Uncategorized

ଅନୁଗୁଳ ବିଜେପି କାର୍ଯ୍ୟାଳୟରେ ମହିଳା କର୍ମୀ ସମ୍ମିଳନୀ

ଅନୁଗୁଳ,୨୮/୪ (ଉତ୍କଳ ସମାଚାର): ଆଜି ସନ୍ଧ୍ୟାରେ ଅନୁଗୁଳ ବିଜେପି କାର୍ଯ୍ୟାଳୟରେ ଏକ ମହିଳାଙ୍କ କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି କର୍ମୀ ସମ୍ମିଳନୀରେ ଶତାଧିକ ମହିଳା ଯୋଗ ଦେଇଥିଲେ। ଏହି ଅବସରରେ ୩୦୦ ରୁ ଅଧିକ  ଲୋକ ବିଜେପିରେ ମିଶିଥିଲେ। କିଭଳି ଭାବେ ବିଜେପିକୁ ବହୁ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବେ ସେହି ମନ୍ତ୍ର ମହିଳାଙ୍କୁ ଦେଇଛନ୍ତି ଧର୍ମେନ୍ଦ୍ର। ଏହି ଅବସରରେ ବିଜେଡିକୁ ଭର୍ତ୍ସନା କରି କହିଥିଲେ କି ମୋତେ ଅଲାଜୁକଙ୍କ ଠାରୁ ସାର୍ଟିଫିକେଟ ଦରକାର ନାହିଁ । ମୋର ବାପା, ମା, ଭାଇ ଭଉଣୀ ସମସ୍ତେ ଓଡ଼ିଆ,ମୋତେ ଅଣଓଡ଼ିଆ ପ୍ରଶ୍ନ ପଚାରୁଛନ୍ତି। ଓଡ଼ିଶାରେ ମୋଦି ଲହର ବହିଲାଣି। ଆହୁରି ମିଶିବେ। ସାଧାରଣ ଲୋକ ମିଶୁଛନ୍ତି। ଏଥର ଓଡ଼ିଶାରେ ବିଜେପି ଆଉ କେନ୍ଦ୍ରରେ ମୋଦିଙ୍କୁ ଲୋକ ଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Leave a Reply

Your email address will not be published. Required fields are marked *