Uncategorized

ସିପିଆଏମ (କମ୍ୟୁନିଷ୍ଟ)ବିଧାୟକ ପାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କ ନାମାଙ୍କନ ଦାଖଲ

ରାଉରକେଲା,୨/୫ (ଉତ୍କଳ ସମାଚାର): ଇଣ୍ଡିଆ ମେଣ୍ଟ ସିପିଆଏମ (କମ୍ୟୁନିଷ୍ଟ)ବିଧାୟକ ପାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କ କୋଡିଏ ହଜାର ରୁ ଅଧିକ ସମର୍ଥ କ ଙ୍କ ସହ ଆସି ନାମାଙ୍କନ ଦାଖଲ ବଣାଇ, ୦୨/୦୫/୨୪(ଡମ୍ବରୁ ପ୍ରଧାନ) ବଣେଇ ନିର୍ବାଚନ ମଣ୍ଡଳୀର ଇଣ୍ଡିଆ ମେଣ୍ଟ ସିପିଆଇଏମ (କମ୍ୟୁନିଷ୍ଟ) ଦଳର ବିଧାନସଭା ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ଉପ ଜିଲ୍ଲାପାଳ ବଣାଇ କର୍ଯ୍ୟାଳୟ ଠାରେ ନମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୦ ହଜାରରୁ ଉର୍ଦ୍ଧ ଦଳୀୟ କର୍ମୀଙ୍କ ସହ ଇଣ୍ଡିଆ ମେଣ୍ଟ ଦଳର ବିଧାନସଭା ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ପ୍ରଥମେ ବଣେଇର ପ୍ରସିଦ୍ଧ ବାବା ବାଣେଶ୍ୱର୍ ମନ୍ଦିରରେ ଦର୍ଶନ କରି ମନ୍ଦିର ସମ୍ମୁଖରୁ ସିପିଆଇଏମ ପାର୍ଟି ଜିନ୍ଦାବାଦ , ଇଣ୍ଡିଆ ମେଣ୍ଟ ଜିନ୍ଦାବାଦ, ଲକ୍ଷ୍ମଣ ମୁଣ୍ଡା ଜିନ୍ଦାବାଦ, ଜନାର୍ଦନ ଦେହୁରୀ ଜିନ୍ଦାବାଦ ନାରା ବାଜି ଦେଇ ବଣେଇ ମୁଖ୍ୟ ସହର ରାସ୍ତାରେ ଏକ ବିରାଟ ଶୋଭା ଯାତ୍ରା କରି ବଣାଇ ବହୁମୁଖି ଖେଳ ପଡିଆ ଠାରେ ପହଞ୍ଚି ଥିଲେ। ସେଠାରେ ଏକ ସଭା କର୍ମି ମାନଙ୍କ ପାଇଁ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସର୍ବ ଭାରତୀୟ ସମ୍ପାଦକ ସୀତାରାମ ୟେଚୁରି, ସର୍ବ ଭାରତୀୟ ଉପ ସଭାପତି ( ସିଟୁ) ବିଷ୍ଣୁ ମହାନ୍ତି, ସର୍ବ ଭାରତୀୟ ରାଜ୍ୟ ସମ୍ପାଦକ ହରି କିଶୋର ପଟ୍ଟନାୟକ, ସର୍ବ ଭାରତୀୟ ପୋଲ୍ଟି ବ୍ୟୁର ତଥା ପଶ୍ଚିମ ବଙ୍ଗର ପୂର୍ବତନ ପଞ୍ଚାୟତରାଜ ମନ୍ତ୍ରୀ ସୂର୍ଯ୍ୟ କାନ୍ତ ମିଶ୍ର, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସୁନ୍ଦର ଗଡ଼ ଜିଲ୍ଲା ସଭାପତି ପ୍ରମୋଦ ସାମଲ, ଜିଲ୍ଲା ସମ୍ପାଦକୀୟ ସଭାପତି ବିମାନ ମାଇତି, ସୁରେନ୍ଦ୍ର ସାଏ, ଯାହାଙ୍ଗୀର ଅଲ୍ଲୀ, ବିଧାୟକ ପ୍ରତିନିଧି ଅନିରୁଦ୍ଧ ତ୍ରିପାଠୀ, ବଣାଇ ସିପିଆଇଏମ ଆଞ୍ଚଳିକ ସମ୍ପାଦକ ପ୍ରଦୀପ ଜିତ, ସଂଗଠକ ବାଣେଶ୍ୱର ସାହୁ, ମାନସ କୁମାର ସାହୁ, ଇଣ୍ଡିଆ ମେଣ୍ଟ କଂଗ୍ରେସ ତରଫରୁ ପୂର୍ବତନ ବିଧାୟକ ତଥା ସୁନ୍ଦର ଗଡ଼ ଲୋକସଭା ପାର୍ଥୀ ଜନାର୍ଦନ ଦେହୁରୀ, ଇଣ୍ଡିଆ ମେଣ୍ଟ ମୁଖପାତ୍ର କର୍ମବୀର ଦାସ ପ୍ରମୁଖ ଯୋଗଦାନ କରି ନିଜର ବ୍ୟକ୍ତବ୍ୟ ରଖିଥିଲେ l ସେଠାରୁ ଦଳୀୟ କର୍ମି ମାନଙ୍କ ସାଥିରେ ଲକ୍ଷ୍ମଣ ମୁଣ୍ଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ। ବହୁ ସଂଖ୍ୟାରେ ଇଣ୍ଡିଆ ମେଣ୍ଟ ସିପିଆଇଏମ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖି ଜନ ସାଧାରଣଙ୍କ ମହଲରେ ଚର୍ଚ୍ଚା ଜୋର ଧରିଥିବା ପରିଲିକ୍ଷିତ ହୋଇ ଥିଲା l

Leave a Reply

Your email address will not be published. Required fields are marked *