ମହାନଗରମୁଖ୍ୟ ଖବରରାଜ୍ୟ

ଡାଲମିଆ ସିମେଣ୍ଟ ନୂତନ ବ୍ରାଣ୍ଡ୍‌ ବାସଗୃହ ନିର୍ମାତାଙ୍କ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ସୁପରଷ୍ଟାର୍‌ ରଣବୀର ସିଂଙ୍କୁ ସାମିଲ କରିଛି

ରାଜଗାଙ୍ଗପୁର,୨୦/୨ (ଉତ୍କଳ ସମାଚାର): ବାସଗୃହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଯଥା: ରୁଫ୍‌ କଲମ୍‌ ଫାଉଣ୍ଡେସନରେ ସିମେଣ୍ଟର ସଠିକ ବ୍ୟବହାର କ୍ଷେତ୍ରରେ ଗ୍ରାହକମାନଙ୍କୁ ମାର୍ଗଦର୍ଶନ ଓ ସହାୟତା କରିବାକୁ ଡାଲମିଆ ସିମେଣ୍ଟ ତାହାର ନୂଆ ପ୍ରଚାର ଅଭିଯାନ ‘ଆର୍‌ସିଏଫ୍‌ ଷ୍ଟ୍ରଙ୍ଗ ତୋ ଘର୍‌ ଷ୍ଟ୍ରଙ୍ଗ’ ସହିତ ନିଜର ବ୍ରାଣ୍ଡ୍‌ ଅଗ୍ରାଧିକାରତାରେ ବୈଷୟିକଗତ ସ୍ଥାନାନ୍ତରଣ ଆଣୁଛି । ନୂଆ ଗ୍ରାହକ କୈନ୍ଦ୍ରିକ ବାର୍ତ୍ତା ବାସଗୃହ ନିର୍ମାତା ଓ ଠିକାଦାରଙ୍କ ମଧ୍ୟରେ ସଠିକ ସିମେଣ୍ଟ ପସନ୍ଦ କରିବା, ଏହାକୁ ସଠିକ ଉପାୟରେ ବ୍ୟବହାର କରିବା ଏବଂ ସେମାନଙ୍କର ସ୍ୱପ୍ନର ବାସଗୃହ ନିର୍ମାଣ ନିମନ୍ତେ ସର୍ବୋତ୍ତମ ନିର୍ମାଣ କାର୍ଯ୍ୟାଭ୍ୟାସ ଅନୁସରଣ କରିବା ସକାଶେ ସଚେତନତା ସୃଷ୍ଟି ନିମନ୍ତେ ଲକ୍ଷ୍ୟ ରଖୁଛି । ଡାଲମିଆ ସିମେଣ୍ଟକୁ ‘ଆର୍‌ସିଏଫ ଏକ୍ସପର୍ଟ’ ଭାବରେ ମଜଭୁତ ଭାବରେ ଅବସ୍ଥାପିତ କରିବାକୁ ଥିବା ପ୍ରଚାର ଅଭିଯାନରେ ସୁପରଷ୍ଟାର୍‌ ରଣବୀର ସିଂଙ୍କୁ ଦେଖିବାକୁ ମିଳିବ । ଅଗ୍ରାଧିକାର ଭିତ୍ତିରେ ବୈଷୟିକ ଜ୍ଞାନକୌଶଳ ଏବଂ ଅତୁଳନୀୟ ସେବା ଯୋଗାଣ ଭଳି ବ୍ରାଣ୍ଡ୍‌ର ବାର୍ତ୍ତା ସହିତ ପ୍ରଭାବକାରିତା ଯୋଗ କରୁଥିବା ସୁପରଷ୍ଟାର୍‌ ରଣବୀର ସିଂଙ୍କୁ ନେଇ ପୂର୍ଣ୍ଣାଙ୍ଗ ମଲ୍‌ଟିମିଡିଆ ଆଭିମୁଖ୍ୟ ଜରିଆରେ ଏହା ପ୍ରଚଳନ କରାଯିବ, ଯାହା ‘ଆର୍‌ସିଏଫ ଷ୍ଟ୍ରଙ୍ଗ ତୋ ଘର୍‌ ଷ୍ଟ୍ରଙ୍ଗ’ ସ୍ଲୋଗାନ୍‌କୁ ଅଧିକ ପ୍ରଭାବୀ କରି ଗଢିତୋଳୁଛି । ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ଶ୍ରୀ ପୁନିତ ଡାଲମିଆ, ଏମ୍‌ଡି ଓ ସିଇଓ କହିଛନ୍ତି, “ବିଗତ ଆଠ ଦଶନ୍ଧିରେ ଆମର ଚମକଦାର ଯାତ୍ରା କାଳରେ ଡାଲମିଆ ସିମେଣ୍ଟ ଆମ ରାଷ୍ଟ୍ରକୁ ମୂଳରୁ ଗଢିତୋଳିବା ସକାଶେ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇଛି, ଏବଂ ଏହା ଉଦାହରଣଯୋଗ୍ୟ ଜାତୀୟ ଚିହ୍ନ ସୃଷ୍ଟି ଏବଂ ନିୟୁତାଧିକ ଲୋକଙ୍କ ପାଇଁ ଖୁସିର ଘର ନିର୍ମାଣ ଦିଗରେ ଅବଦାନ ରଖୁଛି । ବ୍ୟକ୍ତିବିଶେଷ ଭାବରେ ଆମେ ଆମର ନିଜର ଘରକୁ ନେଇ ଆଶା ଆକାଂକ୍ଷା ପୋଷଣ କରୁଛୁ, ଯାହା ଆମ ଜୀବନରେ ବିଶେଷ ମୂଲ୍ୟ ଓ ସ୍ଥାନ ନେଉଛି । ସେଥିପାଇଁ ଏଭଳି ଏକ ପିଢି ପର ପିଢି ସମ୍ପତ୍ତି ସିମେଣ୍ଟ ଓ ବୈଷୟିକ ବିଦ୍ୱତାର ଉପଯୁକ୍ତ ପ୍ରୟୋଗ ଦ୍ୱାରା ନିର୍ମାଣ କରିବା କେବଳ ସଂରଚନାଗତ ଅଖଣ୍ଡତାକୁ ସୁନିଶ୍ଚିତ କରୁନାହିଁ, ତାହାସହିତ ସାରା ଜୀବନ ନିମନ୍ତେ ଏକ ପୁଞ୍ଜିନିବେଶର ପ୍ରତିନିଧିତ୍ୱ କରୁଛି ।” “ଆମର ନୂଆ ବ୍ରାଣ୍ଡ୍‌ ପ୍ରଚାର ଅଭିଯାନ କେବଳ ଏକ ବିଶିଷ୍ଟ ପରମ୍ପରାର ପ୍ରତିଫଳନ ନୁହେଁ, ତାହାସହିତ ଏହା ଗ୍ରାହକ କୈନ୍ଦ୍ରିକତା ପ୍ରତି ଏକ ପ୍ରତିବଦ୍ଧତା ହୋଇଛି- ଏହା ଏକ ତୂଣମୂଳ ସ୍ତରର ବାର୍ତ୍ତା ପହଞ୍ଚାଉଛି ଯେ ଉପଯୁକ୍ତ ଯତ୍ନର ସହିତ ଏକ ବାସଗୃହ ନିର୍ମାଣ କରିବା ଅର୍ଥ ଏହାକୁ ଆଗାମୀ ପିଢିଗୁଡିକ ନିମନ୍ତେ ନିର୍ମାଣ କରିବା,” ବୋଲି ସେ କହିଥିଲେ । ନିଜର ସହଯୋଗିତା ସମ୍ପର୍କରେ ମତ ରଖି ସୁପରଷ୍ଟାର୍‌ ଶ୍ରୀ ରଣବୀର ସିଂ କହିଛନ୍ତି, “ଗତ ୮୦ ବର୍ଷ ଧରି ନିର୍ମାଣ କ୍ଷେତ୍ର ପ୍ରତି ଅବଦାନ ରଖିଆସୁଥିବାରୁ ଡାଲମିଆ ସିମେଣ୍ଟକୁ ମୁଁ ସର୍ବଦା ପ୍ରଶଂସା କରିଆସିଛି । ବାସଗୃହ ନିର୍ମାଣରେ ରୁଫ୍‌ କଲମ୍‌ ଏବଂ ଫାଉଣ୍ଡେସନ୍‌ର ଅତ୍ୟନ୍ତ ଜରୁରୀ ଗୁରୁତ୍ୱ ସପକ୍ଷରେ କହିବା ପାଇଁ କମ୍ପାନୀ ସହିତ ହାତମିଳାଇ ମୁଁ ବହୁତ ଖୁସି । ସମ୍ମିଳିତ ଭାବରେ ବ୍ୟକ୍ତିବିଶେଷଙ୍କୁ ସୁଚିନ୍ତିତ ପସନ୍ଦ କରିବା ଏବଂ ସମୟର କଷଟି ପଥରରେ ପ୍ରତ୍ୟେକଟି ନିର୍ମିତ ଢାଞ୍ଚା ଯେଭଳି ମଜଭୁତ ହୋଇ ଛିଡାହେବ ତାହା ସୁନିଶ୍ଚିତ କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷିତ କରିବାକୁ ଆମେ ଲକ୍ଷ୍ୟ ରଖୁଛୁ ।”ଶ୍ରୀ ସମୀର ନାଗପାଲ, ସିଓଓ, ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ କହିଛନ୍ତି, “ଆମର ବିଶ୍ୱାସ ଯେ ଏହି ବ୍ରାଣ୍ଡ୍‌ ଗ୍ରାହକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ କରିବା ଉଚିତ, ଯଦ୍ଦ୍ୱାରା ସେମାନେ ସୁଚିନ୍ତିତ ପସନ୍ଦ କରିପାରିବେ । ଡାଲମିଆ ସିମେଣ୍ଟ ବିଗତ ବର୍ଷଗୁଡିକରେ ସିମେଣ୍ଟ ଉପଯୋଗିତାକୁ ଶୀର୍ଷସ୍ତରକୁ ନେବା ସକାଶେ ସ୍ୱତନ୍ତ୍ର ଜ୍ଞାନକୌଶଳ ବିକଶିତ କରିଛି ଯାହା ଏହାକୁ ରୁଫ୍‌ କଲମ ଏବଂ ଫାଉଣ୍ଡେସନ ନିମନ୍ତେ ସର୍ବାଧିକ ଉପଯୁକ୍ତ କରି ଗଢିତୋଳୁଛି । ଏଗୁଡିକ ବାସଗୃହ ଢାଞ୍ଚାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି ଏବଂ ବାସଗୃହର ଦୃଢତା ଓ ଦୀର୍ଘସ୍ଥାୟିତ୍ୱ ନିମନ୍ତେ ଏହା ଦାୟୀ । ଆର୍‌ସିଏଫ ନିମନ୍ତେ ସଠିକ ସିମେଣ୍ଟ ଯୋଗାଇଦେବା ସହିତ କ୍ଷେତ୍ର ସ୍ତରରେ ମଧ୍ୟ ଆମର ମଜଭୁତ ବୈଷୟିକ ଲୋକଶକ୍ତି ରହିଛନ୍ତି ଯାହା ବାସଗୃହ ନିର୍ମାତା ଏବଂ ଠିକାଦାରଙ୍କୁ ସିମେଣ୍ଟର ସଠିକ ବ୍ୟବହାର ଦିଗରେ ସହାୟତା କରୁଛନ୍ତି । ଆର୍‌ସିଏଫ ପ୍ରଚାର ଅଭିଯାନ ଏହି ମୂଲ୍ୟଗତ ଦିଗ ସର୍ବସମ୍ମୁଖକୁ ଆଣୁଛି ।”

Leave a Reply

Your email address will not be published. Required fields are marked *