Uncategorized

ବିଜେଡି ର ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ

ରାଜଗାଙ୍ଗପୁର,୬/୫ (ଉତ୍କଳ ସମାଚାର): ନିର୍ବାଚନ ମଣ୍ଡଳୀ ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀମାନେ ପ୍ରଚାର ଜୋରଦାର ଜାରିରଖିଛନ୍ତି ଏହି କ୍ରମେ ଆଜି ସନ୍ଧ୍ୟାରେ ରାଜଗାଙ୍ଗପୁର ବିଜେଡି ତରଫରୁ ରାଣୀବନ୍ଧ ଠାରେ ଏକ ନିର୍ବାଚନ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଡ.ଦିଲ୍ଲୀପ ତିର୍କୀ ଏହି ଅବସରରେ ସେ ଉପସ୍ଥିତ କର୍ମୀମାନଙ୍କୁ କହିଥିଲେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦଳ ଲୋକଙ୍କ ସୁଖ ଏବଂ ଦୁଃଖର ସାଥ୍‌ ହୋଇ ରହିଛି ଏବଂ ରହିଥ‌ିବ ଲୋକଙ୍କ ପାଁଇ ଅନେକ ଯୋଜନା ଦେଇଛନ୍ତି ନବୀନ ବାବୁଙ୍କ ଲୋକ ଲୁଭାଉନା ଯୋଜନା ସହ ଜିଲ୍ଲାର ବିକାଶ କାର୍ଯ୍ୟକୁ ଦେଖୀ ନବୀନଙ୍କ ପ୍ରତି ଜନସମର୍ଥନ ବଢ଼ିବାରେ ଲାଗିଛି ତେଣୁ ଏଥର ଲୋକସଭା ସହ ବିଧାନସଭାରେ ବିଜେଡି ପ୍ରାର୍ଥୀଙ୍କୁ ଲୋକେ ଓ ବିଧାନସଭା ବହୁ ସଂଖ୍ୟାରେ ସମର୍ଥନ ଦେବେ ବୋଲି ମୋର ଆଶା ରହିଛି ଏହି କାର୍ଯ୍ୟକ୍ରମକୁ ରାଜଗାଙ୍ଗପୁର ଟାଉନ ବିଜେଡି ସଭାପତି ରାଜେନ୍ଦ୍ର ଲେଙ୍କାସଭାକୁ ପରିଚାଳନା କରିଥିବା ବେଳେ ରାଜଗାଙ୍ଗପୁର ବିଧାନସଭା ପର୍ଯ୍ୟବେକ୍ଷକ ଧର୍ମେଶ ନାୟକ, ପୌରାଧ୍ଯକ୍ଷା ମାଧୁରୀ ଲୁଗୁନ, ବିଜେଡି କାଉନସିଲର କୌଶଲ ସିଂ, ଗୋବଦ୍ଧନ ତନ୍ତ୍ରୀ,ସୀମରନ ତନ୍ତୀ, କୌଶଲ୍ ପରୱିନ,ସୁଧୀର ଶାହା, ପୂର୍ବତନ ପୌରାଧ୍ୟକ୍ଷା ସୁଶ୍ରୀତା ପାଇକରାୟ,ସଞ୍ଜୀବ ବେଉରା, ଉପେନ୍ଦ୍ର ପ୍ରଧାନ,ଅମରେଶ ପଣ୍ଡା,ଏମଡି ମୋହସିନ, ମଦନ ଅଗ୍ରୱାଲ, ତନ୍ମୟ ସିଂ,ନାରୀନେତ୍ରୀ ରଶ୍ମି ଏକ୍କା,ସୁଭଦ୍ରା ଷଡଙ୍ଗୀ,ପ୍ରିୟଦର୍ଶନୀ ଭୋଇ,ସୋହେବ ଆଲମ,ଏମଡି ମୋବିନ, ସାଙ୍ଗେମ ତିର୍କୀ,ଏମଡି ନୌସାଦଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *