ମହାନଗରମୁଖ୍ୟ ଖବରରାଜ୍ୟ

ବିଛିନ୍ନାଞ୍ଚଳର ଦୀନବନ୍ଧୁ ସାହୁ ଆଉ ନାହାନ୍ତି

ରାଉରକେଲା,୧୩/୧୨ (ଉତ୍କଳ ସମାଚାର): ଷଢୈଇକଳା , ଝାଡ଼ଖଣ୍ଡ ଉତ୍କଳୀୟ ମୂଳବାସୀ ସସ୍କୃତି ପରିଷଦରର ଟ୍ରଷ୍ଟି ଦୀନବନ୍ଧୁ ସାହୁ ଷଢୈଇକଳା ର ରୋଳାଗ୍ରାମ ଠାରେ ଇହଧାମରୁ ବିଦାୟ ନେଇଛନ୍ତି । ବିଛିନ୍ନାଞ୍ଚଳରେ ଓଡ଼ିଆ ସମାଜ ପାଇଁ ସର୍ବଦା ତତ୍ପର ରହୁଥିବା ସ୍ବର୍ଗତ ସାହୁ ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ କିଛି ସମୟ ଆଗରୁ ଅସୁସ୍ଥ ଥିଲା ବେଳେ ଗତ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି । ଏ ନେଇ ଷଢୈଇକଳା ଖରସୁଆଁ ,ସିଂହଭୂମି ଜିଲ୍ଲା ରେ ଓଡ଼ିଆ ଲୋକଙ୍କ ଭିତରେ ଶୋକରେ ଛାୟା ଖେଳିଯାଇଛି ।   ବିଛିନ୍ନାଞ୍ଚଳ ଷଢୈଇକଳା ଖରସୁଆଁ ର ଅଗ୍ରଣୀ ଓଡ଼ିଆ ଅନୁଷ୍ଠାନ ଝାଡ଼ଖଣ୍ଡ ଉତ୍କଳୀୟ ମୂଳବାସୀ ସାଂସ୍କୃତିକ ପରିଷଦ ଟ୍ରଷ୍ଟି ବର୍ଷିଆନ ଓଡ଼ିଆ ସଂଗଠକ ସ୍ବର୍ଗତ ଦୀନବନ୍ଧୁ ସାହୁଙ୍କ ଜନ୍ମ ୧୯୪୭ ମସିହାରେ ଷଢୈଇକଳା ର ରୋଳା ଗ୍ରାମରେ ହୋଇଥିଲା । ତାଙ୍କ ଅନ୍ୟ ଏକ ନିବାସ ସ୍ଥାନ ଢୈଇକଳା ଗଡ଼ଜାତ ର ଇଚା ସାମନ୍ତ ରାଜାଙ୍କ ଗାଁ ରେ ମଧ୍ୟ ରହିଛି । ସ୍ବର୍ଗତ ସାହୁ ଦେଶ ସ୍ବାଧୀନ ହେବା ପରେ ଷଢୈଇକଳା ଖରସୁଆଁ କୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ଓଡିଆ କୁ ବଞ୍ଚାଇବାକୁ ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ଜଣାପଡ଼େ । ବିହାର ସରକାର ଏହି ଓଡ଼ିଆ ଗଡ଼ଜାତ ରାଜ୍ୟ କୁ ନିଜ ଆୟତ୍ତ କୁ ଆଣିବା ପାଇଁ ଓଡ଼ିଆ ବିରୁଦ୍ଧରେ ଷଡ଼ଯନ୍ତ୍ର ଓ କାର୍ଯ୍ୟାନୁଷ୍ଠାନ ଚଳାଇ ଥାନ୍ତି । ସେ ସମୟରେ କିଶୋର ଅବସ୍ଥାରେ ସ୍ବର୍ଗତ ଦୀନବନ୍ଧୁ ସାହୁ ଓଡ଼ିଆ ଭାଷା ,ସାହିବ ସଂସ୍କୃତି ବଞ୍ଚାଇବାକୁ ବେଶ ତତ୍ପରତା ଦେଖାଇ କାର୍ଯ୍ୟ କରିଥିବା ଜଣାଯାଏ । ଦିନଥିଲା ଏହି ଗଡ଼ଜାତ ରାଜ୍ୟ ରେ ସବୁଠି ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା । ଦେଶ ସ୍ବାଧୀନ ହେବା ପରେ ସେ ସମସ୍ତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ ବିହାରର ରାଜଧାନୀ ପାଟଣା ମନ୍ତ୍ରଣାଳୟ ମନ୍ତ୍ରଣା ରେ ଜୋର ଜବରଦସ୍ତି ହିନ୍ଦୀ କରଣ କରାଯାଇ ଏ ଜାତିକୁ ଶେଷ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ପୋଲିସ ଦ୍ବାରା ଗିରଫ କରାଯିବା ଆଦି ଘଟଣା ଗୁଡ଼ିକ ଜୋର ଧରିଥାଏ। ସେ ସମୟରେ ସ୍ବର୍ଗତ ସାହୁ ଙ୍କ ଉଦ୍ୟମ ଫଳରେ ଅନେକ ସମସ୍ୟା ର ସମାଧାନ ହୋଇଥିବା ଜଣାଯାଏ । ସେ ଥିଲେ ବର୍ଷିୟାନ୍ ସମାଜସେବୀ ତଥା “ଝାଡ଼ଖଣ୍ଡ ଉତ୍କଳୀୟ ଓ ମୂଳବାସି ସାଂସ୍କୃତିକ ପରିଷଦ” ର ପୂର୍ବତନ ସଭାପତି ଦେବେନ୍ଦ୍ର ଦାସ ଙ୍କର ଘନିଷ୍ଠ ବନ୍ଧୁ ।ଯିଏ ନିଜେ ରାଜନଗର ସ୍କୁଲ ରେ ପାଠ ପଢି ଓଡ଼ିଆ ଭାଷା ସଂସ୍କୃତି ଓ ରାଜନୈତିକ ଜୀବନ ରେ ବେଶ କ୍ଷାତି ଅର୍ଜନ କରିଥିଲେ । ସ୍ବର୍ଗତ ସାହୁ ନିଜ ପଛରେ ତାଙ୍କ ପତ୍ନୀ ସହ ଦୁଇ ଶିକ୍ଷକ ପୁତ୍ରଙ୍କୁ ଛାଡି ଯାଇଛନ୍ତି ଓଡ଼ିଆ ଭାଷା କୁ ନେଇ କାର୍ଯ୍ୟରତ ରୋହିତ ସାହୁ ତାଙ୍କର ବଡ଼ ପୁଅ । ତାଙ୍କ ବିୟୋଗରେ ଓଡ଼ିଆ ଜନତା ସହିତ ଝାଡ଼ଖଣ୍ଡ ଉତ୍କଳୀୟ ମୂଳବାସୀ ସାଂସ୍କୃତିକ ପରିଷଦ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *