ମହାନଗରମୁଖ୍ୟ ଖବରରାଜ୍ୟ

ଡାଲମିଆ ଆଇଟିଆଇରେ  ବାର୍ଷିକ ଉତ୍ସବ DITI ପ୍ରତିଭା ସମ୍ମାନ-2023 ପାଳିତ

ରାଜଗାଙ୍ଗପୁର,୧୨/୨ (ଉତ୍କଳ ସମାଚାର): ଅନ୍ତର୍ଗତ ଝଗରପୁର ସ୍ଥିତ ଡାଲମିଆ ଶିଳ୍ପ ତାଲିମ କେନ୍ଦ୍ର (ଡିଆଇଟିଆଇ) ରେ ବାର୍ଷିକ ଉତ୍ସବ DITI ପ୍ରତିଭା ସମ୍ମାନ-2023 ବଡ ଆଡମ୍ବରରେ ପାଳନ କରାଯାଇଛି l ଏହି ଅବସରରେ ଓଡିଶା ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଏବଂ ଉପ ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସେ ଦକ୍ଷ କୁଶଳୀଙ୍କୁ ସମ୍ମାନ ଜଣାଇ ତା ସମ୍ବନ୍ଧରେ ଆଲୋକପାତ କରିଥିଲେ ଓ ପ୍ରଶିକ୍ଷାର୍ଥୀଙ୍କୁ ବୈଷୟିକ ତାଲିମ ସମ୍ବନ୍ଧରେ ଉପଦେଶ ଦେଇଥିଲେ l ଏହି ଅବସରରେ ରାଉରକେଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଧନଞ୍ଜୟ ଖୁରା,ଏଇଡି ଡିସିବିଏଲ୍‌ ଓ ରାଜଗାଙ୍ଗପୁର ମାନବ ସମ୍ବଳ ବିଭାଗ ମୁଖ୍ୟ ତଥା DITI ପରିଚାଳନା କମିଟିର ସଭ୍ୟ ଡଃ.ନୀଳାଦ୍ରି ଭୂଷଣ ପାଢୀ, ଓସିଏଲ ରିଫ୍ରାକ୍ଟୋରୀ ଲିମିଟେଡ଼ର ପୂର୍ବତନ ସହକାରୀ ଉପନିର୍ଦ୍ଦେଶକ ତଥା DITI ପରିଚାଳନା କମିଟିର ସଭ୍ୟ ଶ୍ରୀ ଓମ ପ୍ରକାଶ ଅଗ୍ରୱାଲ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉତ୍ସବରେ ଯୋଗ ଦେଇଥିଲେ l ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା “ଶିଳ୍ପୀ “ର ତ୍ରୟୋଦଶ ସଂସ୍କରଣ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ସମ୍ମାନିତ ଅତିଥି ଶ୍ରୀ ପାଢୀ ସ୍ୱାଗତ ସମ୍ଭାଷଣ ପରିବେଷଣ କରିଥିଲେ l ଡାଲମିଆ ଶିଳ୍ପ ତାଲିମ କେନ୍ଦ୍ର (ଡିଆଇଟିଆଇ) ଅଧକ୍ଷ ଶ୍ରୀ ଦେବବ୍ରତ ପ୍ରଧାନ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ l 15 ବର୍ଷ ଧରି ନିରବିଛିନ୍ନ ସେବା ନିମନ୍ତେ ଅନୁଷ୍ଠାନର ପାଞ୍ଚ ଜଣ ପ୍ରଶିକ୍ଷକ ଯଥା ପଦ୍ମଲୋଚନ ଦାସ, ସସ୍ମିତା ଦାସ, ସୁଜିତ କୁମାର ନାୟକ, ଜଗନ ମୋହନ ପ୍ରଧାନ ଏବଂ ଅଞ୍ଜୋର ଦୁଲାର ତୀର୍କୀଙ୍କୁ  ମୁଖ୍ୟ ଅତିଥି ଦ୍ୱାରା ରୌପ୍ୟ ପଦକ ଦେଇ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଭାରତ ସରକାରଙ୍କ କୋଲ ଇଣ୍ଡିଆ ଅଧୀନରେ କାର୍ଯ୍ୟରତ ପୁରାତନ ଛାତ୍ର ମାରୁତି ଚରଣ ସାହୁଙ୍କୁ DITI ପ୍ରତିଭା ସମ୍ମାନ-2023 ସମ୍ମାନରେ ସମ୍ମାନିତ କରାଯାଇଥିଲା lବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରଶିକ୍ଷାର୍ଥୀଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l ଶ୍ରୀ ଶଶୀ ଭୂଷଣ ତରାଇ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ବିଚିତ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ମୁଖ୍ୟ ଅତିଥି ଅନୁଷ୍ଠାନର ନୂତନ ୱାର୍କସପ ବିଲଡିଂର ଶୁଭ ଉଦଘାଟନ କରିଥିଲେ l ପ୍ରଶିକ୍ଷାର୍ଥୀଙ୍କ ପ୍ରୋଜେକ୍ଟ  ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ ଏବଂ ପରିଦର୍ଶନ କରି ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରୋଜେକ୍ଟକୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ମାନେ ପ୍ରଶଂସା କରିଥିଲେ l  ଏହି ଉତ୍ସବରେ ଅନୁଷ୍ଠାନର କର୍ମଚାରୀ ଜୟନ୍ତ କୁମାର ନାୟକ,ବିଘ୍ନେଶ୍ୱର ଲେଙ୍କା,ଶ୍ରୀନିବାସ ସାହୁ, ସୁଜିତ କୁମାର ନାୟକ,ଗିରିଶ କୁମାର ସୁନ୍ୟାନି,ରଘୁନାଥ ମହାରଣା,ଶଶୀକାନ୍ତ ଦାସ, ସନ୍ଦୀପ ପ୍ରଧାନ, ସ୍ମୃତି ରଞ୍ଜନ ବାରିକ,ଆଲୋକ ବଢ଼ାଇ, ରାକେଶ ମାନସିଂହ,ଅର୍ପଣ ମିଞ୍ଜ, କାଁହୁ ଚରଣ ବେହେରା ସମେତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ l ପରିଶେଷରେ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *