ମହାନଗରମୁଖ୍ୟ ଖବରରାଜ୍ୟ

ଗାନ୍ଧୀ ପବ୍ଳିକ ସ୍କୁଲର ବାର୍ଷିକ ଉତ୍ସବ

ବରଗଡ,୭/୨ (ଉତ୍କଳ ସମାଚାର) (ଶ୍ରୀକାନ୍ତ ମଟାରୀ ): ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଗାନ୍ଧୀ ପବ୍ଳିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଜୟ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିକେଏ ଶିକ୍ଷାନୁଷ୍ଠାନ ସମୁହର ଅଧ୍ୟକ୍ଷ ତରୁଣ କୁମାର ଷଡଙ୍ଗୀ ମୁଖ୍ୟଅତିଥି ଏବଂ ଶିକ୍ଷାବିଦ ଅବସରପ୍ରାପ୍ତ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ ମୁଖ୍ୟକ୍ତା ଭାବେ ଯୋଗଦେଇଥିଲେ । ନିର୍ଭିକ ଏବଂ ନିରପେକ୍ଷ ସାମ୍ବାଦିକତା ପାଇଁ ସତ୍ୟଜିତ ଦାଶ,ସୁନିଲ ଶର୍ମା,ଏମଡି ସେକ ନସିମୁଦ୍ଦିନ, ଏମଡି ନିଜାମ. ପ୍ରତୀକ ଦାଶଙ୍କୁ ଗାନ୍ଧୀ ମେମୋରିଅଲ ଟ୍ରଷ୍ଟର ପ୍ରତିଷ୍ଠାତା ସୁବାସ ପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ କଳକାର ପ୍ରୀତି ଏବଂ ସ୍ମୃତି ମଞ୍ଚ ପରିଚାଳନା କରିଥିଲେ । ପରେ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସୁସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *