Uncategorized

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ 

ଅନୁଗୁଳ,୨/୫ (ଉତ୍କଳ ସମାଚାର): ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ରେ, ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ  ନିର୍ବାଚନ ଆୟୋଗ ଦ୍ଵାରା ନିଯୁକ୍ତ ପାଇଥିବା “ନିର୍ବାଚନ ଖର୍ଚ୍ଚ” ପର୍ଯ୍ୟବେକ୍ଷକ ଶ୍ରୀ ଗଙ୍ଗା ଶିବାୟାଙ୍କ ଅଧ୍ୟକ୍ଷତା ରେ ଆଜି ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଟି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପ୍ରାର୍ଥୀ ମାନଙ୍କ  ନିର୍ବାଚନ ଖର୍ଚ୍ଚ ଉପରେ  ନଜର ରଖିବା ସହ ଏହାର ସଠିକ୍ ଆକଳନ କିପରି ହୋଇପାରିବ ବୈଠକରେ  ଆଲୋଚନା ହୋଇଥିଲା।  ସେହିପରି ଜିଲ୍ଲା ପ୍ରଶାସନ ତରଫରୁ, ଏକ ପାୱାର ପଏଣ୍ଟ ୮ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ସିଂ ସମେତ ପୋଲିସ, ଅବକାରୀ, ଆୟକର ବିଭାଗ, ଜି ଏସ ଟି ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *