ମହାନଗରମୁଖ୍ୟ ଖବରରାଜ୍ୟ

ବାସନ୍ତୀ କଲୋନୀ ବହୁ ପ୍ରତିଖିତ ଅତ୍ୟାଧୁନିକ କଲ୍ୟାଣୀମଣ୍ଡପର ଭିତପ୍ରସ୍ତ ସ୍ଥାପନ

ରାଉରକେଲା,୨୦/୨ (ଉତ୍କଳ ସମାଚାର): ଆଜି ବାସନ୍ତୀ କଲୋନୀବାସୀଙ୍କ ଅନୁରୋଧ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଙ୍କ ପ୍ରଚେଷ୍ଟା ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବାସନ୍ତୀ କଲୋନୀରେ ଏକ ନୂତନ ଅତ୍ୟାଧୁନିକ କଲ୍ୟାଣୀ ମଣ୍ଡପ ନିର୍ମାଣ କରିବା ପାଇଁ ୨କୋଟି ୪୦ ଲକ୍ଷ ଅର୍ଥ ମଞ୍ଜୁର କରିଛନ୍ତି । ଏହାସହିତ କଲୋନୀର ଥିବା ନୂତନ ୩ ଟି ୱାର୍ଡ ୧୬,୧୭ଏବଂ୧୮ ରେ ବିଭିର୍ଣ ଉନ୍ନୟନମୂଳକ କାର‌୍ୟ୍ୟ,ସର୍ବ ମୋଟ ୧୫କୋଟି ୫୧ ଲକ୍ଷ ଟଙ୍କାର ଲୋକହିତକର କ।ର୍ଜ୍ୟକୁ ମାନ୍ୟବର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଶୁଭରମ୍ବ କରିଛନ୍ତି । ବରିଷ୍ଠ ନେତା ବାବୁଲି ଦାସ ଙ୍କ ସଭାପତିତ୍ଵରେ ହୋଇଥିବା ସଭାରେ ମୁଖ୍ୟାତିଥି ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ନିଜ ବକ୍ତବ୍ୟରେ କହିଥିଲେ, ବାସନ୍ତୀ କଲୋନୀ ଯାତାୟାତରେ ଯେଉଁ ଅସୁବିଧା ସୃଷ୍ଟି ହେଉଥିଲା ଓଭରବ୍ରିଜ ନିର୍ମାଣ ଦ୍ଵାରା ସୁବିଧା ହେବା ସହିତ,ଦୋହରି ରାସ୍ତା, ରାସ୍ତାରେ ଆଲୋକ ବ୍ୟବସ୍ଥା,ପିଇବା ପାଣିର ସୁବିଧା, କଲୋନୀରେ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା, ରହିଥିବା ବସ୍ତି ତଥା ବାସିନ୍ଦା ମାନଙ୍କର ସମଗ୍ର ବିକାଶ, ଅତ୍ୟଧୁନିକ ଡିଏଭି ପୋଖରୀର ସୌନ୍ଦର୍ଜକାରଣ, ସ୍କୁଲର ନିଜସ୍ଵ ପକ୍କା ଘର ନିର୍ମାଣ,ସାମାଜିକ ସଂଗଠନ ମାନଙ୍କର କ।ର୍ଜ୍ୟଳୟର ଉନ୍ନତିକରଣ ସମେତ ଅନେକ ଲୋକହିତକର କାର‌୍ୟ୍ୟମାନ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ଆମେସମସ୍ତେ ମିଶି କରିପାରିଛେ । ଆହୁରି ଅନେକ କାର‌୍ୟ୍ୟ କରିବାପାଇଁ ପ୍ରତିଶ୍ରୁତି ଦେବସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଦ୍ଵାରା କରାଯାଇଥିବା ମହିଳାଙ୍କ ବିକାଶ,ନୂତନ ଯୋଜନା ବିଷୟରେ ଆଲୋକପ।ତ କରିଥିଲେ । କ।ର୍ଜ୍ୟକ୍ରମରେ ନଗର ସଭାପତି ଗଗନ ପଣ୍ଡା,ଉପସଭାପତି/ମୁଖପାତ୍ର ଜୟନ୍ତ କୁମାର ମିଶ୍ର,ଅନ୍ୟତମ ଉପସଭାପତି ସୁଦାମ ଚନ୍ଦ୍ର ଦାଶ,ମହିଳା ନେତ୍ରୀ ଜୋଷଣା ନାୟକ,ସୁନନ୍ଦା ସେନାପତି,ଶ୍ରୀବଛ କୁଅଂର ନିଜ ନିଜ ବକ୍ତବ୍ୟ ରଖିଥିଲେ । କ।ର୍ଜ୍ୟକ୍ରମରେ ବରିଷ୍ଠ ନେତା ଶ୍ରୀଚରଣ ମହାନ୍ତି, ସୁକାନ୍ତ ସ୍ଵାଇଁ,ଜଗବନ୍ଧୁ ପ୍ରଧାନ,ସୁରେନ୍ଦ୍ର କୁମାର ମୋହାପାତ୍ର,ଦୂର୍ଗା ଚରଣ ସରଙ୍ଗୀ,ବିକ୍ରମ ଆଚାର‌୍ୟ, ମୌସୁମୀ ଶତପଥୀ,ଡି॰ଏନ ବାରିକ,ସୁଧାଂଶୁ ସାହାଣି,ଗୌରି ଶଙ୍କର, କୃଷ୍ଣ ଚନ୍ଦ୍ର ସିଂହ,ରାମଚନ୍ଦ୍ର ପାତ୍ର ସମେତ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *