Uncategorized

ହଜାର ହଜାର ସମର୍ଥକ ସହିତ ନାମାଙ୍କନ ଦାଖଲ କଲେ କଂଗ୍ରେସ ବିଧାୟିକା ପ୍ରାଥୀନି ପ୍ରତିଭା କହଁର ଓ ସାଂସଦ ପ୍ରାଥୀ ଅମିରିଚାନ୍ଦ ନାୟକ ।

ଫୁଲବାଣୀ,୨/୫ (ଉତ୍କଳ ସମାଚାର)  ( ରଞ୍ଜିତ କୁମାର ): ସାଧାରଣ ନିର୍ବାଚନରେ ଆଗେଇ ଚାଲିଛି ନାମାଙ୍କନ ପ୍ରକ୍ରିୟା ପ୍ରତେକ ଦିନ କେହିନାକେହି ରାଜନୀତି ଦଳର ନେତା ନାମଙ୍କନ କରୁଛନ୍ତି ।ଏଥିରେ ଫୁଲବାଣୀ ବିଧାନସଭାର କଂଗ୍ରେସ ବିଧାୟିକା ପ୍ରାଥୀନି ଶ୍ରୀମତୀ ପ୍ରତିଭା କହଁର ନିଜର ହଜାର ହଜାର ସମର୍ଥକ ସହିତ ନିକଟସ୍ଥ ବରାଳଦେବି ମନ୍ଦିରରୁ ବିଶାଳ ପଟୁଆରରେ ଆସି ନାମଙ୍କନ ଦାଖଲ କରିଛନ୍ତି । ପ୍ରଚଣ୍ତ ଗ୍ରୀଷ୍ମପ୍ରଭାବକୁ ଖାତିର ନକରି ଶ୍ରୀମତୀ ପ୍ରତିଭା ପାଇଁ ଜନ ସମୁଦ୍ର ପାଲଟିଥିଲା ଫୁଲବାଣୀ ସହର । ସେପରି କନ୍ଧମାଳ ଜିଲ୍ଲାର କଂଗ୍ରେସ ସାଂସଦ ପ୍ରାଥୀ ଶ୍ରୀଯୁକ୍ତ ଅମୀର ଚାନ୍ଦ ନାୟକ ସେଥିରେ ସାମିଲ ହୋଇ ନାମଙ୍କନ ଦାଖଲ କରିଥିଲେ । କନ୍ଧମାଳ ଜିଲ୍ଲା ବିଜେଡି ଦଖଲରେ ଥିଲେ ମଧ୍ୟ ଏଥର ପରିବର୍ତନର ସୁଅ ଛୁଟିବ ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରାଥୀ ଅମୀର ଚାନ୍ଦ ନାୟକ ।ଏଥର କନ୍ଧମାଳ ବାସିଙ୍କ କଂଗ୍ରେସ ଉପରେ ଆନେକ ଆସା ଓ ବିଶ୍ୱାସ ରହିଛି ବୋଲି କହିଛନ୍ତି ବିଧାୟିକା ପାର୍ଥି ପ୍ରତିଭା କହଁର । ପ୍ରତିଭା କହଁର ଗୋଛାପୋଡା ଆଞ୍ଚଳର ସରପଞ୍ଚ ଭାବେ ଜିତିବା ପରେ ନିଜର ରାଜନୀତି କେରିୟର ଆରମ୍ଭ କରିଛନ୍ତି । ବିଧାୟିକା ପ୍ରାଥୀ ଘୋଷଣା ହେବା ପରେ ପ୍ରତିଭା ଜଣେ ଅଣ ଆଦିବାସୀ ବୋଲି ଅନେକ ବାଦ ପ୍ରତିବାଦରେ ଛନ୍ତି ହୋଇଥିଲେ କିନ୍ତୁ  ଏହାକୁ ଖାତିର ନକରି ଶେଷରେ ନାମାଙ୍କନ ଦାଖଲ କରିଛନ୍ତି ଶ୍ରୀମତୀ ପ୍ରତିଭା କହଁର । ନାମାଙ୍କନ ଦାଖଲ ସମୟରେ କଂଗ୍ରେସର ବରିଷ୍ଠ ନେତା ବା ପୂର୍ଵତନ ସାଂସଦ ଶ୍ରୀଯୁକ୍ତ ରାଧାକାନ୍ତ ଦିଗାଲ , ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା , ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ପରିଡା , ପୂର୍ଵତନ ଜିଲ୍ଲା ସଭାପତି ଅନାମ ନାୟକ , ଓବିଶି ସେଲ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଦାସ , ମିଡ଼ିଆ ସେଲ ଅଦକ୍ଷ ଶ୍ରୀଯୁକ୍ତ ବୋଲଦେବ ବେହେରା , ଗୌରଚରଣ ବେହେରା, ପ୍ରଭାତ ବେହେରା , ଯୁବନେତା ଅନୁପ କହଁର , ମିଲନ ନାୟକ , ରିବିନି ନାୟକ , ବନମାଳୀ ସାହାଣୀ ପ୍ରଭୁତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *