Uncategorized

ତ୍ରିଶକ୍ତି ମନ୍ଦିରରେ ସୁନ୍ଦରକାଣ୍ଡ ପାଠ ଏବଂ ଭଜନ ସନ୍ଧ୍ୟା

ରାଉରକେଲା ,୭/୫ (ଉତ୍କଳ ସମାଚାର): ହନୁମାନ ଭାଟିକା ସ୍ଥିତ ତ୍ରିଶକ୍ତି ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ସ୍ୱର୍ଗତ ମଞ୍ଜୁଦେବୀ ଏବଂ କୈଳାସ ପାରେକଙ୍କ ସ୍ମୃତିରେ ସୁନ୍ଦରାକାଣ୍ଡ ପାଠ ଏବଂ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଏହି ଅବସରରେ ମନ୍ଦିର ପରିସରକୁ ରଙ୍ଗୀନ ଆଲୋକ ସହିତ ଫୁଲରେ ସଜ୍ଜିତ କରାଯାଇଥିଲା। ଶ୍ୟାମବାବା, ରାନୀ ସତୀ, ସାଲାସର ବାଲାଜୀଙ୍କ ଭବ୍ଯ ଦରବାରକୁ ଫୁଲରେ ସଜ୍ଜିତ କରାଯାଇଥିଲା। ପଶ୍ଚିମବଙ୍ଗ କଲିକତାରୁ ଆସିଥିବା କାରିଗରଙ୍କ ଦ୍ବାରା ବାବାଙ୍କ ଅଲୌକିକ ସିଙ୍ଗାର କରାଯିବା ସହିତ ଦିବ୍ୟଜ୍ୟୋତି ପ୍ରଜ୍ବଳନ କରାଯାଇ ଛପନ ଭୋଗ ଅର୍ପଣ କରାଯାଇଥିଲା। ସ୍ଥାନୀୟ ଭଜନ କଳାକାର ରମଣ ଶର୍ମା ଏବଂ ମୃଦୁଲ ଶର୍ମାଙ୍କ ଦ୍ବାରା ଶ୍ଯାମ ବାବାଙ୍କ ଭଜନ ସହିତ ଅନ୍ୟ ଦେବାଦେବୀଙ୍କ ଭଜନ ଗାନ କରାଯାଇଥିଲା। ଏଥି ସହିତ ରାଜସ୍ଥାନର ସାଲାସର ଧାମର ରସରାଜ ମହାରାଜ, ଅରବିନ୍ଦ ମହାରାଜଙ୍କ ମଣ୍ଡଳୀ ଦ୍ୱାରା ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା। ଯେଉଁଥିରେ ଆକର୍ଷଣର କେନ୍ଦ୍ର ଥିଲା ହନୁମାନଙ୍କ ଝାଙ୍କି, ଯେଉଁଥିରେ ଭକ୍ତମାନେ ଦେଖି ନାଚିବା ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମର ଆଇଓଜକ ରାଉରକେଲାର ସାଲାସର ଭକ୍ତ ମଣ୍ଡଳ ସମେତ ନିବେଦକ ଏମ.କେ ରୋଡଲାଇନନ୍ସ, ନୀତେଶ ପାରେକ ଏବଂ ଚିରାଗ ଖଣ୍ଡେଲୱାଲଙ୍କ ସକ୍ରିୟ ଯୋଗଦାନ। ସନ୍ଧ୍ଯା ୬ରେ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହିତ ବାବାଙ୍କ ଆରତୀ କରାଯିବା ପରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାଞ୍ଚଶହରୁ ଅଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ରାଉରକେଲା ସମେତ ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରୁ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *