Uncategorized

ସାଧାରଣ ପର୍ଯ୍ୟବେକ୍ଷକଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ ଓ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

କେନ୍ଦୁଝର,୬/୫ (ଉତ୍କଳ ସମାଚାର):  କେନ୍ଦୁଝର ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ସମୀକ୍ଷା ବୈଠକ କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସର ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କେନ୍ଦୁଝର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ମିନହାଜ ଆଲାମ (ଭା.ପ୍ର.ସେ) ଓ ଶ୍ରୀ ଆଶିଷ ମୋଦି (ଭା.ପ୍ର.ସେ)  ସାମୁହିକ ଭାବେ ଅଧ୍ୟକ୍ଷତା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଵିଶାଲ ସିଂହ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ବିଶେଷ କରି ମତଦାନ ନିମନ୍ତେ ଭୋଟର୍ ଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି, ଇ ଭି ଏମ ପ୍ରସ୍ତୁତି,ପୋଲିଂ ଅଧିକାରୀ,ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ,ନିର୍ବାଚନ ଖର୍ଚ୍ଚ ପରିଚାଳନା,ସି ଭିଜିଲ ରିପୋର୍ଟ, ଏମ ସି ଏମ ସି ରିପୋର୍ଟ,ପୋଷ୍ଟଲ ବାଲାଟ , ହୋମ ଭୋଟିଂ, ସମ୍ବେଦନଶିଲ ବୁଥ,ପୋଲିସ ମୁତୟନ, ଆବଶ୍ୟକ ପୋଲିସ ଫୋର୍ସ,ଫ୍ଲାଇଙ୍ଗ ସ୍କ୍ୱାଡ଼, ଏସ ଏସ ଟି,ପୋଲିସ ଟିମ୍ ଓ ଅବକାରୀ ବିଭାଗ ଦ୍ବାରା ବେଆଇନ ନିଶାଦ୍ରବ୍ୟ,ଟଙ୍କା ଜବତ ଉପରେ ସମୀକ୍ଷା କରିଥିଲେ। କେନ୍ଦୁଝର ଜିଲ୍ଲାର ନିର୍ଵାଚନ ପରିଚାଳନା ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କରିବା ସହ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ସମ୍ପୂର୍ଣ  ନିରପେକ୍ଷ ଓ ଶାନ୍ତିପୂର୍ଣ ଭାବେ ସମାପନ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଲଳିତ ସୋରେଙ୍ଗ, କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ଓ ଡେପୁଟି କଲେକ୍ଟର (ନିର୍ବାଚନ) ବିକାଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *