Uncategorized

ହନୁମାନ ଜୟନ୍ତୀ ଅବସରରେ ଶ୍ରୀ ପଓ୍ବନ ପୁତ୍ର ହନୁମାନ ଆଖଡାର ଶୋଭାଯାତ୍ରା

ରାଉରକେଲା,୨୪/୪ (ଉତ୍କଳ ସମାଚାର): ହନୁମାନ ଜୟନ୍ତୀ ଅବସରରେ ରାଉରକେଲା ସହରର ଏସଟିଆଇ ରେଳ କ୍ରସିଂ ନିକଟସ୍ଥ ଗଙ୍ଗାଧର ପାଲିର ଶ୍ରୀ ପୱନ ପୁତ୍ର ହନୁମାନ ଆଖଡା ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ରାଜ୍ୟ ଶ୍ରମ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ ନଡ଼ିଆ ଭାଙ୍ଗି ଶୋଭାଯାତ୍ରାର ଆରମ୍ଭ କରିଥିଲେ। ଶୋଭାଯାତ୍ରାରେ ମନ୍ଦିର କମିଟିର ପଦାଧିକାରୀଙ୍କ ଦ୍ବାରା ହନୁମାନଙ୍କ ପ୍ରତିମାରେ ମାଲ୍ଯାର୍ପଣ ରାମ ଦରବାରକୁ ସଜ୍ଜିତ କରାଯାଇଥିଲା। ଶୋଭାଯାତ୍ରା ସନ୍ଧ୍ୟା ୫ଟା ସମୟରେ ମନ୍ଦିର ଛାଡିବା ପରେ ରେଳବାଇ ଓଭରବ୍ରିଜ୍ ଦେଇ ସିଭିଲ୍ ଟାଉନସିପ୍ ଅଞ୍ଚଳ ପରିକ୍ରମା କରିବା ପରେ ମଡର୍ଣ୍ଣ ଇଂଲିସ୍ ସ୍କୁଲ ପଡିଆ ଦେଇ ପାନପୋଷ ସ୍ୱୟଂଶାସିତ କଲେଜ ଛକ, ତାରିଣୀ ମନ୍ଦିର ଦେଇ ଏ ଟିଆଇ ଛକ ଦେଇ ପୁଣି ହନୁମାନ ମନ୍ଦିର ନିକଟରେ ପହଞ୍ଚି ଥିଲା। ଏହି ସମୟରେ, ଲାଠି ଖେଳ ଏବଂ ଅନ୍ୟାନ୍ୟ ଖେଳଗୁଡିକ ଆଖଡାର ଖେଳାଳିମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ହନୁମାନ ଜୟନ୍ତୀ ଅବସରରେ ଆଖଡା କମିଟିର ଏହି ଶୋଭାଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଲୋକ ସମବେତ ହୋଇଥିଲେ। ହନୁମାନ ଆଖଡା କମିଟିର ସଭାପତି ପିଙ୍କୁ ଜୈସୱାଲ, ସାଧାରଣ ସମ୍ପାଦକ ରାଜେଶ ଶେଟ୍ଟୀ, କୋଷାଧ୍ୟକ୍ଷ ଭୋଲା ଯାଦବ ଉପସଭାପତି ଅମିତ ବନସାଲ ହିତେଶ ନାଗ, ବିଷ୍ଣୁ ଆଲୋକ ନାଥ ବ୍ରାହ୍ମଣନ୍ଦ ସାମଲ, ମନୋଜ ପ୍ରଧାନ, ଏବଂ ଅନ୍ୟ ପଦାଅଧିକାରୀ ତଥା ସଦସ୍ୟମାନେ ଏହି ଶୋଭାଯାତ୍ରାରେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *