ମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

ଆରଏସପି ଦ୍ଵାରା ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍କୁଲ ପିଲାଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜିତ

ରାଉରକେଲା// ୦୪/୦୨(ଉତ୍କଳ ସମାଚାର) //ସେଲ୍ ରାଉରକେଲା ଇସ୍ପାତ କାରଖାନାର ସୁରକ୍ଷା ଇଞ୍ଜିନିୟରିଂ ବିଭାଗ ସଡକ ସୁରକ୍ଷା ଉପରେ ସଚେତନତାସୃଷ୍ଟି ନିମନ୍ତେ ସ୍କୁଲ ପିଲାମାନଙ୍କ ମଧ୍ୟରେ ପହଞ୍ଚିଥିଲା । ଫେବୃଆରୀ ୨ ତାରିଖରେ ଇସ୍ପାତ ଇଂରାଜୀ ମାଧ୍ୟମବିଦ୍ୟାଳୟ, ସେକ୍ଟର-୨୦ ରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀଅଂଶଗ୍ରହଣ କରିଥିଲେ । ସଡ଼କ ସୁରକ୍ଷା ନିୟମ ମାନିବା ଏବଂ ଅନ୍ୟମାନଙ୍କୁ ଅନୁସରଣ କରିବାକୁ ଉତ୍ସାହିତ କରିବା ପାଇଁସେମାନଙ୍କୁ ଓଡିଆ, ହିନ୍ଦୀ ଏବଂ ଇଂରାଜୀରେ ମଧ୍ୟ ସୁରକ୍ଷା ସଂକଳ୍ପ ଦିଆଯାଇଥିଲା।ସୁରକ୍ଷା ଇଞ୍ଜିନିୟରିଂ ବିଭାଗର ଜିଏମ୍ ଶ୍ରୀ ଅବକାଶ ବେହେରା ଏବଂ ଆଇଇଏମଏସ ସେକ୍ଟର ୨୦ର ଅଧ୍ୟକ୍ଷାଡକ୍ଟର ସୁଶ୍ରୀତା ଦାସ ପୁରସ୍କାର ବିତରଣ ସମାରୋହରେ ଅଧ୍ୟକ୍ଷତା କରି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାରବିତରଣ କରିଥିଲେ। ଶ୍ରେଷ୍ଠ ୬ ଜଣ ଛାତ୍ରଛାତ୍ରୀଙ୍କୁ ବିଜେତା ଘୋଷିତ କରାଯାଇଥିଲା ଏବଂ ୪ ଜଣ ଛାତ୍ରଛାତ୍ରୀଙ୍କୁସାନ୍ତ୍ୱନାମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସୁରକ୍ଷା ଇଞ୍ଜିନିୟରିଂ ବିଭାଗର ଏଜିଏମ ଶ୍ରୀ ବିକ୍ରମ କୁମାର ପାଢି ଏବଂ ଡେପୁଟି ମ୍ୟାନେଜରଶ୍ରୀ ଚିନ୍ମୟ ସାବତ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *