Uncategorized

ବନ୍ଧମୁଣ୍ଡା ବି-ସେକ୍ଟର ଆରପିଏଫ୍ ପଡ଼ିଆରେ ବିଜେଡ଼ିର ଜନସଭା

ରାଉରକେଲା, ୬/୫ (ଉତ୍କଳ ସମାଚାର): ଲୋକସଭା , ବିଧାନସଭା ଆଶାୟୀ ପ୍ରାର୍ଥୀଙ୍କୁ ନେଇ ବନ୍ଧମୁଣ୍ଡା ବି-ସେକ୍ଟର ଆରପିଏଫ୍ ପଡ଼ିଆରେ ବିଜେଡ଼ିର ଜନସଭା ଆୟୋଜିତ ହୋଇଥିଲା । ଏଥିରେ ଲୋକସଭା ସୁନ୍ଦରଗଡ଼ ପ୍ରାର୍ଥୀ ଦିଲିପ ତିର୍କୀ, ଓ ବିଧାନସଭା ବିଜେଡ଼ି ରାଉରକେଲା ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ । ଦିଲିପ ତିର୍କୀ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶଙ୍ଖ ସରକାର ଗଢ଼ିବା ସହ ବହୁ ଭୋଟରେ ବିଜୟୀ ହେବ । ସମସ୍ତେ ସୁନ୍ଦରଗଡ଼ ସାଂସଦ ପାଇଁ ଦିଲିପ ତିର୍କୀ, ବିଧାନସଭା ରାଉରକେଲା ପାଇଁ ସାରଦା ନାୟକଙ୍କୁ ଭୋଟ ଦେଇ ଜୟଯୁକ୍ତ କରନ୍ତୁ । ବୈଠକରେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ । ବନ୍ଧମୁଣ୍ଡା ଯୁବ ବିଜେଡ଼ି ପକ୍ଷରୁ ଆୟୋଜିତ ଏହି ଜନସଭା କାର୍ଯ୍ୟକ୍ରମରେ ନବୀନ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଦିଲିପ ତିର୍କୀ ଜଣାଇଥିଲେ । ଏହି ସରକାର ଆଦିବାସୀ ହିତ ସରକାର । ବନ୍ଧମୁଣ୍ଡା ରେଲୱେ କଲୋନୀରେ କେନ୍ଦ୍ର ସରକାର ତଥା ରେଳ ପ୍ରଶାସନ ପକ୍ଷରୁ ବାରମ୍ବାର ଅଣଦେଖା କରାଯାଉଛି । କେନ୍ଦ୍ର ସରକାର ଆଦିବାସୀମାନଙ୍କ ଜନହିତ ପାଇଁ କୌଣସି ଉନ୍ନତି ମୂଳକ କାମ କରୁ ନାହାଁନ୍ତି । କାର୍ଯ୍ୟକ୍ରମରେ ବିଜେଡ଼ିର ପିଙ୍କୁ ଜେସୱାଲ, ପଦ୍ମା ରାଓ, ପରମଜିତ ସିଂ ସିନ୍ଧୁ, ନରେଶ ଅଗ୍ରୱାଲ, ଲାଲ ଛତ୍ରି, ଜୋନ ଭେଙ୍ଗା, ଆକାଶ ଏକ୍କା, ଚନ୍ଦନ ତରାଇ, ଡ଼ି ଅଭିକ କୁମାର, କାମୁଏଲ, ମାନସୀ ସରକାର, ନିତିଶ ମୁଖୀ ସମେତ ଅନ୍ୟ ନେତା, କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *