ମହାନଗରମୁଖ୍ୟ ଖବରରାଜ୍ୟ

ଅତାବିରାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ

ଅତାବିରା, ୨୦/୨ (ଉତ୍କଳ ସମାଚାର) (ଖିରୋଜ ନାୟକ): ବରଗଡ  ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେଉଅଛି | ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାନେ ହେଉଅଛି ଯେଉଁଥିରେ ଗରିବ ଜନସାଧାରଣ ତଥା ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି ରାଜ୍ୟ ସରକାର ତାସହିତ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଯୋଜନା ଉପରେ ଯୋଜନା କରିଛନ୍ତି  | ଆମ  ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଅନେକ ଯୋଜନା ଯୋଡ଼ି ଓଡିଶାକୁ କିଭଳି ସୁନ୍ଦର ଓ ସମୃଦ୍ଧ କରିହେବ ତାଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଧ୍ୟାନ ଦେଇ ଗାଁ ରୁ ସହର ସବୁଠି ଉନ୍ନତିମୂଳକ କାର୍ଯ୍ୟ କରିଚାଲିଛନ୍ତି  | ଅତାବିରାରେ ଆଦର୍ଶ ବିଦ୍ୟାଳୟ ର ନିର୍ମାଣ, ଛାତ୍ରଛାତ୍ରୀ ରହିବାପାଇଁ ହଷ୍ଟେଲ ନିର୍ମାଣ, ଇଣ୍ଡୋର ଷ୍ଟେଡ଼ିଅମ, ମିଶନଶକ୍ତି ଭବନ, ସମସ୍ତ ମନ୍ଦିର ରୂପାନ୍ତରିକରଣ, ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ର ସୁବିଧା, ଆଦର୍ଶ ସ୍ମଶାନଘାଟ ନିର୍ମାଣ, ଛାତ୍ରଛାତ୍ରୀ ମାନେ କିଭଳି ନୂତନ ଢ଼ଙ୍ଗରେ ପାଠ ପଢ଼ିପାରିବେ ସେଥିପାଇଁ 5ଟି ସ୍କୁଲ ପରିଣତ, ବିଜୁ ପକ୍କାଘର ପ୍ରଦାନ,ବୟସ୍କ ବ୍ୟକ୍ତିଙ୍କ ପାଇଁ ଭତ୍ତା, ଗରିବରୁ ଅତି ଗରିବ ଶ୍ରେଣୀର ଜନସାଧାରଣଙ୍କ ପାଇଁ ବରଦାନ ସାଜିଥିବା ବିଜୁ ସ୍ୱାସ୍ଥ୍ୟକାର୍ଡ, ରାସନ କାର୍ଡ ଥିବା ଲୋକଙ୍କୁ ଏକ ହଜାର ଟଙ୍କା,ଦୁଇଟି ବ୍ୟାଗ ଯେଉଁଥିରେ ଚାଉଳ ଆଣିବେ ଓ ଏସଏଚଜି ମହିଳାଙ୍କୁ ମଧ୍ୟ ନିଜ ୟୁନିଫର୍ମ କିଣିବାପାଇଁ ଆର୍ଥୀକ ରାଶି ଦେଉଛନ୍ତି ସରକାର ଏହିଭଳି ଅନେକ ଉନ୍ନତିମୂଳକ କାର୍ଯ୍ୟ ସହିତ ଅନେକ ଯୋଜନାମାନ ଓଡିଶା ସରକାର ଜନସାଧାରଣଙ୍କ ପାଇଁ କରିଛନ୍ତି ବୋଲି ଅତାବିରା ୱାର୍ଡ ନମ୍ବର ଚାରିରେ ଆୟୋଜିତ ହେଉଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ମଂଚାସୀନ ରହିଥିବା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ନିଜ ଅଭିଭାଷଣରେ ଜନସାଧାରଣଙ୍କୁ  କହିଛନ୍ତି ଓ ସଚେତନ କରିଛନ୍ତି  | ତାଙ୍କ ସହିତ ମଂଚାସୀନ ଥିଲେ ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ଏନଏସି ଉପାଧ୍ୟକ୍ଷା ଓ କାଉନସିଲର ଶିବାନନ୍ଦ ତ୍ରିପାଠୀ, ସବିତା ମଲ୍ଲିକ, ନେପାଳ ପ୍ରଧାନ ଏବଂ ଉପସ୍ଥିତ ରହିଥିଲେ ଏନଏସି ସଭାପତି ଟଙ୍କ ଦାସ ଓ ମଣ୍ଟୁ ପଣ୍ଡା  | ସହସହ ସଂଖ୍ୟାରେ ଯୋଗଦାନ କରିଥିବା ମହିଳା ମା ମାନଙ୍କୁ ପ୍ରଥମେ ଧନ୍ୟବାଦ ଅର୍ପଣ କରି ସଭା ଆରମ୍ଭ କରିଥିଲେ ଓ ପ୍ରଦୀପ ପ୍ରଧାନ ଓ ଟୁନୁ କରାଳି ମଞ୍ଚ ପରିଚାଳନା କରିଥିଲେ ଏବଂ ଦୁର୍ୟୋଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *