Uncategorized

ବିଶ୍ବ ରେଡ କ୍ରସ ଦିବସ “କିପିଙ୍ଗ  ହ୍ୟୁମାନିଟି ଏଲିଭ

କେନ୍ଦୁଝର,୨/୫ (ଉତ୍କଳ ସମାଚାର):୧୮୫୯ ସଲଫର୍ଣୋ ର ଏକ ଭୟାବହ ଯୁଦ୍ଧ ବିଭୀଷିକା ଆହତ ମୂମୂର୍ଷ ଙ୍କ ଚିତ୍କାର ରୁ ଜନ୍ମ ନିଏ ରେଡକ୍ରସ, ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଜୀଁ ଜ୍ୟକ୍ସ ଡୁନାଣ୍ଟ ଓ ଆଣ୍ଟୋନେଟ ଡୁନାଣ୍ଟ କୋଲାଡନ ଙ୍କ କୋଳ ମଣ୍ଡନ କରି ୮ ମଇ ୧୮୨୮ ରେ ଧରାବତରଣ କରିଥିବା  ଜ୍ୟେଷ୍ଠ ପୁତ୍ର ତଥା ବ୍ୟବସାୟୀ ଜୀଁହେନେରି ଡୁନାଣ୍ଟ ବ୍ୟବସାୟ କୁ ଯିବା ରାସ୍ତାରେ ଦେଖନ୍ତି ବିଭୀଷିକା, ବିଚଳିତ ମନ ମସ୍ତିଷ୍କ ହୃଦୟ ରୁ ଜନ୍ମ ନିଏ ସହାୟତା କରିବାର ଦୁର୍ବାର ଆକାଂକ୍ଷା, ବ୍ୟବସାୟିକ ଯାତ୍ରା କୁ ସ୍ଥଗିତ ରଖି ସ୍ଥାନୀୟ ଲୋକଙ୍କୁ ନେଇ ଆରମ୍ଭ କରନ୍ତି ସହାୟତା ପାଣି, ଔଷଧ, ପ୍ରାଥମିକ ଚିକିତ୍ସା ଆହୁରି କେତେ କଣ, ଅନେକ ଭେଦ ଭାବ ବିରୋଧ ର ସମ୍ମୁଖୀନ ହେଲେ ମଧ୍ୟ ସମସ୍ତଙ୍କୁ ମନାଇବାରେ ସଫଳ ହୋଇ ପୀଡ଼ିତ ଆହତ ଙ୍କୁ ଯୋଗାଇଦିଆନ୍ତି ବ୍ୟାପକ ସହାୟତା, ବିନା କୌଣସି ଆଶା ରଖି, ଏହି ଅଭିଜ୍ଞତା କୁ ଭିତ୍ତିକରି ଏକ ପୁସ୍ତକ ମଧ୍ୟ ରଚନା କରନ୍ତି “ମେମୋରୀ ଅଫ୍ ସଲଫର୍ଣୋ “ନାମରେ,ଜେନେଭା ସମ୍ମିଳନୀ ୧୮୬୪ରେ ଜନ୍ମ ନିଏ ମାନବୀୟ ସହାୟତା ର ଏକ ନିଛକ ଅନୁଷ୍ଠାନ ରେଡକ୍ରସ, ସେତେବେଳେ ଲକ୍ଷ୍ୟ ଥିଲା ଯୁଦ୍ଧ କ୍ଷେତ୍ର ରେ ଆହତ ଙ୍କୁ ସେବା ଯୋଗାଇଦେବା, ଏକ ଧଳା ପ୍ରଚ୍ଛଦ ରେ ନାଲି ସମଆୟତ୍ତାକାର କ୍ଷେତ୍ର ର ମିଶ୍ରଣ,ହେଲାକ୍ରସମନୋନୀତ “ରେଡକ୍ରସ୍”ଭାବରେ, ହ୍ୟୁମାନିଟି, ନ୍ୟୁଟ୍ରାଲିଟି, ୟୁନିଟି, ଇଣ୍ଡିପେଣ୍ଡେଣ୍ଟ, ୟୁନିଭରସାଲୀଟି, ଇମପାର୍ସିଆଲିଟି, ଭଲ୍ୟୁଣ୍ଟରିସର୍ଭିସ୍, ର ସାତୋଟି ମୂଳମନ୍ତ୍ର କୁ ନେଇ ମାନବୀୟ ସହାୟତା କ୍ଷେତ୍ରରେ ଆଗକୁ ମାଡ଼ିଚାଲିଲା ରେଡକ୍ରସ, ପାରିପର୍ଶ୍ଵିକ ପରିସ୍ଥିତି ଓ ପରିବେଶ କୁ ନେଇ ଧଳା ପ୍ରଚ୍ଛଦ ରେ ନାଲି କ୍ରିସେଣ୍ଟ ଏବଂ ନାଲି କ୍ରିଷ୍ଟଲ୍ ଚିହ୍ନ କୁ ମଧ୍ୟ ରେଡକ୍ରସ  ଚିହ୍ନ ଭାବରେ ଗ୍ରହଣ କରାଯାଇ ସମସ୍ତଙ୍କୁ ଏକସୁତ୍ର ରେ ବାନ୍ଧି ରଖିବାର ପ୍ରୟାସ ରେ ୧୮୬୪ରେ ସୃଷ୍ଟି କରାଗଲା ଆଇସିଆରସି(ଇଣ୍ଟର ନ୍ୟାସନାଲ କମିଟି ଅଫ ରେଡକ୍ରସ ଓ ରେଡ କ୍ରୀସେଣ୍ଟ)ଓ ୧୯୧୯ରେ ସୃଷ୍ଟି କରାଗଲା ଆଇଏଫଆରସି,(ଇଣ୍ଟର ନ୍ୟାସନାଲ ଫେଡରେସନ୍ ଅଫ ରେଡକ୍ରସ ରେଡକ୍ରୀସେଣ୍ଟ) ବର୍ତ୍ତମାନ ପୃଥିବୀ ର ୧୯୧ରୁ ଉର୍ଦ୍ଧ୍ବ ଦେଶରେ ୧୬ମିଲିୟନ ରୁ ଉର୍ଦ୍ଧ୍ବ ସ୍ବେଛାସେବୀ ଓ କାର୍ଯ୍ୟକର୍ତ୍ତାଙ୍କୁ  ନେଇ କାର୍ଯ୍ୟରତରହିଛି ରେଡକ୍ରସ,ଆମ ଭାରତବର୍ଷ ରେ ୧୯୨୦ ରେ ଭାରତୀୟ ରେଡକ୍ରସ ସଂସ୍ଥା ସ୍ଥାପିତ ହେଲା, ପାର୍ଲିଆମେଣ୍ଟ ଆଇନ XV ଅଫ ୧୯୨୦ ଆମେଣ୍ଡମେଣ୍ଟ ହୋଇ ବର୍ତ୍ତମାନ ୧୨୦୦ରୁ ଉର୍ଦ୍ଧ୍ବ ଜିଲ୍ଲା, ଉପଖଣ୍ଡ ଶାଖା ସମଗ୍ର ଭାରତବର୍ଷରେ କାର୍ଯ୍ୟରତ ଏହାର ଉତ୍ସର୍ଗୀକୃତ ସ୍ବେଛାସେବୀ ଓ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ପ୍ରତିବଦ୍ଧତା ର ସହିତ ସବୁସମୟ ରେ ମାନବୀୟ ସହାୟତା ପାଇଁ କାର୍ଯ୍ୟରତ, ଏହା ଏକ ଅଗ୍ରଣୀ ସଂସ୍ଥା ହୋଇପାରିଛି ବହୁ ସ୍ବେଛାସେବୀ ଙ୍କୁ ନେଇ ଇଣ୍ଟରନ୍ୟାସନାଲ ରେଡକ୍ରସ ରେଡକ୍ରିଶେଣ୍ଟ ଓ ଇଣ୍ଟରନ୍ୟାସନାଲ ଫେଡ଼ରେସନ୍ ଅଫ ରେଡକ୍ରସ ରେଡକ୍ରିଶେଣ୍ଟ ର, ୧୯୧୪ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଭାରତରେ କୌଣସି ସଂସ୍ଥା ନଥିଲା ରିଲିଫ ସହାୟତା ଯୋଗାଇବା ପାଇଁ , କେବଳ ସେଣ୍ଟ ଜନ ଆମ୍ବୁଲାନ୍ସ ବ୍ରିଟିଶ ରେଡକ୍ରସ ସହିତ ମିଶି କିଛି କାର୍ଯ୍ୟ କରୁଥିଲା, ମାର୍ଚ୍ଚ ତିନିତାରିଖ ୧୯୨୦ ରେ ସାର କ୍ଲାଉଡ୍ ହିଲ ଙ୍କ ଦ୍ଵାରା ଏକ ବିଲ ଆଗତ ହୋଇ ଏହା ବ୍ରିଟିଶ ରେଡକ୍ରସ ରୁ ଅଲଗା ହେଲା ୧୭ମାର୍ଚ୍ଚ ୧୯୨୦ରେ ବିଲ ଗୃହୀତ ହୋଇ ୨୯ମାର୍ଚ୍ଚ ୧୯୨୦ ରେ ଆମେଣ୍ଡମେଣ୍ଟ ରେ ପରିଗଣିତ ହେଲା , ଏକ ପଚାଶ ଜଣିଆ କମିଟି ମନୋନୀତ ହୋଇ ସାର ମାଲକମ୍ ହାଲି ଙ୍କ ଚେୟାରମ୍ୟାନସିପ  ରେ ଇଣ୍ଡିଆନ ରେଡକ୍ରସ ସୋସାଇଟି ଆଇଏଫଆରସି ସହିତ ଅନୁବନ୍ଧିତ ହୋଇ ସ୍ଵାଧୀନ ଭାବରେ କାର୍ଯ୍ୟ ଆରମ୍ଭ କରିଲା, ୧୮୬୪ ରେ ରେଡକ୍ରସ ପ୍ରତୀକ ଯୁଦ୍ଧ କ୍ଷେତ୍ରରେ ଡାକ୍ତରୀ ସହାୟତା ପାଇଁ ବ୍ୟବହୃତ ହେଉଥିଲା, ୧୯୨୯ ଜେନିଭା ସମ୍ମିଳନୀରେ ରେଡକ୍ରସ ପ୍ରତୀକକୁ ଭାରତୀୟ ରେଡକ୍ରସ ସଂସ୍ଥା ଗ୍ରହଣ କରିଲା, ଏହାପରେ ରେଡକ୍ରସ ଏହାର ମାନବୀୟ ସହାୟତା କାର୍ଯ୍ୟ କେବଳ ଯୁଦ୍ଧ କ୍ଷେତ୍ରରେ ସୀମିତ ନ ରଖି ଅନ୍ୟଦିଗ ଗୁଡ଼ିକ ପ୍ରତି ଆନ୍ତର୍ଜାତୀୟ ମାନବିକ ଆଇନ ଅନୁଯାୟୀ ଦୃଷ୍ଟି ଦେଇ ସ୍ଥାନୀୟ ଆଇନ କୁ ସମ୍ମାନ ଦେଇ ବିଭିନ୍ନ ବିପର୍ଯ୍ୟୟ ସମୟରେ ସହାୟତା, ଜେଲବନ୍ଦୀ ମାନଙ୍କୁ ମାନବୀୟ ସହାୟତା, ପରିବାର ସଂଯୋଗିକରଣ, ଜଳବାୟୁ ପରିବର୍ତ୍ତନ, ପ୍ରାଥମିକ ଚିକିତ୍ସା ତାଲିମ୍ ଓ ସହାୟତା ସ୍ବାସ୍ଥ୍ୟସେବା, ରକ୍ତଦାନ, ମନସ୍ତାତ୍ତ୍ୱିକ ସହାୟତା, ରିଲିଫ କାର୍ଯ୍ୟ, ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରି ବିଶ୍ବର ଏକମାତ୍ର ସଂସ୍ଥା ଭାବରେ

Leave a Reply

Your email address will not be published. Required fields are marked *