ମହାନଗରମୁଖ୍ୟ ଖବରରାଜ୍ୟ

ରାଜ୍ୟରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

ରାଉରକେଲା,୨୦/୨ (ଉତ୍କଳ ସମାଚାର): ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ପରୀକ୍ଷା ଦେବାକୁ ସମସ୍ତ ପ୍ରସ୍ତୁତି ଶେଷ କରି ପରୀକ୍ଷା ହଲ ରେ ପ୍ରବେଶ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୨୪ ହଜାର ୭୦୧ ଜଣ ଛାତ୍ରଛାତ୍ରୀ ୧୧୭ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। କେବଳ ରାଉରକେଲା ସହର ସମେତ ବନ୍ଧମୁଣ୍ଡା , ସାର ନଗରୀରେ ୪ ହଜାର ୮୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୨୦ଟି ନୋଡାଲ ସେଣ୍ଟର ଖୋଲା ଯାଇଛି। ସକାଳ ୯ଟାରେ ପରୀକ୍ଷା ଅରମ୍ଭ ହୋଇଛି। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସକାଳୁ ଛାତ୍ରୀଛାତ୍ରୀ ମାନେ ଲାଇନ ଲଗାଇ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ। କପି ରୋକିବାକୁ କଡା ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା। ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ରହିବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ। ବିଇଓ, ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ରହିବ । କେବଳ ଏତିକି ନୁହେଁ, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *