ମହାନଗରମୁଖ୍ୟ ଖବରରାଜ୍ୟ

ଅନ୍ନକ୍ଷେତ୍ର ସଂଗଠନର ସଭ୍ୟଙ୍କ ଅଯୋଧ୍ୟା ଗସ୍ତ

ରାଉରକେଲା,୨୦/୨(ଉତ୍କଳ ସମାଚାର):: ରାଉରକେଲା ସହରର ଧାର୍ମିକ ସଂଗଠନ ଅନ୍ନକ୍ଷେତ୍ର ପଦାଧିକାରୀ ତଥା ସଭ୍ୟମାନେ ଅଯୋଧ୍ୟା ଦର୍ଶନ ପାଇଁ ଆଜି ସଂକଟମୋଚନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଜାମ୍ମୁତାବି ଏକ୍ସପ୍ରେସ ଯୋଗେ ରାଉରକେଲା ଷ୍ଟେସନରୁ ଅଯୋଧ୍ୟା ଗସ୍ତ କରିଛନ୍ତି । ମନ୍ଦିରର ନନାଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ ଜୟଶ୍ରୀ ରାମ ମନ୍ତ୍ରୀ ଉଚ୍ଚାରଣ କରି ରେଲୱେ ଷ୍ଟେସନ ପ୍ରସ୍ଥାନ କରିଥିଲେ ।  ବେଦବ୍ୟାସ ଭୂମିରେ ଚନ୍ଦ୍ରଶେଖର ଶିବ ମନ୍ଦିର , ମାଁ ସରସ୍ୱତୀଙ୍କ ନିକଟସ୍ଥ ଭିକ୍ଷୁ ଜନକଲ୍ୟାଣ ଆଶ୍ରମରେ ଅନ୍ନ୍ୟକ୍ଷେତ୍ରର ସ୍ଥାପନ କରାଯାଇଥିଲା । ମାରୱାଡ଼ି ସମାଜର ଲୋକଙ୍କୁ ନେଇ ଏହି ସଂଗଠନ ତିଆରି ହୋଇଛି । ଆଜି ସଂଗଠନର ଚେୟାରମ୍ୟାନ କିଶନ ଅଗ୍ରୱାଲ, ଟ୍ରଷ୍ଟ ବୋର୍ଡ଼ର ମାଙ୍ଗେ ଲାଲା ଭୋତ୍ରା, ବଦ୍ରି ନାରାୟଣୀ ମେହେଶ୍ୱରୀ, ରାମ ବାବୁ, ସହ ସଂଗଠନର ଅଧ୍ୟକ୍ଷ ରିସି ଆରିଆ, ସାଧାରଣ ସଂପାଦକ ଅଶୋକ ହାଲୁଆଇ ସମେତ ଅନ୍ୟ ସଭ୍ୟ ଓ ଭକ୍ତ ଅଯୋଧ୍ୟା ପାଇଁ ଗସ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *