Uncategorized

ଭାଜପାର ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ରାଉରକେଲା ୫/୫,(ଉତ୍କଳ ସମାଚାର): ଭାରତୀୟ ଜନତା ପାର୍ଟିର ରାଉରକେଲା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସହରର ବିର୍ସା ଡାହାର ରୋଡରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ବାଜା ଓ ଢୋଲ ସହିତ ଶ୍ରୀ ରାୟଙ୍କୁ ପାଛୋଟି ନେବା ସହିତ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।ମନୋକାମନା ସିଦ୍ଧି ହନୁମାନ ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ମନ୍ଦିର କମିଟିର ଅଧିକାରୀ ତଥା ସ୍ଥାନୀୟ ଲୋକମାନେ ତାଙ୍କୁ ମାଲ୍ଯାର୍ପଣ କରିଥିଲେ। ପ୍ରାର୍ଥୀ ଦିଲ୍ଲୀପ ରାୟ ମନ୍ଦିରର ବିକାଶ ପାଇଁ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ରାଉରକେଲା ସହରର ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍ ଏବଂ ଆଇଜିଏଚ୍ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ୍ ହୋଇଥିବାରୁ ଲୋକଙ୍କୁ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡିବ ନାହିଁ। ଆପୋଲୋ ହସ୍ପିଟାଲକୁ ଏହି ସୁପର ସ୍ପେସିଆଲିଟିର ପରିଚାଳନା ଦିଆଯାଇଛି। ଲୋକଙ୍କୁ ବିମାନବନ୍ଦର ସୁବିଧା ସହିତ ପାସପୋର୍ଟ ସୁବିଧା ଭୁବନେଶ୍ବର ପରିବର୍ତ୍ତେ ରାଉରକେଲା ସହରରେ ଉପଲବ୍ଧ ହୋଇପାରୁଛି। ତେଣୁ ଲୋକଙ୍କୁ ପାସପୋର୍ଟ ପାଇଁ ଭୁବନେଶ୍ୱର ଯିବାକୁ ପଡିବ ନାହିଁ। ଏହି ନିର୍ବାଚନର ୬ମାସ ପରେ, ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାଚନ କରିବା ନିତାନ୍ତ ଆବଶ୍ୟକ। ଦିଲ୍ଲୀପ ରାୟଙ୍କୁ ବିଧାୟକ ପ୍ରାର୍ଥୀ ଭାବରେ ଓ ଜୁଏଲ୍ ଓରାମଙ୍କୁ ସୁନ୍ଦରଗଡ ସାଂସଦ ଚୟନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଦ୍ମ ଫୁଲ ଚିହ୍ନରେ ତାଙ୍କୁ ଓ ଜୁଏଲ ଓରାମଙ୍କୁ ଭୋଟ ଦେଇ ଜିତାଇବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ। ସହରର ବିକାଶ ତଥା ଲୋକମାନଙ୍କୁ କିପରି ଅଧିକ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଶ୍ରୀ ରାୟ ସୂଚନା ଦେଇଥିଲେ। ଶ୍ରୀ ରାୟଙ୍କ ସହିତ ଅମିତାଭ ସାମଲ, କେଦାର ମହାନ୍ତି ସମେତ ଅନ୍ୟ ଭାଜପା ନେତା ଉପସ୍ଥିତ ଥିଲେ। ମନ୍ଦିର କମିଟିର ପଦାଧିକାରୀଙ୍କ ମଧ୍ଯରେ ସରଜୁ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ବିକାଶ ଦା, ଦୀପକ ଶର୍ମା, ସୁନୀଲ ଅଗ୍ରୱାଲ, ସୋହାନ ଜୈନ, ବ୍ଯୋମକେଶ, ସୁରେଖା, ଅରବିନ୍ଦ ଶର୍ମା, ଯୋଗେଶ ଶର୍ମା, ଭାନୁ ସାହୁ, ଗୁରୁମିତ ସିଂ, ରାକେଶ ଝା, ବିକାଶ ରାଉତ, ଦୀପୁ ପ୍ରସାଦ ରାଜନ ଭୋଇଙ୍କର ସକ୍ରିୟ ଯୋଗଦାନ ଥିଲା।

Leave a Reply

Your email address will not be published. Required fields are marked *