ମହାନଗରମୁଖ୍ୟ ଖବରରାଜ୍ୟ

ଆମ ପୋଲିସ ସମିତି ବୈଠକ

ରାଜଗାଙ୍ଗପୁର,୧୩/୧୨ (ଉତ୍କଳ ସମାଚାର) (ସୁବାଷ ବେହେରା) : ଗତ 2019 ଠାରୁ ଏହି ଆମ ପୋଲିସ ସମିତି ବୈଠକ ବନ୍ଦ ହୋଇ ଯାଇ ଥିଲା ଯାହା ହେଉ ଗତ କାଲି ସନ୍ଧ୍ୟା ରେ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଥାନା ପରିସର ରେ ଅନୁଷ୍ଠିତ ହୋଇ ଯାଉଛି l ଏହି ବୈଠକ ର ମୂଳ ଉଧେଶ୍ୟ ଥିଲା ଯୌତକ ପ୍ରଥା କୁ କିପରି ପରି ସମାପ୍ତ କରିପାରିବା ତା ଉପରେ ଆଲୋଚନା କରା ଯାଇ ଥିଲା  l ଉକ୍ତ ବୈଠକରେ ରାଜଗାଙ୍ଗପୁର ଏସ ଡି ପି ଓ ଅଭିଷେକ ପାଣିଗ୍ରାହୀ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ସମ୍ମାନିୟ ଅତିଥିଭାବେ ପୌର ଅଧକ୍ଷା ମାଧୁରୀ ଲୁଗୁନ ଯୋଗ ଦେଇ ଥିଲେ l ଥାନା ପ୍ରଭାରୀ ମନୋରଞ୍ଜନ ପ୍ରଧାନ ପରିଚୟ ପ୍ରଦାନ କରିବା ସହ ଯୌତକ ପ୍ରଥା ଉପରେ ଆଲୋଚନା କରି ଥିଲେ ସ୍ଥାନୀୟ ଏସ ଡି ପିଓ  ଅଭିଷେକ ପାଣିଗ୍ରାହୀ ଆଲୋଚନାରେ ଅଂଶ ଗ୍ରହଣ କରି ଯୌତକ ପ୍ରଥା ଗୋଟିଏ ଅସାମାଜିକ ଯୌତକ ଦେବା ଯୌତକ ଉପରେ ମଧ୍ୟସ୍ଥିତତା କରିଥିବା ଯୌତକ ନେବା ଆଇନ ଅପରାଧ ଯୌତକ ଉପରେ ପୂର୍ବରୁ ବହୁ ଅଭିଯୋଗ ଆସିଲେ ଯେଉଁ ମାନଙ୍କ ନାମରେ ଅଭିଯୋଗ ହେଉଥିଲା ତାହାକୁ ଦୋଷୀ କରି ଗିରଫ କରା ଯାଉଥିଲା କିନ୍ତୁ ମାନ୍ୟବର ଉଚ୍ଚ ନା୍ୟାଳୟ ର ନିର୍ଧେଶ  ଆସିବା ପରେ ଉଭୟ ଙ୍କୁ ଡାକି ବୁଝାଇ ସମାଧାନ କରିବାକୁ ଚେଷ୍ଟା କରା ଯାଉଛି ଯୌତକ ମାଗିବା ର ପ୍ରମାଣ ନ ମିଳିଲେ ଉକ୍ତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବାଧ୍ୟ୍ୟ l କେବଳ ଅଭିଯୋଗ କଲେ ଉକ୍ତ ବ୍ୟକ୍ତି ମାନଙ୍କ  ଉପରେ ସେପରି ବୀନା  ପ୍ରମାଣରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ପର ନୁହେଁ l ବିଭିନ୍ନ ଧାରାକୁ ନେଇ ତା ଉପରେ ଉପସ୍ଥିତ ବ୍ୟକ୍ତି ଙ୍କୁ ବିସ୍ତୃତ ଭାବରେ ମତ ବ୍ୟକ୍ତ କରିଥିଲେ l ଏହି ବୈଠକରେ ପୌର ପାଳିକା ର ଉପାଧ୍ୟାକ୍ଷ ଏମ ଡି ଇଫାନ ଡାଲମିଆ ମହାବିଦ୍ୟାଳୟ ର ଅଧ୍ୟାପିକା ବନୋ ଶିକ୍ଷାବିତ ସୁଜାତା ଦାଶ ପୌର ପରିଷଦ ର ସଦସ୍ୟ ବୃନ୍ଦ ଗଣ ପ୍ରତିନିଧି ସହର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *