Uncategorized

ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କୁ ସେକ୍ଟର- ୧୯ କାଳୀମନ୍ଦିର କମିଟି ତରଫରୁ ବିପୁଳ ସମ୍ବର୍ଦ୍ଧନା

ରାଉରକେଲା,୫/୫ (ଉତ୍କଳ ସମାଚାର): ଆଜି ସନ୍ଧ୍ୟାରେ ସେକ୍ଟର -୧୯, କାଳୀ ମନ୍ଦିର କମିଟି ତରଫରୁ ଏକ ବୈଠକ କାଳୀ ମନ୍ଦିର ପଡ଼ିଆରେ ସଭାପତି ପ୍ରଶାନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକରେ ବିଜେପି ରଘୁନାଥପଲ୍ଲି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଆସିବା ମାତ୍ରେ କମିଟି ତରଫରୁ ତାଙ୍କୁ ମନ୍ଦିର କୁ ପାଛୋଟି ନିଆ ଯାଇ ଥିଲା । ଶ୍ରୀ ତନ୍ତି କାଳୀ ମାଙ୍କ ପୂଜା ଅର୍ଚ୍ଚନା କରି ତାଙ୍କର ଆଶୀର୍ବାଦ ନେଇ ବୈଠକ ରେ ପହଞ୍ଚିବା ମାତ୍ରେ ମନ୍ଦିର କମିଟିର ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ମନ୍ଦିର କମିଟି ସଭାପତି ପ୍ରଶାନ୍ତ କୁମାର ପାଢ଼ୀ, ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟ ଓ ସାଧୁ ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ରଞ୍ଜନ କୁମାର ପୃଷ୍ଟି ମନ୍ଦିରର ବିବିଧ ସମସ୍ୟା ଉପରେ ଆଲୋଚନା କରିବା ସହିତ ଚଳିତ ନିର୍ବାଚନରେ ବିଜୟୀ ହେଲେ ଏଥି ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ଦୃଗାଙ୍କ ବ୍ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସଭାରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଅଜୟ କଂସାରୀ ଓ ସସ୍ମିତା ପାଢ଼ୀ, ମଣ୍ଡଳ ସଭାପତି ମନୋଜ ସେନାପତି, ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ସୁନୀତା ମୋହିନୀ ଆଦି ମଞ୍ଚାସିନ ନେତ୍ରୁ ବୃନ୍ଦ ତାଙ୍କ ବକ୍ତବ୍ୟରେ ଚଳିତ ନିର୍ବଚନରେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବାର ସମୟ ଅପେକ୍ଷାରେ ଜନତା ରହିଛନ୍ତି ବୋଲି ପ୍ରକାଶ କରିଥିଲେ । ଏଣୁ ପ୍ରଧାନ ମନ୍ତ୍ରୀ ମୋଦିଜୀଙ୍କ ସ୍ବପ୍ନ ଅଖଣ୍ଡ ଓ ସମୃଦ୍ଧ ଭାରତ , ବିକଶିତ ଭାରତ କାର୍ଯ୍ୟକୁ ସମୂର୍ଣ୍ଣ ରୂପେ କାର୍ଯ୍ୟରେ ପରିଣତ କରିବାକୁ ଆହୁୱାନ ଦେଇଥିଲେ । ଚଳିତ ଆର୍ଥିକ ରବଚନରେ ବିଜେପି ପ୍ରାର୍ଥୀଙ୍କ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ । ଶ୍ରୀ ତନ୍ତୀ ତାଙ୍କ ଭାଷଣରେ ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗରିବଙ୍କ ଉନ୍ନତି, କିଷାନଙ୍କ କଲ୍ୟାଣ , ମହିଳାଙ୍କ ସଶକ୍ତି କରଣ, ଯୁବକଙ୍କୁ ନୂଆ ଅବସର, ଆତଙ୍କପର ପ୍ରହାର, ଭ୍ରଷ୍ଠାଚାରୀଙ୍କ ଉପରେ କାରବାର, ମଜବୁତ ଭାରତ ଓ ସମୃଦ୍ଧି ଭାରତ ଗଠନ ପାଇଁ ଦେଇଥିବା ଆହୁୱାନକୁ ଉପସ୍ଥାପନା କରିଥିଲେ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ନିତାନ୍ତ ଆବଶ୍ୟକ ଓ ଆମେ ବଧ୍ୟ ପରିକର ବୋଲି ଦୃଢ ସ୍ବରରେ କହିଥିଲେ । ଚଳିତ ସାଧାରଣ ନିର୍ବାଚନରେ ବିଜେପି ଲୋକ ସଭା ପ୍ରାର୍ଥୀ ଜୁଏଲ ଓରାମ ଓ ଏହି କ୍ଷେତ୍ରର ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ । ସେ ଚଳିତ ନିର୍ବାଚନରେ ବିଜୟୀ ହେଲେ ସମସ୍ତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ପ୍ରତି ଶ୍ରୁତି ଦେଇଥିଲେ । ମଂଚ ପରିଚାଳନା କରିଥିଲେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ମଣ୍ଡଳ ମହିଳା ମୋର୍ଚ୍ଚା ସଭା ନେତ୍ରୀ ସୁନୀତା ମୋହିନୀ । ଏହି କାର୍ଯ୍ୟକ୍ରମରେ ଶତାଧିକ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *