ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ପଣ୍ଡିତ ଦୀନଦୟାଲଜୀଙ୍କ ବଳିଦାନ ଦିବସକୁ ସମର୍ପଣ ଦିବସ ପାଳନକଲା ବିଜେପି

ରାଉରକେଲା //11/02/2024//(ଉତ୍କଳ ସମାଚାର):// ଆଜି ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ, ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସକୁ ସମର୍ପଣ ଦିବସ ରୂପେ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନେତ୍ରୁ ବୃନ୍ଦ ଦିନଦୟାଲଜୀଙ୍କ ବାଲ୍ୟକାଳର ଦୁଃଖଦ ଘଟଣା ବଳୀ ସହିତ ତାଙ୍କର ସଂଘର୍ଷ ମୟ ଜୀବନୀ, ରାଜନୌତିକ ଓ ରାଷ୍ଟ୍ରୀୟତା ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଏକାତ୍ମ ମାନବବାଦର ପ୍ରଣେତା ଓ ଅନ୍ତୋଦୟ ର ପ୍ରବର୍ତ୍ତକ ଥିଲେ ପଣ୍ଡିତ ଦିନଦୟାଲ। ୩୭୦ ଧାରାକୁ ଉଚ୍ଛେଦ କରିବା ଥିଲା ତାଙ୍କର ରାଷ୍ଟ୍ରୀୟତା ଚିନ୍ତାଧାରା ଯାହାକୁ ଯସ୍ୱଶି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରେ ପରିଣତ କଲେ । ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ପ୍ରତିଷ୍ଠାତା ସଦସ୍ୟ ତଥା ଜିଲ୍ଲା ମୁଖପତ୍ର ଗଙ୍ଗାଧର ଦାଶ , ଜିଲ୍ଲା ଉପ ସଭାପତି ସୁବ୍ରତ ପଟ୍ଟନାୟକ, ଜିଲ୍ଲା ବିସ୍ତାରକ ଆଶିଷ ଠାକୁର ଆଦି ନେତୃବୃନ୍ଦ ଦିନଦୟାଲଜୀଙ୍କ ଶ୍ରୁତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ କ୍ଷେତ୍ର ସଂଯୋଜକ ଅଶୋକ ଲେଙ୍କା, ବରିଷ୍ଠ ନେତା ତଥା ମନୋରଞ୍ଜନ ମୁନି, ରଘୁନାଥପଲ୍ଲୀ କ୍ଷେତ୍ର ବିସ୍ତାରକ ଶ୍ୟାମ ନାୟକ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ବୋଲି ବୋଲି ଜିଲ୍ଲା ମୁଖ ପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *