Uncategorized

ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ

  ରାଉରକେଲା,୬/୫ (ଉତ୍କଳ ସମାଚାର): ବିଶ୍ଵର ମହାନ୍ ଦାର୍ଶନିକ, ବୈଜ୍ଞାନିକ ସମାଜବାଦ ର ସ୍ରଷ୍ଟା କାର୍ଲ ମାର୍କସ ଙ୍କ ୨୦୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା କମିଟି ଓ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ସ୍ଥାନୀୟ ଏ କେ ଜି ଭବନ ଶକ୍ତିନଗର,ସି ପି ଆଇ ଏମ୍ ଜିଲ୍ଲା କାର୍ଯ୍ୟାଳୟ ଠାରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପାର୍ଟି ର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ତଥା ବଣାଇ ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା, ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବସନ୍ତ ନାୟକ,ରାଉରକେଲା ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ଚନ୍ଦ୍ରଭାନୁ ଦାସ, ଏଲ୍ ସି ସଦସ୍ୟ ଲକ୍ଷ୍ମୀଧର ନାୟକ, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ବାସୁଦେବ ସାହୁ,ଏନ୍ କେ ରାଉତରାୟ,ଜି କେ ନାୟକ, ପ୍ରମୋଦ ପରିଡ଼ା,ହିତେଶ ମଲ୍ଲିକ,ଓମନ୍ତ କୁମାର ମହାନ୍ତ,ପାର୍ଟି ଗଞ୍ଜାମ ଜିଲ୍ଲା ନେତା ନରସିଂହ ସାହୁ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ କାର୍ଲ ମାର୍କସ ବିଶ୍ଵର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି କୁ ବ୍ୟାଖ୍ୟା କରି ଗୋଟିଏ ବାକ୍ୟରେ ସେ କହିଥିଲେ “ଏ ପର୍ଯ୍ୟନ୍ତ ଧରାପୃଷ୍ଟରେ ତିଷ୍ଠି ରହିଥିବା ମାନବ ସମାଜର ଇତିହାସ ହେଉଛି ଶ୍ରେଣୀ ସଂଗ୍ରାମ ର ଇତିହାସ। ମାର୍କସ କହିଥିଲେ ଶ୍ରମିକ ଉତ୍ପାଦନ କରୁଥିବା ପଣ୍ୟ ପାଇଁ ପୁଂଜିପତି ଶ୍ରେଣୀ ବା ମାଲିକ ଶ୍ରମର ଉପଯୁକ୍ତ ମୂଲ୍ୟ ନ ଦେଇ ଶ୍ରମିକ ର ଶ୍ରମ କୁ ନିର୍ମମ ଭାବରେ ଶୋଷଣ କରି ଉଦବୃତ୍ତ ମୂଲ୍ୟ ଜରିଆରେ ମୁନାଫା ର ଇମାରତ ଠିଆ କରିଛନ୍ତି। ଶ୍ରମିକ କୁ ଶୋଷଣ ବ୍ୟତିରକେ ପୁଂଜିପତି ର ମୁନାଫା ବୃଦ୍ଧି ଅସମ୍ଭବ। ଆମେ ଆଜି ପୁଂଜିପତି ଶ୍ରେଣୀ ପାଖରେ ମୁନାଫା ର ପାହାଡ଼ ଦେଖୁଛନ୍ତି, ତାହା କୋଟି କୋଟି ଶ୍ରମିକଙ୍କର ଝାଳ ଓ ରକ୍ତ କୁ ଶୋଷଣ କରି ଅର୍ଜନ କରାଯାଇଛି। ମାର୍କସ ଙ୍କ ମହାନ୍ କୃତି ମାର୍କସବାଦ ହଁ ସର୍ବଶ୍ରେଷ୍ଠ ଦର୍ଶନ ଏବଂ ଏବଂ ମାର୍କସବାଦୀ ଅର୍ଥନୀତି ହଁ ବିଶ୍ଵର ଶ୍ରେଷ୍ଠ ଅର୍ଥନୀତି। ପୁଂଜିବାଦି ସମାଜରେ ଚାଲିଥିବା, ଶୋଷଣ,କଷଣ,ଦମନ ଏବଂ ନିର୍ଯାତନା ରୁ ମୁକ୍ତି ପାଇଁ ସମାଜବାଦ ହଁ ଶ୍ରେଷ୍ଠ ସାମାଜିକ ବ୍ୟବସ୍ଥା ବୋଲି ବକ୍ତା ମାନେ କହିଥିଲେ। କାର୍ଲ ମାର୍କସ ଆଜିର ଦିନରେ ମେ ୫ ତାରିଖ ୧୮୧୮ ରେ ଜର୍ମାନ ରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ ଥିଲା। ତାଙ୍କର ଲିଖିତ ଦାସ୍ କ୍ୟାପିଟାଲ ଓ କମ୍ୟୁନିଷ୍ଟ ଇସ୍ତାହାର ଆଜି ସମଗ୍ର ବିଶ୍ଵରେ ଅର୍ଥନୀତି ପାଇଁ ବିଶେଷ ଭାବରେ ଗ୍ରହଣୀୟ ହୋଇପାରିଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *