Uncategorized

ପର୍ଯ୍ୟବେକ୍ଷକମାନଙ୍କ ସହିତ ରାଜନୈତିକ ଦଳ ପ୍ରାର୍ଥୀଙ୍କ ବୈଠକ

ସୁନ୍ଦରଗଡ ୫/୫,(ଉତ୍କଳ ସମାଚାର): ସାଧାରଣ ପର୍ଯ୍ୟବେକ୍ଷକ, ଅର୍ଥ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ସଦର ଉପଖଣ୍ଡର ନାମାଙ୍କନ ଭରିଥିବା ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ନେଇ ଆଜି ସ୍ଥାନୀୟ ବିକାଶ ଭବନ ଠାରେ ନିର୍ବାଚନୀ ଖର୍ଚ୍ଚ ଓ ଶାନ୍ତି ଶ୍ରୁଙ୍ଖଳାର ର ସହିତ ନିର୍ବାଚନ ରେ  ସହଯୋଗ ପାଇଁ ବୈଠକ ଅନୁଷ୍ଠିତ ହୋଇ ଯାଇଛି।  ଆଜିର ଏହି ବୈଠକରେ ଆସନ୍ତା ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କୁ  ହିଂସା ମୁକ୍ତ ଓ ଶାନ୍ତିପୂର୍ଣ  ନିର୍ବାଚନରେ ସହଯୋଗ କରବା ପାଇଁ ପୋଲିସ ପର୍ଯ୍ୟବେକ୍ଷକ ଆହ୍ବାନ କରିଥିଲୋ  ସେହପରି ଅର୍ଥ  ପର୍ଯ୍ୟବେକ୍ଷକ ପ୍ରାର୍ଥୀମାନେ କିପରି ନିର୍ବାଚନୀ ଖର୍ଚ୍ଚ ରେଜିଷ୍ଟର କରି ପାରିବେ ବୋଲି ଅବଗତ କରାଇଥିଲୋ  ଆଜିର ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଦିଲିପ ବାଲାକ୍ରୁଷ୍ଣ ଗାଓଡେ ଓ ବିକାଶ ନରଓ୍ବାଲ, ଅର୍ଥ  ପର୍ଯ୍ୟବେକ୍ଷକ କେକେ ପ୍ରସାଦ,  ଅତୁଲ କୁମାର ତିର୍କୀ ଓ ରାମଜୀ କେଥାବାନଥୁ,  ପୋଲିସ ପର୍ଯ୍ୟବେକ୍ଷକଏମ ରାଜେଶ ଡି ରାଓ, ଜିଲ୍ଲାପାଳ ସୁନ୍ଦରଗଡ ପରାଗ ହର୍ଷଦ ଗାଭାଲି  ସହିତ ତଲସରା , ସୁ୍ନ୍ଦରଗଡ, ଓ ରାଜଗାଗଂପୁର ର ରିଟର୍ଣିଂ ଅଧିକାରୀ ଉପସ୍ଥିତ ଥିଲେ। ଏହା ବ୍ଯତିତ ବିଜେଡି ଦଳ ପ୍ରାର୍ଥୀ ଦିଲିପ ତିର୍କୀ, ବିଜେପି  ଦଳ ପ୍ରାର୍ଥୀ ଜୁଏଲ ଓରାମ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ  ସେମାନଙ୍କ  ପ୍ରସ୍ତାବକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *