Uncategorized

ଓଡିଶାର ପ୍ରଥମ ଘର ସୌନ୍ଦର୍ଯ୍ୟକରଣ ଆପ୍ ଭିଆର୍ ଟେକ୍ନୋଲୋଜି ଆପ୍ ଉଦ୍ଘାଟିତ

ରାଉରକେଲା, ୨୮/୪ (ଉତ୍କଳ ସମାଚାର): ଘର ସୌନ୍ଦର୍ଯ୍ୟକରଣ ବା ଇଣ୍ଟରିୟର ଡେକୋରେସନ ସମ୍ପର୍କିତ ଆପ୍ ଭିଆର୍ ଟେକ୍ନୋଲୋଜି ଆପର ଉଦ୍ଘାଟନ ଆଜି ବ୍ରାହ୍ମଣୀ କ୍ଲବ ଠାରେ ହୋଇଯାଇଛି। ସାନଭି ଏଣ୍ଟରପ୍ରାଇଜେସ୍ ଦ୍ବାରା ପ୍ରସ୍ତୁତ ଏହି ଆପ୍ ଓଡିଶାର ପ୍ରଥମ ଘର ସୌନ୍ଦର୍ଯ୍ୟକରଣ ଆପ୍ ହୋଇଥିଲା ବେଳେ ଏହାକୁ ମୁଖ୍ଯ ଅତିଥି ଭାବରେ ରାଉରକେଲା ସିଆଇଏସ୍ଏଫ୍ କମାଣ୍ଡେଣ୍ଟ ଅଶୋକ ଜଲଓ୍ବାନିଆ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ, ଅତିଥି ଭାବେ ଶମ୍ଭୁଲାଲ ଚନ୍ଦୁକା ଏବଂ ସାନଭି ଏଣ୍ଟରପ୍ରାଇଜେସର ପ୍ରତିଷ୍ଠାତା ସୁମିତ ଚନ୍ଦୁକା ଉପସ୍ଥିତ ଥିଲେ। ମୁଖ୍ଯ ଅତିଥି ଶ୍ରୀ ଜଲଓ୍ବାନିଆ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଜଣେ ବ୍ଯକ୍ତି ଞ୍କାନ ବିନା ଯେପରି ଆଗକୁ ବଢି ନପାରେ, ସେହିପରି କୌଶଲତା, ଦକ୍ଷତା, ଅଭ୍ଯାସ, ଯୋଜନା ଏବଂ ରଚନାତ୍ମକ ଶୈଳୀରେ କଥା କହିବାର ଅଭ୍ଯାସ ନଥିଲେ ସେ ଆଗକୁ ବଢିପାରିବ ନାହିଁ। ଘର ସଜ୍ଜିତ କରିବା ପାଇଁ ଜଣେ ବ୍ଯକ୍ତିଙ୍କର ଇଚ୍ଛା ଶକ୍ତି ଥିଲେ, ସେ ବିଷୟରେ ସେ ଞ୍କାନ ଆହରଣ କରି ତାହାକୁ ସେ ଅଭ୍ଯାସରେ ପରିଣତ କରିବା ସହିତ ଆଗକୁ ଯାଇପାରେ। ସମ୍ମାନିତ ଅତିଥି ସୁବ୍ରତ ପଟ୍ଟନାୟକ ଇଣ୍ଟରିୟର ଡିଜାଇନ୍ ସମ୍ପର୍କିତ ସାନଭି ଏଣ୍ଟରପ୍ରାଇଜେସ୍ ପକ୍ଷରୁ ‘ସାନଭି ଏକ୍ସପେରିଏନ୍ସ’ ଆପ୍ ମାଧ୍ୟମରେ ଘର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ସମସ୍ତ ବିଷୟ ଅବଗତ ହୋଇପାରିବ। ବାସନ୍ତୀ କଲୋନୀ ଏମ୍-୮ରେ ଅବସ୍ଥିତ ସାନଭି ଏଣ୍ଟରପ୍ରାଇଜେସ୍ ୨୦୧୯ ମସିହାରେ ଆରମ୍ଭ ହୋଇଥିଲା ବେଳେ ଏହା ପାଞ୍ଚ ବର୍ଷରେ ପଦାର୍ପଣ କରିବା ସହିତ ଓଡିଶାର ପ୍ରଥମ ଘର ସୌନ୍ଦର୍ଯ୍ୟକରଣ ଆପ୍ ସାନଭି ଏକ୍ସପେରିଏନ୍ସ ଭଳି ନୂତନ ଯୁଗରେ ପଦାର୍ପଣ କରିପାରିଛି। ଏହି ଅବସରରେ ମୁଖ୍ଯ ଅତିଥି ଶ୍ରୀ ଜଲଓ୍ବାନିଆ ଇନସାଇଟ୍ ଇନଟୁ ଫ୍ଯୁଚର ଅଫ୍ ହୋମ୍ ଇଣ୍ଟେରିଅରସ୍ ପୁସ୍ତକ “ଏକାଂଶ”କୁ ଉନ୍ମୋଚନ କରିଥିଲେ।

Leave a Reply

Your email address will not be published. Required fields are marked *