ମହାନଗରମୁଖ୍ୟ ଖବରରାଜ୍ୟ

୬ ଦଫା ଦାବୀ ନେଇ ରାଜସ୍ୱ ନିରୀକ୍ଷକ କର୍ମଚାରୀ ଅନିଦ୍ଦିଷ୍ଟ କାଳ ଧର୍ମଘଟ

ରାଜଗାଙ୍ଗପୁର, ୨୦/୨(ଉତ୍କଳ ସମାଚାର) (ସୁବାଷ ବେହେରା): ରାଜଗାଙ୍ଗପୁର ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ୱ ନିରୀକ୍ଷକ ଏବଂ ସୁପ୍ରଭାଇଜ ର କର୍ମଚାରୀ 6 ଦଫା ଦାବୀ ନେଇ ତହସିଲଦାର ଅଫିସ ମୂଖ୍ୟ ଫାଟକ ସମ୍ମୁଖ ରେ ଧାରଣା ରେ ବସି ଅନିଦ୍ଦିଷ୍ଟ କାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି l ସେମାନଙ୍କ ଦାବି ଯେ ସରକାରଙ୍କ ଜନା ଆଭିମୁଖ୍ୟ ବିଭିନ୍ନ ଯୋଜନା ଗୁଡିକରେ ଯୁଦ୍ଧ କାଳୀନ ଭିତିରେ କାର୍ଯ୍ୟ କରି ଆସୁଥିବା ବେଳେ ସରକାର ଆମ ପ୍ରତି ସହାନୁଭୂତି ନଦେଖାଇ ଅବହେଳିତ କରି ଆସୁଛନ୍ତି l ଯାହା ଦ୍ଵାରା ଆଜି 6 ଦଫା ମଧ୍ୟ୍ୟ ରୁ ସରକାର ଓ ଡି ଆର ଏସ ଅଧି ନିୟମ 1983ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବକ୍ଷେତ୍ର ଅଧିକାରୀ ଙ୍କ କ୍ୟାଡର ପୁର୍ନର ଗଠନ ସହକାରୀ ରାଜସ୍ୱ ନିରୀକ୍ଷକ ଙ୍କ ବେତନ ସଂରଚନ ରେ ପରବର୍ତ୍ତି ସ୍ତର କୁ ସେଲ 1 ରାଜସ୍ୱ ନିରୀକ୍ଷକ ପୋଷ୍ଟ ର ପଦୋନ୍ନତି କରିବା l ପ୍ରକାଶିତ ଜବ କାର୍ଡ ରେ ଧାର୍ଯ୍ୟ କରା ଯାଇଥିବା କାର୍ଯ୍ୟ ସୂଚୀ ଅନୁଶାରେ ରାଜସ୍ବ ସୁପ୍ରଭାଇଜର ନାମ କରଣ ପରିବର୍ତ୍ତନ କରି ଅତିରିକ୍ତ ଡହସିଲଦାର କୁ ରାଜସ୍ୱ ମଣ୍ଡଳ ରେ ନିଯୁକ୍ତି ଦିଆଯାଉ l ଓ ଆର ଏସ ରେ ପଦୋନ୍ନତି ପାଇଁ ନିଜ କ୍ୟାରିଅର ମାନଦଣ୍ଡ କୁ ବିଲୋପ କରିବା ଅମ୍ଲାତନ୍ତ କର୍ମଚାରୀ ଏବଂ ରାଜସ୍ବ କ୍ଷେତ୍ର କର୍ମଚାରୀ 40/60ଅନୁପାତର ସମୀକ୍ଷା କରାଯାଉ l ରାଜସ୍ୱ ଇନ୍ସପେକ୍ଟର ରାଜସ୍ୱ ସୁପ୍ରଭାଇଜର ଶବ୍ଦାବଳୀ କୁ ପ୍ରତିସ୍ଥାପନ କରାଯାଉ l ତାରିଖ 01/1/2006ରୁ ଆର ଆଇ, ଏ ଆର ଆଇ ଏବଂ ଆର ଏସ ର ବେତନ ବର୍ଦ୍ଧିତ ସ୍କେଲ ଧାର୍ଯ୍ୟ କରା ଯାଉ l ପୂର୍ବରୁ ବିଜ୍ଞାପ୍ତି ଅନୁଯାୟୀ ଆର ଡି ଏମ -ଡି ଆର ସୀ ପ୍ରଶାସନ -0014-2019-8526/ଆର ଏଣ୍ଡ ଡି ଏମ ତାରିଖ 19/02/2020 ଅନୁଯାୟୀ ଆଉଟସୋସଂର୍ଟି ମାଧ୍ୟମରେ ରାଜସ୍ୱ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁଫ ଡି  ପୋଷ୍ଟ ଗୁଡିକ ପୂରଣ କରାଯାଉ l କାର୍ଯ୍ୟ ସୂଚୀ ରେ ଆବଶ୍ୟକିୟ ପରିବର୍ତ୍ତନ ପରେ କୃଷି ସମ୍ବଦିୟ ସମସ୍ତ କାର୍ଯ୍ୟ ଯେପରିକି କୃଷକ ତଥ୍ୟ ଯାଞ୍ଚ  ସୀ ସୀ ଇ ଇତ୍ୟାଦି କୃଷି ବିଭାଗ କୁ ସ୍ଥାନାନ୍ତର କରାଯାଉ ବୋଲି ସେମାନ ଦାବୀ ଉପସ୍ଥାପନା କରିଛନ୍ତି l ଏହି କାମ ବନ୍ଦ ଆନ୍ଦୋଳନ ବନ୍ଦ କରିବାପରେ ବହୁ ଦୂର ଦୁରାନ୍ତ ରୁ ଆସି ଥିବା ଜନ ସାଧାରଣ ଙ୍କ ନାହିଁ ନଥିବା  ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖି ବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *