ମହାନଗରମୁଖ୍ୟ ଖବରରାଜ୍ୟ

ମଦର ଚଢା ଦରକୁ ବିରୋଧ କରିବାରୁ ହାତିଗାଁ ସରପଞ୍ଚଙ୍କୁ ମାଡ଼

ରାଇଘର,୨୦/୨ (ଉତ୍କଳ ସମାଚାର) (ନରସିଂ ବାଘ)-ବିଦେଶୀ ମଦର ଚଢା ଦରକୁ ବିରୋଧ କରିବାରୁ ମଦ ଦୋକାନୀର କର୍ମଚାରୀ ଜଣେ ସରପଞ୍ଚଙ୍କୁ ମାଡ଼ ମାରିବା ଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ମୁଖ୍ୟ ଦପ୍ତର ଠାରେ l ହାତିଗାଁ ସରପଞ୍ଚ ମହେଶ ଗଣ୍ଡ ସ୍ଥାନୀୟ ଠିପିବନ୍ଦ ମଦ ଦୋକାନରେ ମଦ କିଣିବା ସମୟରେ ପ୍ରିଣ୍ଟ ଦରରୁ ଅଧିକ ମୂଲ୍ୟକୁ ପ୍ରତିବାଦ କରିବାରୁ ମଦ ଦୋକାନର ଜଣେ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ l ସୂଚନା ଅନୁଯାୟୀ ସରପଞ୍ଚ ମହେଶଙ୍କ ଘରେ କୁଣିଆ ଆସିବାରୁ ଆଜି ସନ୍ଧ୍ୟା ପ୍ରାୟ ୮ଘଣ୍ଟିକା ସମୟରେ ଜଣେ ସାଥୀଙ୍କ ସହିତ ମଦ କିଣିବାକୁ ସ୍ଥାନୀୟ ଠିପିବନ୍ଦ ମଦ ଦୋକାନକୁ ଯାଇ ଥିଲେ l ମଦ କିଣିବା ସମୟରେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ମାଗିବାରୁ ମହେଶ ବାରଣ କରିଥିଲେ | ଜଣେ ସରପଞ୍ଚଙ୍କୁ କିଭଳି ଅଧିକ ମୂଲ୍ୟରେ ମଦ ବିକ୍ରୀ କରୁଛ ବୋଲି ପଚାରିବା ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚଶା ଆରମ୍ଭ ହୋଇଥିଲା | ଶେଷରେ ମଦ ଦୋକାନର ଜଣେ କର୍ମଚାରୀ ମହେଶଙ୍କୁ ଧକ୍କା ଓ ମୁଥ ମାରିବା ଫଳରେ ତାଙ୍କ ଓଠ ଓ ମୁହଁରେ ଆଘାତ ଲାଗିଥିଲା l ଉପସ୍ଥିତ କିଛି ଲୋକ ଆହତ ଅବସ୍ଥାରେ ସରପଞ୍ଚଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରାଇବା ପରେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା | ଖବର ପାଇ ରାଇଘର ପୋଲିସ ମଦ ଦୋକାନକୁ ଯାଇ ବନ୍ଦ କରାଇବା ସହିତ ସରପଞ୍ଚ ମହେଶଙ୍କୁ ଥାନାକୁ ନେଇ ଯାଇଥିଲେ | ଏ ନେଇ ରାଇଘର ଥାନାରେ ଏକ ମାମଲା ଋଜ୍ଜୁ ହୋଇଥିବା ଜଣାପଡଛି।

Leave a Reply

Your email address will not be published. Required fields are marked *