Uncategorized

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ପଣା ବଣ୍ଟନ

ରାଉରକେଲା,୬/୫ (ଉତ୍କଳ ସମାଚାର):ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଓ ମହିଳା ସଂଗଠନ ନନ୍ଦିନୀ ମହିଳା ସଂହତି ଆନୁକୁଲ୍ୟରେ ଛେଣ୍ଡ ହାଟ ଠାରେ ଅନୁଷ୍ଠାନର ସାମାଜିକ ଦାୟିତ୍ଵ ନିର୍ବାହ ପୂର୍ବକ ଏକ ଅଂଶୁଘାତ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିବା ଲୋକମାନଙ୍କୁ ପ୍ରଚଣ୍ଡ ଖରା ଓ ଅଂଶୁଘାତରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ପ୍ରଚଣ୍ଡ ରୌଦ୍ରତାପରୁ ସାମୟିକ ତ୍ରାହି ପାଇବା ପାଇଁ ପଥଚାରୀ ଓ ତୃଷାର୍ତ୍ତ ମାନଙ୍କୁ ଦହି ପଣା ବିତରଣ ସହ ଶୀତଳ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସାଙ୍ଗଠନିକ ସମ୍ପାଦକ କମଳାକାନ୍ତ ପ୍ରଧାନ, ରାଧାକୃଷ୍ଣ ଦଳପତି, ଶ୍ରୀକାନ୍ତ ଦାସ, ବିଜୟ କୁମାର ପ୍ରଧାନ,ରାଜୀବ ପାତ୍ର, ସୁବ୍ରତ ଜେନା, ରବିନ୍ଦ୍ରନାଥ ଜେନା,ଛବିରାଣୀ ପ୍ରଧାନ, ଦମୟନ୍ତୀ ବେହେରା, ସୁଷମା ସାହୁ,ଦେବଯାନୀ ଘୋଷ, ଜ୍ୟୋତ୍ସ୍ନାରାଣୀ ଜେନା, ବନଜା ଦାସ, ମହେନ୍ଦ୍ର ମହାଳିକ, ପ୍ରଫୁଲ୍ଲ ସାହୁ, ଚିତ୍ତରଞ୍ଜନ ବାରିକ୍, ପୂଜା ଗିରି, କନକଲତା ଜେନା, କରୁଣାକର ସାହୁ,ବାଲୁକିଶୋର ପାତ୍ର, ମଳୟ ଚାନ୍ଦ, ଗୀତାଞ୍ଜଳି ପଣ୍ଡା , ନିରଞ୍ଜନ ଶତପଥୀ, କବୀନ୍ଦ୍ର ନାରାୟଣ ଦେଓ, ଦୀପକ ପାଲ୍, ଗଗନ ପ୍ରଧାନ, ଆଡଭୋକେଟ ପ୍ରଦିପ କୁମାର ନାୟକ,ବ୍ରଜ ପରିଡ଼ା , ମାନିନୀ ପାତ୍ର ସକ୍ରୀୟ ସହଯୋଗ କରିଥିଲେ। ସଭାପତି ମନୋରଞ୍ଜନ ଦାସ, ଉପସଭାପତି ଅଜିତ ମହାପାତ୍ର, ଉପଦେଷ୍ଟା ଆଇନଜୀବୀ କଲ୍ୟାଣ କମଳ ପଣ୍ଡା ,ଡଃ: ସୁମନ ଦତ୍ତ, ଅନୀଲ ଦାଶ ମାର୍ଗଦର୍ଶନ କରିଥିଲେ। ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *