ମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ନୁଆଁ ବର୍ଷ ଭେଟ୍ ଘାଟ୍ I


ସମ୍ବଲପୁର,୦୬/୦୨(ଉତ୍କଳ ସମାଚାର),(ସରୋଜ ସାହୁ):ପୂର୍ବତନ ବିଧାୟିକା ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଟାଉନ୍ ହଲ ପଡିଆ ଠାରେ ନୁଆଁ ବର୍ଷ- ୨୦୨୪ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ରେ ରାଜ୍ୟ ସାଧାରଣ ସମ୍ପାଦକ ଇଂ. ସିଦ୍ଧାର୍ଥ ଦାସ, ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ପର୍ଯ୍ୟବେକ୍ଷକ ପ୍ରକାଶ ମହାନ୍ତି, ବିଜେଡି ପ୍ରବକ୍ତା ସଞ୍ଜୟ ବାବୁ, କେନ୍ଦୁ ପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି , ପୂର୍ବତନ ଉପ ନଗର ପାଳ ସିଦ୍ଧାର୍ଥ ଶାହା, ପୂର୍ବତନ ଜ଼ିଲ୍ଲା ସଭାପତି ଆର୍ତ୍ତତ୍ରାଣ ମିଶ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମଂଚାସୀନ ଥିଲେ I ସମସ୍ତ ଙ୍କ ସହିତ ମିଳିମିଶି ଏକ ସୋହାଧ୍ୟ୍ୟପୂର୍ଣ୍ଣ ବାତାବରଣରେ କାର୍ଯ୍ୟ କରିବା ଆଜିକାର ଏହି ନୁଆଁ ବର୍ଷ ଭେଟ୍ ଘାଟ୍ ପାଳନ ର ମୁଖ୍ୟ ଉଦ୍ଧେଶ୍ୟ ବୋଲି ପୂର୍ବତନ ବିଧାୟିକା ଡ଼ଃ ପାଣିଗ୍ରାହୀ ପ୍ରକାଶ କରିଛନ୍ତି I
ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ ବିଜେଡି ସଭାପତି ସତୀଶ ବିଶି, ଜ଼ିଲ୍ଲା ଉପ ସଭାପତି ସୁମନ୍ତ୍ର ପଣ୍ଡା, ଦେବାଶିଷ ନନ୍ଦ, ଅଶୋକ ମହାକୁଡ଼, ବସନ୍ତ ମିଶ୍ର,ଏମ୍.ବି. ସତ୍ୟନ୍, ଵିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା,ଏମ୍.ଡି. ସନାଉଲ୍ଲା, ଜ଼ିଲ୍ଲା ପରିଷଦ ସଦସ୍ୟ ଦେବ ନାରାୟଣ ତିୱାରୀ, ସୁଦର୍ଶନ ହରିପାଳ, ଭବାନୀ ବାବୁ, ତପନ ଗୁରୁ, ସୁରୁ ବାବୁ ମେହେର, ଭୋଲା ମହତ୍ତମ, ନିଶାନ୍ତ ବହିଦାର, ଅମିତାଭ ପରିଡା, କୁନୁ ମେହେର, ସୁନିଲ ମେହେର, ଜଗନ୍ନାଥ ଚୌଧୁରୀ, ମିର୍ଜା ଗୁଲାମ, ସୁରେନ୍ଦ୍ର ବିଶ୍ୱାଳ, ବୀରେନ୍ଦ୍ର ମହାନନ୍ଦ, ବିଭୀସେନ ବେସର, ଜିନୁ ରାଉତରାୟ, ପ୍ରଦ୍ୟୋଷ ମହାନ୍ତି, ପ୍ରଶାନ୍ତ ନାୟକ, ସୁଧାଂଶୁ ବସ୍ତିଆ , ଅଶ୍ବିନୀ ପାଢ଼ୀ, ଦିପେନ୍ଦ୍ର ପଟେଲ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଅତିଥି ଗଣ ମା’ ସମଲେଶ୍ୱରୀ ଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ବଳନ କରିଥିଲେ I ଏହି ଅବସରରେ ସମ୍ବଲପୁର ବିଧାନସଭା କ୍ଷେତ୍ର ର ସମସ୍ତ ୱାର୍ଡ ରୁ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ସାମିଲ ହୋଇଥିଲେ I ‘ଲହରୀ’ ଅନୁଷ୍ଠାନ ର ପଦ୍ମିନୀ ଦୋରା ଏବଂ ଡ଼. ମୋହିତ ସ୍ୱାଇଁ ଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I

Leave a Reply

Your email address will not be published. Required fields are marked *