Uncategorized

ଜାତିଆଣ ଆକ୍ଷେପ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ,୨୧/୪ (ଉତ୍କଳ ସମାଚାର): ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ଚାଲିଥିବା ରାମ ନବମୀରେ ଜାତିଆଣ ଆକ୍ଷେପ କରି ଜଣେ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଲହୁଲୁହାଣ କରିଛନ୍ତି  କିଛି ବ୍ୟକ୍ତି ।  ଯାହା ଫଳରେ ଏଥିରେ ଦଳିତ ଯୁବକ ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏନେଇ ଚନ୍ଦନପୁର ଗ୍ରାମର ଦଳିତ ବ୍ୟକ୍ତି ନ୍ୟାୟ ପାଇବା ପାଇଁ ଆଜି  ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ର ଦ୍ବାରସ୍ଥ ହୋଇଛନ୍ତି । ସୂଚନା ନା ଯେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଚନ୍ଦନପୁର ଗ୍ରାମରେ ରାମ ନବମୀ ଅବସରରେ ଦଣ୍ଡନାଚ ଚାଲିଥିବା ସମୟରେ କୌଣସି କାରଣକୁ ନେଇ ସେହି ଗ୍ରାମର କିଛି ବ୍ୟକ୍ତି, କିଛି ଦଳିତ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳୀ ଗୁଲଜ କରିବା ସହ ଜାତିଆଣ ଭେଦଭାବ ଜନିତ ଆକ୍ଷେପ କରିଥିଲେ। ଏହାକୁ ବିରୋଧ କରିବାରୁ ଢିପ ସାହିର କିଛି ଯୁବକ ଲୁହା ରଡ଼ ରେ ଆକ୍ରମଣ କରିବାରୁ ଚନ୍ଦନପୁର ଗ୍ରାମର ସନ୍ତୋଷ ନାଏକ ନାମକ ଜଣେ ଯୁବକଙ୍କର ମୁଣ୍ଡ ଫାଟି ଯାଇଥିବା ବେଳେ ଏଥିରେ ସନ୍ତୋଷ ଚେତାଶୁନ୍ଯ ହୋଇଯାଇଥିଲେ । ଏହାପରେ ଜାତିଆଣ ଆକ୍ଷେପ ଓ ମାଡ଼ ମାରିବା ଅଭିଯୋଗରେ ଚନ୍ଦନପୁର ଗ୍ରାମବାସୀ ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ର ଦ୍ବାରସ୍ଥ ହୋଇ ନ୍ୟାୟ ପାଇବା ପାଇଁ ନିବେଦନ କରିଛନ୍ତି

Leave a Reply

Your email address will not be published. Required fields are marked *