Uncategorized

ସୁନ୍ଦରଗଡ଼ ଅଟୋ ୱର୍କରସ ଆସୋସିଏସନ୍ ରାଉରକେଲା ର ଜିଲ୍ଲା ସମ୍ମିଳନୀ

ରାଉରକେଲା,୭/୫ (ଉତ୍କଳ ସମାଚାର): ରବିବାର ଦିନ ସୁନ୍ଦରଗଡ଼ ଅଟୋ ୱର୍କରସ ଆସୋସିଏସନ୍ ରାଉରକେଲା ନିଖିଳ ଓଡ଼ିଶା ଅଟୋ ଚାଳକ ମହାସଂଘ ଭୁବନେଶ୍ୱର ସହବନ୍ଧିତ ର ଜିଲ୍ଲା ସମ୍ମିଳନୀ ସେକ୍ଟର ୯ ଲାଗୁନ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ସଂଗଠନ ର ସଭାପତି ଶ୍ରୀ ବୈଦ୍ୟନାଥ ଦାସ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ରଘୁନାଥପାଲ୍ଲୀ ଶ୍ରୀ ସୁର୍ବତ ତରାଇ, ରାଜ୍ୟ ଅଟୋ ଚାଳକ ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ପଦ୍ମମନ ସାମଲ, ରାଜ୍ୟ ହିନ୍ଦ୍ ମଜଦୁର ସଭା ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ଦାସ, ସନ୍ତୋଷ କୁମାର ସାହୁ,ଆତିସ କୁମାର ମାର୍ଥା ସଂଗଠନ ର ସାଧାରଣ ସମ୍ପାଦକ ଭୂବନ ବେହେରା ମଞ୍ଚାସିନ ହୋଇଥିଲେ। ସାଧାରଣ ସମ୍ପାଦକ ଶ୍ରୀ ଭୂବନ ବେହେରା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ଏବଂ ସମସ୍ତ ଙ୍କୁ ଅନୁରୋଧ କରିଥିଲେ ଆଗାମୀ ଦିନରେ ସଂଗଠନ କୁ ମଜବୁତ କରିବା ପାଇଁ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରି ନିଜର ପେଟପାଟଣା ପାଇଁ ସଂଗଠିତ ହୋଇ ରାଜ୍ୟ ସଂଘ ସହ ସୁସମ୍ପର୍କ ରଖି ନିଜ ନିଜର ହକ ହାସଲ କରିବା। ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ଭାଷଣରେ କହିଥିଲେ ଯେ ଓଡ଼ିଶା ସରକାର ପରିବହନ କ୍ଷେତ୍ରରେ କାମ କରୁଥିବା ସମସ୍ତ ଅଟୋ ଚାଳକ ବନ୍ଧୁ ମାନଙ୍କ ପାଇଁ ପରିବହନ ଚାଳକ କଲ୍ୟାଣ ବୋର୍ଡ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଚାଳକ ଭାଇ ଏବଂ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା କିପରି ପୁରଣ ହୋଇପାରିବ ସେଥିପାଇଁ ସେ କାର୍ଯ୍ୟ କରିବେ। ସମ୍ମାନୀତ ଅତିଥି ଶ୍ରୀ ତରାଇ ତାଙ୍କ ଭାଷଣରେ କହିଥିଲେ ଯେ ଅଟୋ ଚାଳକ ଭାଇ ମାନଙ୍କ ର ବହୁବିଧ ଅସୁବିଧା ବିଷୟରେ ସେ ହୃଦୟଙ୍ଗମ କରିଛନ୍ତି। ଆଜି କାଲି ମହଙ୍ଗା ଜମାନା ରେ ଅଟୋ ଚାଳକ ଭାଇ ମାନେ ତାଙ୍କ ପରିବାର ପ୍ରତିପୋଷଣ କରିବା ନିହାତି କଷ୍ଟକର ହେଉଥିବ। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତ ଜନସାଧାରଣଙ୍କ ପାଇଁ କିଛି ନା କିଛି ସୁଖ ସୁବିଧା ଉପଲବ୍ଧ କରିଛନ୍ତି ତାହା ସ୍ବାଗତ ଯୋଗ୍ୟ ଅଟେ। ଅପରପକ୍ଷେ ସମସ୍ତ ଚାଳକ ଭାଇ ମାନଙ୍କ ର ଯେଉଁ କଲ୍ୟାଣ ବୋର୍ଡ କରାଯାଇଅଛି ସେହି ମାଧ୍ୟମରେ ସମସ୍ତେ କିପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ ସେଥିପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି। ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ପଦ୍ମମନ ସାମଲ କହିଲେ ଅଟୋ ଚାଳକ ଭାଇ ମାନେ ବହୁ ସରଳ,ଭଦ୍ର, ପରିଶ୍ରମୀ ସେମାନଙ୍କ ତାଙ୍କର ପରିବାର ପ୍ରତିପୋଷଣ ବହୁ କଷ୍ଟରେ କରିଥାନ୍ତି। ଜୀବନ ଜାକ ରୋଡକଡରେ ଗଛମୂଳରେ ତାଙ୍କର ଜୀବନ ଅତିବାହିତ ହୋଇଥାଏ। ଭୁବନେଶ୍ୱର ରେ ଅଟୋ ଚାଳକ ଙ୍କ ପାଇଁ ଓଡ଼ିଶା ସରକାର ଷ୍ଟାଣ୍ଡ ର ବ୍ୟବସ୍ଥା କରିଥିବା ସ୍ଥଳେ ତାହା ରାଉରକେଲା ରେ ହୋଇନାହିଁ ଏଥିପାଇଁ ଧ୍ୟାନ ଦିଆଯିବ। ସଂଗଠନ କୁ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରି ସଂଗଠନ କୁ ମଜବୁତ କରିବାର ଆବଶ୍ୟକତା ଅଛି। ହିନ୍ଦ୍ ମଜଦୁର ସଭା ର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ଦାସ ତାଙ୍କ ଭାଷଣରେ କହିଥିଲେ ଯେ ଅଟୋ ଚାଳକ ଭାଇ ମାନେ ଏତେ ଖରାରେ ଉପସ୍ଥିତ ହୋଇ ସମ୍ମୀଳନୀ କୁ ସଫଳ କରିଥିବାରୁ ସମସ୍ତ ଙ୍କୁ ସାଧୁବାଦ ଓ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା ସରକାର ଶ୍ରମିକ, ଖଟିଖିଆ ମେହନତି ଜନଗଣ ଦରଦୀ ସରକାର ଅଟେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତ ଙ୍କ ପାଇଁ କିଛି ନା କିଛି ସୁଖ ସୁବିଧା କରିଛନ୍ତି ତେଣୁ ଚାଳକ ଭାଇ ମାନଙ୍କ ର ବହୁ କିଛି ଅସୁବିଧା ଅଛି ସେଥିପାଇଁ ସମସ୍ତ ବିଷୟ ରେ ଆଲୋଚନା କରି ସଂଗଠନ ମାଧ୍ୟମରେ ସରକାର ଙ୍କୁ ଦାବି ପତ୍ର ଦେଇ ସମାଧାନ ର ବାଟ ବାହାର କରାଯିବା ଦରକାର । ସରକାର ପରିବହନ ଚାଳକ କଲ୍ୟାଣ ବୋର୍ଡ ଗଠନ କରି ସମସ୍ତ ଚାଳକ ଭାଇ ମାନଙ୍କ ର ସାମାଜିକ ସୁରକ୍ଷା କିପରି ଲାଗୁ ହୋଇପାରିବ ସେଥିପାଇଁ ପ୍ରଥମତଃ ସୁଭାରମ୍ଭ କରିଛନ୍ତି। ସଭାପତି ଶ୍ରୀ ବୈଦ୍ୟନାଥ ଦାସ ତାଙ୍କ ଭାଷଣରେ କହିଥିଲେ ଯେ ଅଟୋ ଚାଳକ ଭାଇ ମାନେ ଯେଉଁ କାର୍ଯ୍ୟ କରି ସମାଜ ରେ ସମସ୍ତ ଜନସାଧାରଣଙ୍କୁ ସେବା ଯୋଗାଇ ଦେଉଛନ୍ତି ତାହା ଧନ୍ୟବାଦ ର ପାତ୍ର ଅଟନ୍ତି। ଅସୁବିଧା ସମୟରେ ଯେଉଁ ସ୍ଥାନକୁ କୌଣସି ଗାଡ଼ି ଯାଇ ପାରେ ନାହିଁ ସେହି ସ୍ଥାନ କୁ ଅଟୋଟି ପହଞ୍ଚି ସେବା ଯୋଗାଇ ଦେଇଥାଏ। ରାତ୍ର ସମୟରେ ଯେତେବେଳେ ସମସ୍ତ ଗାଡି ମଟର ବନ୍ଦ ହୋଇଯାଇଥାଏ ସେହି ସମୟରେ ଅଟୋ ଓ ଅଟୋ ଚାଳକ ଭାଇ ବହୁତ କାମରେ ଆସେ।ସ୍କୁଲ, ମେଡିକାଲ୍ ଓ ଅନ୍ୟାନ୍ୟ ଜାଗାକୁ ଯିବା ଆସିବା ପାଇଁ କମ ଟଙ୍କା ରେ ଅଟୋ ଚାଳକ ଭାଇ ମାନେ ସର୍ବସାଧାରଣ ଙ୍କୁ ସେବା ଯୋଗାଇ ଦେଇଥାନ୍ତି। ସେଥିପାଇଁ ଆଜି କାଲି ଦୁନିଆରେ ଅହେତୁକ ଦରଦାମ ବୃଦ୍ଧିରେ ସେମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ବହୁ କଷ୍ଟକର। ସେମାନଙ୍କ ଆଶା ଯେ ତାଙ୍କର ସନ୍ତାନ ମାନେ କିପରି ଭବିଷ୍ୟତରେ ସମାଜ ରେ ଭଲ, ଶିକ୍ଷିତ,ସୁନାଗରୀକ ହୋଇ ପାରିବେ ସେଥି ପ୍ରତି ସରକାର ଟିକେ ଧ୍ୟାନ ଦେବା ଆବଶ୍ୟକ। ସମ୍ମିଳନୀରେ ସମସ୍ତ ଅତିଥି ବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପୁଣି ମୁଖ୍ୟମନ୍ତ୍ରୀ ହେବେ ଏବଂ କେନ୍ଦ୍ର ରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବ ମଜଭୁତ ରହିବ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମନୋନୀତ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଙ୍କୁ ବିପୁଳ ମାତ୍ରା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ଜିଲ୍ଲା ର ସମସ୍ତ ଅଟୋ ଚାଳକ ଭାଇ ମାନଙ୍କ ନିକଟରେ ନିବେଦନ କରାଯାଇଥିଲା। ସମସ୍ତେ ଓଡ଼ିଶା ର ପ୍ରଗତି, ଅଭିବୃଦ୍ଧି,ସ୍ବଛ ,ନିର୍ମଳ ସାଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆଗେଇ ଆସି ପ୍ରୟାସ କରିବା ଦରକାର ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଗନ ବିହାରୀ ସାହୁ,ଗୀରିସ ନାୟକ, କ୍ରିଷ୍ଣା ବାହାଦୁର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ କାର୍ଯ୍ୟ ସମାପନ କରିବା ପାଇଁ ସିମାଞଳ ସ୍ବାଇଁ ,ସଞ୍ଜୁ,ବଗା, ବିଭୁତି,ଶରତ, ନବାବ ରାଜପୁତ, ବାଦଲ ଦାସ ପ୍ରମୁଖ ସହଯୋଗ କରିଥିଲେ।ଏ‌ହି ସମାବେଶ ରେ ଜିଲ୍ଲା ରୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଭାଇ ମାନେ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ସନ୍ନ୍ୟାସୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *