Uncategorized

ବାଲାଜୀ ମର୍ଣ୍ଣିଗ୍ କ୍ଲବ ପକ୍ଷରୁ ବିଧାୟକ ପ୍ରାର୍ଥୀଙ୍କୁ ସ୍ୱାଗତ

ରାଉରକେଲା, ୫/୫ (ଉତ୍କଳ ସମାଚାର): ରାଉରକେଲା ସହରର ଉଦିତନଗର ସ୍ଥିତ ନେତାଜୀ ସୁବାସ ପାର୍କ ରେ ବାଲାଜୀ ମର୍ଣ୍ଣିଗ୍ କ୍ଲବ ପକ୍ଷରୁ ବିଜେଡ଼ିର ବିଧାୟକ ପ୍ରାର୍ଥୀ ତଥା ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ପୁଷ୍ପମାଳା ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆଜି ସକାଳେ ସାରଦା ପ୍ରସାଦ ନାୟକ ମର୍ଣ୍ଣିଗ୍ କ୍ଲବର ସଭ୍ୟମାନଙ୍କୁ  ଭେଟିଥିଲେ ।ସହରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସହ ପାର୍କର ମରାମତି ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଶ୍ରୀ ନାୟକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାମ ଅଗ୍ରଗତିରେ ଚାଲିଛି । ସୁନ୍ଦରଗଡ଼ ଜିଲ୍ଲା ସମେତ ରାଉରକେଲାର ବିକାଶ କାମ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡ଼ିୟମ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଯୋଗୁଁ ଏଠାରେ ନିର୍ମାଣ ହୋଇଛି । ଏହା ସହ ଓଡ଼ିଶାର ମଧ୍ୟମ ଶ୍ରେଣୀର ଲୋକଙ୍କ ପାଇଁ ବିଏସକେୱାଇ ସ୍ୱାସ୍ଥ୍ୟକାର୍ଡ଼ ସହ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ୍‌, ଲକ୍ଷ୍ମୀ ବସ୍ ଯୋଜନା, ବାର୍ଦ୍ଧକ୍ୟ, ବିକଳାଙ୍ଗ ଭତା ସହ ୫ କି.ଲୋ ଚାଉଳ ପରିବାରର ମୁଣ୍ଡା ପିଛା ପ୍ରଦାନ କରାଯାଉଛି । ଏହା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଶବାଡ଼ି ଓ ଅଙ୍ଗନୱାଡ଼ି କର୍ମୀ ଭାବରେ ବିଭିନ୍ନ କାମରେ ସାମିଲ କରାଯାଉଛି । ଓଡ଼ିଶାର ବିକାଶକୁ ନେଇ ନବୀପ ପଟ୍ଟନାୟକଙ୍କ ଭୂମିକା ରହିଛି । ସମସ୍ତେ ବିଜେଡ଼ିକୁ ଭୋଟ୍ ଦେଇ ନବୀନ ପଟ୍ଟନାୟକଙ୍କ ହାତକୁ ଟାଣ କରନ୍ତୁ । ଆଜି ଏହି ଅବସରରେ ବାଲାଜୀ ମର୍ଣ୍ଣିଗ୍ କ୍ଲବ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *