Uncategorized

କନ୍ଧମାଳ ଜିଲ୍ଲାର ସରଗରମ ରାଜନୀତି ଆସନ୍ତା ୯ ତାରିଖରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ 

ଫୁଲବାଣୀ,୫/୫ (ଉତ୍କଳ ସମାଚାର)  ( ରଞ୍ଜିତ  କୁମାର  ): ସାଧାରଣ ନିର୍ବାଚନ ପାଇଁ କନ୍ଧମାଳରେ ସରିଲା ନାମଙ୍କନ ପ୍ରକ୍ରିୟା ।  ରାଜନୀତି ସରଗରମରେ ତ୍ରିମୁର୍ତ୍ତି ଲଢେଇ  , ନେତା ଓ କର୍ମୀ ମଧ୍ୟରେ ରାଜନୀତିକୁ ନେଇ ଦେଖିବାକୁ ମିଳୁଛି ଉତ୍ସାହ , ପ୍ରତେକ ଛକ ଚା ଖଟିରେ ଚାଲିଛି ରାଜନୀତିର ଚର୍ଚ୍ଚା । ଶାସକ ଦଳର  ସାଂସଦ ପର୍ଥୀ ଶ୍ରୀଯୁକ୍ତ ଅଚୁତ ସାମନ୍ତ ଓ ବିଧାୟିକା ଶ୍ରୀମତୀ ଜୟଶ୍ରୀ କହଁର ପ୍ରାଥୀକୁ ଅଧିକରୁ ଅଧିକ ଭୋଟ ଦେଇ ଷଠଥର ପାଇଁ ନବୀନ ସରକାର ଗଠନ କରିବା ପାଇଁ ଜୋର ଲଗେଇ ଦେଇଛନ୍ତି ବିଜେଡି ନେତା ଓ କର୍ମୀ । ଭୋଟରଙ୍କୁ ଓ କର୍ମୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା ୯ ତାରିଖରେ କନ୍ଧମାଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସେପରି କଂଗ୍ରେସ ଦଳରେ ମଧ୍ୟ ନେତା ଓ କର୍ମୀ ମଧ୍ୟରେ ଘନଘନ ବୈଠକ ଚାଲିଛି, କଂଗ୍ରେସ ବିଧାୟୀକା ପାର୍ଥି ଶ୍ରୀମତୀ ପ୍ରତିଭା କହଁର ପ୍ରଚଣ୍ଡ ଗ୍ରୀଷ୍ମପ୍ରଭାବକୁ ଖାତିରି ନକରି ଘରଘର ବୁଲି ଲୋକଙ୍କୁ ସେବାକରିବା ସହିତ ନିଜର ଭୋଟର ମାନଙ୍କଠାରୁ ଆଶ୍ରିବାଦ ଗ୍ରହଣ କରୁଛନ୍ତି । ଏଥର ପ୍ରତିଭା କହଁର ସମସ୍ତଙ୍କୁ ଭାରି ପଡିବ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି,  କିନ୍ତୁ ବିଜେପିରେ ସେମିତି ରାଜନୀତି ପ୍ରଭାବ ଦେଖିବାକୁ ମିଳୁନାହିଁ । ଯେବେଠୁ ପୌରପାଳିକା ଆଧକ୍ଷାଙ୍କ ବିରୁଦ୍ଧରେ    ଅନସ୍ଥା ଆସିଛି ନେତା ଓ କର୍ମୀ ମଧ୍ୟରେ ତାଳମେଳ ରହୁନାହିଁ । ପ୍ରଥମରୁ ବିଜେପି ସାଂସଦ ପ୍ରାଥୀ ସୁଶାନ୍ତ ପାଣିଗ୍ରାହିଙ୍କୁ ବିରୋଧ କରି ଆସୁଥିବା କନ୍ଧମାଳର ବିଜେପି କର୍ମୀ ସହଜରେ ଗ୍ରହଣ କରିପାରୁନାଁହାନ୍ତି , ଦେଖିବାକୁ ବାକି ରହିଲା ବିଜେପି କିପରି କନ୍ଧମାଳରେ ନିଜର ପତିୟାରା ଜାରିରଖିବ ।

Leave a Reply

Your email address will not be published. Required fields are marked *