Uncategorized

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଆକାଶ ମାଝୀ ଶତାଧିକ ସମର୍ଥକ ସହ ବିଜେପିରେ ଯୋଗଦାନ

ରାଉରକେଲା,୭/୫ (ଉତ୍କଳ ସମାଚାର): ଆଜି ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ର ଅନ୍ତର୍ଗତ ସେକ୍ଟର-୮ ” ଏ ” ବ୍ଲକ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ମଣ୍ଡଳ ସଭାପତି ସନ୍ତୋଷ ବିରାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲେ। ଏହି ମିଶ୍ରଣ ପର୍ବରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଆକାଶ ମାଝୀ ଶତାଧିକ ସମର୍ଥକ ସହ ଆସି ବିଜେପିରେ ଯୋଗ ଦାନ କରିବା ପାଇଁ ପହଞ୍ଚି ଥିଲେ । ମାନ୍ୟବର ସାଂସଦ ତଥା ଲୋକ ସଭା ପ୍ରାର୍ଥୀ ଜୁଏଲ ଓରାମ ସେମାନଙ୍କୁ ସ୍ଵାଗତ କରିବା ସହିତ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରି, ବିଜେପିରେ ଯୋଗଦାନର ଘୋଷଣା କରିଥିଲେ । ସେମାନେ ବିଜେପିର ନୀତି ଓ ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରୀୟ ଚିନ୍ତାଧାରା, ଦୃଢ ନେତୃତ୍ୱ, ବିକାଶ ମୂଳକ କାର୍ଯ୍ୟ ଆଦିରେ ଅନୁପ୍ରାଣିତ ହେବା ସହିତ ଜୁଏଲ ଓରାମଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଆସ୍ତା ପ୍ରକଟ କରି ଓ ପ୍ରଭାବିତ ହୋଇ ବିଜେପିରେ ଯୋଗଦାନ କରିଥିବା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭା ନେତ୍ରୀ ଲତିକା ପଟ୍ଟନାୟକ, ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ, ରାଜ୍ୟ ଉପସଭା ନେତ୍ରୀ ସୁଶ୍ରୀ ସୁକେଶି ଓରାମ, ବରିଷ୍ଠ ନେତା ବାବାଜୀ ଚରଣ ସାହୁ ଆଦି ମଞ୍ଚା ସିନ ଥିଲେ ଏବଂ ବିଜେପିର ବିଧାନ ସଭା କ୍ଷେତ୍ର ପ୍ରଭାରୀ ଶଶାଙ୍କ ଜେନା, ପୂର୍ବତନ ପ୍ରାର୍ଥୀ ସନ୍ତୋଷ ବେହେରା, ଜିଲ୍ଲା ସଂପାଦକ ଅଜୟ କଂସାରୀ, ହିମାଂଶୁ ବଳଙ୍କ ସମେତ ବହୁ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *