗ୍ରାମପଧାନ/ସରପଞ୍ଚ ସଂଗଠନ ସ୍ୱାଗତ କରିବା ସହିତ ଅନ୍ୟ ଦାବି ଉପରେ ସରକାର ପୁନଃବିଚାର କରିବେ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂପାଦକ ଡା.ରାଜାରାମ ଷଡଙ୍ଗୀ ସରକାରଙ୍କ ଠାରେ ପୁନଃ ଦାବି ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *