ମହାନଗରମୁଖ୍ୟ ଖବରରାଜ୍ୟ

ବିରଜାପାଲି ବସ୍ତିରେ ଏସଡ଼ିଏମ କାର୍ଯ୍ୟକ୍ରମରେ ଯୋଗଦେଲେ ଶ୍ରମମନ୍ତ୍ରୀ

ରାଉରକେଲା, ୧୧/୨(ଉତ୍କଳ ସମାଚାର): ଆରଏମସି ଅନ୍ତର୍ଗତ ୱାର୍ଡ଼ ନଂ-୨୭ ଅନ୍ତର୍ଗତ ବିରଜାପାଲି ବସ୍ତିରେ ସ୍ଲୋମ ଡ଼େଭଲପମେଟଂ ଆସୋସିଏସନ (ଏସଡ଼ିଏ) ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ବସ୍ତିର ପିଲା, ମହିଳା, ଯୁବବର୍ଗ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ତଥା ଶ୍ରମ ତଥା କର୍ମଚାରୀ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସମ୍ମାନୀତ ଅତିଥି ଭାବେ ପୂର୍ବ କାଉନସିଲର ବ୍ରିଜେସ୍ ମେହେତୋ, ୱାର୍ଡ଼ ସଭାପତି ଓମ୍ ପ୍ରକାଶ ସ୍ୱାଇଁ, ଏସଡ଼ିଏ ଅଧ୍ୟକ୍ଷା ଅନିତା ସାଗର, ସଂପାଦକ ବନ୍ଦନା ପ୍ରଧାନ, ମୋହନ ସାହୁ, ସଂଜୟ ବବୁଟା ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମର  ସଂଯୋଜନା ପରଖିତ ସାଗର ଓ ନବରଂଜନ ସ୍ୱାଇଁ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରା ଓଡ଼ିଶାରେ ବସ୍ତି ଅଚଂଳର ବିକାଶକୁ ନେଇ ସ୍ଲୋମ ଡ଼େଭଲପମେଟଂ ଆସୋସିଏସନର ଗଠନ କରିଛନ୍ତି । ଏଥିରେ ବସ୍ତିବାସିନ୍ଦାଙ୍କ ସମସ୍ୟାକୁ ଜିଲ୍ଲା ପ୍ରଶାସନ, ଆରଏମସିର ଅଧିକାରୀଙ୍କ ମିଳିତ ଉଦ୍ୟମରେ ସମସ୍ୟାର ସମାଧାନ କରିବା ଏହା ହେଉଛି ଏହାର ଉଦ୍ଦେଶ୍ୟ । ଆଜି ଏସଡ଼ିଏ କାର୍ଯ୍ୟକ୍ରମକୁ ନେଇ ବିରଜାପାଲି ବସ୍ତିରେ ନାଚ, ଚିତ୍ରାଙ୍କନ, ଗୀତ, ରଂଗୋଲିର କାର୍ଯକ୍ରମ ମଧ୍ୟ କରାଯାଇଥିଲା । ବିଜୟୀ ପ୍ରତିଭାମାନଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପାଚଂ ଶହରୁ ଉର୍ଦ୍ଧ୍ୱ ବସ୍ତିବାସିନ୍ଦା ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *