ମହାନଗରମୁଖ୍ୟ ଖବରରାଜ୍ୟ

କାର୍ଯ୍ୟରେ ଆସୁନି ସୋହର ର ଦୁଇଟି ଗୋଷ୍ଠି ଶୌଚାଳୟ,ପଡ଼ିଛି ତାଲା

ନବରଙ୍ଗପୁର,୨୦/୨ (ଉତ୍କଳ ସମାଚାର) (ନରସିଂ ବାଘ): ସଦରମହୁକୁମା ର ତହସିଲି କାର୍ଯ୍ୟଳୟ ପାର୍ଶ୍ୱରେ ଓ ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ହରିଜନ ସାହି ନିମନ୍ତେ ସରକାରଙ୍କ ଲୋକହିତକର ସ୍ୱଚ୍ଛ ଭାରତ ଯୋଜନା ଅନୁସାରେ ୫୦ ରୁ ଅଧିକ ପରିଵାର ଲାଗି ତାଲିକା ଅନୁଯାଇ ଗୋଷ୍ଟି ଶୌଚାଳୟ ଯାହାର ଅଟକଳ ମୂଲ୍ୟ ୭ଲକ୍ଷ ୩୭ ହଜାର ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି l କିନ୍ତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସାରିଥିଲେ ମଧ୍ୟ ଦୀର୍ଘ ଦିନ ହେଲା ଅବହେଳିତ ହୋଇ କାହାକୁ ହସ୍ତାନ୍ତର କରାଯାଇ ନାହିଁ। ୧୬ ନମ୍ବର ୱାର୍ଡ ନିମନ୍ତେ ଉଦ୍ଧିଷ୍ଟ ଗୋଷ୍ଠି ଶୌଚାଳୟ ଟି ଆଜିପଯ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ୱାର୍ଡ ର ମହିଳା, ବା ପୁରୁଷ ମାନେ ଶୌଚ କର୍ମ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏବଂ ଶୌଚ ନିମନ୍ତେ ବାହାରକୁ ଯାଉଥିବା କ୍ଷୋଭ ର ସହ ପ୍ରକାଶ କରିଛନ୍ତି। ସାହି ବାସି ଙ୍କ ସୂଚନା ରୁ ଜାଣିବାକୁ ପ୍ରକାରେ ବାରମ୍ଵାର ନବରଙ୍ଗପୁର ପୌରପାଳିକା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଆଜିପର୍ୟ୍ଯନ୍ତ ଆମ କଥା କେହି କର୍ଣ୍ଣପାତ କରିନଥିବା ବା ଆମ ଦୁଃଖ କେହି ହେଲେ ବୁଝୁନାହାନ୍ତି କାହିଁକି l ଯଦ୍ୱାରା ଆମ ପରିଵାର ବାହାରକୁ ଶୌଚ କରିବାକୁ ଯିବାକୁ ପଡୁଛି । ସରକାରୀ ଅର୍ଥରେ ନିର୍ମିତ ଏହି ଗୋଷ୍ଟି ଶୌଚାଳୟ ସମ୍ପୂର୍ଣ୍ଣ ନିର୍ମିତ ହୋଇ ମଧ୍ୟ ଜଦି ସାହିବାସି ଉପକୃତ ହୋଇପାରିବେ ନାହିଁ ତା ହେଲେ ଏହି ଗୋଷ୍ଠି ଶୌଚାଳୟ ଟି କାହା ସ୍ୱାର୍ଥରେ ନିର୍ମାଣ ହୋଇଛି ବୋଲି ସାହି ବାସି ପ୍ରଶ୍ନ କରିଛନ୍ତି । ତୁରନ୍ତ ଏହି ଗୋଷ୍ଟି ଶୌଚାଳୟ କୁ କାର୍ଯ୍ୟକ୍ଷମ କରିବାକୁ ଦାବୀ କରିଛନ୍ତି। ଜିଲ୍ଲାପ୍ରଶାସନ ଏହି ବିଷୟକୁ ବିଚାରକୁ ନେ଼ଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ସାହି ବାସି ନିବେଦନ କରିଛନ୍ତି ।ଦେଖିବାକୁ ବାକିରହିଲା ଖବର ପ୍ରସାରଣ ପରେ ପ୍ରଶାସନ ଓ ନବରଙ୍ଗପୁର ପୌରପାଳିକା କୋଣ ପଦକ୍ଷେପ ନେଉଛନ୍ତି,

Leave a Reply

Your email address will not be published. Required fields are marked *