ମହାନଗରମୁଖ୍ୟ ଖବରରାଜନୀତି

ଆରଆଇ କାର୍ଯ୍ୟାଳୟ ରୋଡ଼ ତିଆରିକୁ ବିରୋଧ

ରାଉରକେଲା, ୧୩/୧୨ (ଉତ୍କଳ ସମାଚାର): ଜଗଦା ଆରଆଇ କାର୍ଯ୍ୟାଳୟ ରୋଡ଼ ତିଆରିର ବିରୋଧ ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିଲା । ମହିଳା ଜଣଙ୍କ ଖାଲି ପଡ଼ିଥିବା ସ୍ଥାନରେ ବସି ଏହି ଜାଗା ତାହାର, ତାଙ୍କର ପୂର୍ବଜମାନେ ଏହି ସ୍ଥାନରେ ରହିଥିବାର ଅଭିଯୋଗ ମହିଳା ଜଣଙ୍କ କହିଥିଲେ । ପରେ ପୋଲିସର ବରିଷ୍ଠ ଅଧିକାରୀ, ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମହିଳାଙ୍କ ରାସ୍ତାରୁ ହଟାଇ ଆରଆଇ କାର୍ଯ୍ୟାଳୟ ଯିବାକୁ ଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସୂଚନା ମୁତାବକୁ ଜଗଦା ଆରଆଇ କାର୍ଯ୍ୟାଳୟର ନିର୍ମାଣ କାମ ୯୦% ସରିଯାଇଛି । ବର୍ତମାନ ମୁଖ୍ୟ ରାସ୍ତାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଚଂଳର ଜଣେ ମହିଳା ଉକ୍ତ ରାସ୍ତା କାମକୁ ବିରୋଧ କରି କହିଥିଲେ ଯେ, ଏହି ଖାଲି ଜାଗାଟି ତାଙ୍କର ପୂର୍ବଜଙ୍କର । ପରେ ଡ଼ିଏସପି ଜୋନ-୧ ପୁଷ୍ପାରାଣୀ ମିଞ୍ଜି, ଆଇଆଇସି ରବୀନ୍ଦ୍ର ସାହୁ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ବିଶ୍ରା ବ୍ଲକ ଆସିଷ୍ଟାଟଂ ତହସିଲଦାର ପୁରୁଷୋତମ ଦାସ, ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ମହିଳାଙ୍କୁ ସେ ସ୍ଥାନରୁ ହଟାଇ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା । ଏହାକୁ ନେଇ  କିଛି ସମୟ ପାଇଁ ଉକ୍ତ ଅଚଂଳରେ ଉତେଜନା ଦେଖିବାକୁ ମିଳିଥିଲା । ପରେ ଅଧିକାରୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ କାମ କରାଯାଇଥିଲା । ୧ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । 

Leave a Reply

Your email address will not be published. Required fields are marked *