Uncategorized

ମାନବ ଏକତା ଦିବସ ଅବସରରେ ରକ୍ତଦାନ ଶିବିର

ରାଉରକେଲା ୨୪/୪,(ଉତ୍କଳ ସମାଚାର): ସତ୍ୟଗୁରୁ ମାତା ସୁଦର୍ଶନ ଜୀ ମହାରାଜଙ୍କ ଆଶିର୍ବାଦରରେ ମାନବ ଏକତା ଦିବସ ଅବସରରେ ଆଜି ରାଉରକେଲା ଶାଖା ସନ୍ଥ ନିରଙ୍କାରୀ ସତସଙ୍ଗ ଭବନ ଠାରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିର ସକାଳ ୮ଟା ଠାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ରାଉରକେଲା ଆରକ୍ଷୀ ଅଧୀକ୍ଷକ ତଥା ଡିଆଇଜି ବ୍ରିଜେଶ କୁମାର ରାୟ ଏହି ରକ୍ତ ଦାନ ଶିବିରର ଉଦ୍ଘାଟନ କରିଥିଲେ ସଂଯୋଜକ ରାମେଶ୍ୱର ସାହୁ ସମେତ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହି ବିଶାଳ ରକ୍ତଦାନ କାର୍ଯ୍ୟକ୍ରମରେ ପରିଚାଳିତ ହୋଇଥିଲା ବେଳେ, ପ୍ରାୟ ୧୦୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି ସମୟ ମଧ୍ୟରେ ମଧ୍ୟ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସତସଙ୍ଗରେ ପ୍ରତ୍ଯେକ ବ୍ୟକ୍ତି କିପରି ଏକଜୁଟ ହୋଇ କାର୍ଯ୍ୟ କରିବ ଓ ନିଜ ପରିବାର ଏବଂ ସମାଜ ମଧ୍ୟରେ ସୁଖରେ ବଞ୍ଚିବ ସେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସତସଙ୍ଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଭକ୍ତ ଅଂଶଗ୍ରହଣ କରିବା ସହିତ ସତ୍ୟଗୁରୁ ପ୍ରସାଦ ସେବନ କରିଥିଲେ। ଏହି ଶିବିରର ଆଦର୍ଶ ବାକ୍ଯ ରକ୍ତ ଡ୍ରେନ୍‌ରେ ନୁହେଁ ବରଂ ଶିରାରେ ପ୍ରବାହିତ ହେବା ଉଚିତ୍। ଏହି ରକ୍ତ ଦାନ ଶିବିରରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଶ୍ରମ ମନ୍ତ୍ରୀ ଶାରଦା ପ୍ରସାଦ ନାୟକଙ୍କ ସମେତ ସେବାଦଳ ସଂଚାଳକ କୁଳମଣି ଜେନା ବିଜୟ କୁମାର ମହାପାତ୍ର, ବ୍ରିଜେଶ କୁମାର ମାହାତୋ, ସନ୍ତୋଷ କୁମାର ସ୍ବାଇଁ, ସୁମନ୍ତ କୁମାର ମହାରଣା ଶରତ କୁମାର ବାରିକ୍, ସଞ୍ଜୟ ପାତ୍ର, ସରୋଜ କୁମାର ବାରିକ୍, ସୁବାଷ ସାହୁ, କବିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *