Uncategorized

ରାଜଗାଙ୍ଗପୁର ରେ ବିଜେପି ରାଲି ଅସଫଳ 

ରାଜଗାଙ୍ଗପୁର,୮/୫(ଉତ୍କଳ ସମାଚାର) (ସୁବାଷ ବେହେରା) : ରାଜଗାଙ୍ଗପୁର ଠାରେ ଗତ କାଲି ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ଲୋକସଭା ବିଜେପି ପାର୍ଥି ଜୁଏଲ ଓରାମ ଏବଂ ରାଜଗାଙ୍ଗପୁର ବିଧାନସଭା ର ଭାରତୀୟ ଜନତା ପାର୍ଟି ବିଧାୟକ ପାର୍ଥି ନରସିଂହ ମିଞ୍ଜି ଙ୍କୁ ନେଇ ମଟରସାଇକେଲ ରାଲି ସ୍ଥାନୀୟ ରାଣୀବନ୍ଧ ବୀର ବିର୍ସା ମୁଣ୍ଡା ଛକ ନିକଟରୁ ଶୋଭାଯାତ୍ରା ଆରମ୍ଭ କରା ଯାଇଥିଲା l ଏହିଶୋଭା ଯାତ୍ରା ରାଣୀବନ୍ଦ ଠାରୁ ଆରମ୍ଭ କରାଯାଇ ବିଜୁ ପଟ୍ଟନାୟକ ଛକ ସୁବାଷ ବୋଷ ଛକ ଇନ୍ଦିରା ଛକ ଦେଇ ବସ ଷ୍ଟାଣ୍ଡ ଲିପଲୋଇ ସ୍ଥିତ  ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାଜଗାଙ୍ଗପୁର ବାସୀଙ୍କୁ ପଦ୍ମ ଫୁଲରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଏବଂ ବିଧାୟକ ପ୍ରାଥୀ ନରସିଂହ ମିଞ୍ଜି ଭୋଟ ଭିକ୍ଷା ମାଗି ଥିଲେ ଏହି ଶୋଭା ଯାତ୍ରା ଏପରି ଦେଖି ଜଣା ପଡୁ ଥିଲା ଯେ  ରାଜଗାଙ୍ଗପୁର ବାସୀ ଭାରତୟୀ ଜନତା ଦଳ ପ୍ରତି ସମର୍ଥନ ନଥିବା ମନଭାବ ରହିଛି ଏହି ନିର୍ବାଚନ ଶୋଭାଯାତ୍ରା ରେ ହାତ ଗଣତୀ କିଛି ଦଳୀୟ କର୍ମୀ ମଟର ସାଇକେଲ ରାଲୀ ରେ  ଯିବା ବେଳେ ସହର ବାସୀଙ୍କୁ ଭୋଟ ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ l ଭାରତୀୟ ଜନତା ପାର୍ଟି ଗତ 2019  ନିର୍ବାଚନ ରେ ରାଜଗାଙ୍ଗପୁର ଟାଉନରୁସମସ୍ତ ଦଳ ଠାରୁ  ସର୍ବାଧିକ ଭୋଟ ଦେଇ ଥିବା ଜଣା ଯାଇଛି କିନ୍ତୁ ଲୋକଙ୍କ ବିଜେପି ପ୍ରତି ସମର୍ଥନ ଥିଲେ ମଧ୍ୟ ନିର୍ବାଚନ ପରିଚାଳନା ରେ କେଉଁଠି ନା କେଉଁଠି ତ୍ରୁଟି ରହି ଯାଇଛି ଯେଉଁ ପାଇଁ କି  ଦଳ ପ୍ରତି ରାଜଗାଙ୍ଗପୁର ବାସୀଙ୍କ ମୁଁହ ବୁଲେଇବା ଆରମ୍ଭ କରି ଆସୁ ଛନ୍ତି l ଲୋକସଭା ସାଂସଦ ଜୁଏଲ ଓରାମ ଙ୍କ ପ୍ରତି ରାଜଗାଙ୍ଗପୁର ବାସୀ ପ୍ରାୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି କାରଣ ସେ ଦେଇଥିବା ପ୍ରତିଶ୍ରୁତି ପ୍ରତି ଅଣଦେଖା କରିଛନ୍ତି ଏପରିକି ସେ ଦଳର କର୍ମୀଙ୍କୁ ଦେଖା କରୁ ନଥିବା ଅଭିଯୋଗ ହୋଇ ଆସୁ ଥିବା ଶୁଣିବାକୁ ମିଳୁଛି  ସହର ବାସୀ ଙ୍କ ମୂଖ୍ୟ ପ୍ରସଙ୍ଗ ଟ୍ରେନ ରହଣୀଙ୍କୁ ନେଇ ଦାବୀ କରି ଆସୁଥିବା ବେଳେ ସାଂସଦ ଜୁଏଲ ଓରାମ ଏହି ଦାବୀଙ୍କୁ କର୍ଣପାତ ନକରି ଅଣଦେଖା କରିବା ସହରବାସୀ ତାଙ୍କ ପ୍ରତି ଅସନ୍ତୋଷ ଜାହିର କରୁଛନ୍ତି l ସାଧାରଣ ଜନତାଙ୍କୁ ଦେଖା ନକରି ଶିଳ୍ପ କାରଖାନା ଗେଷ୍ଟ ହାଉସ ରେ ରହି କିଛି ଦଳୀୟ କର୍ମୀ ଙ୍କୁ ଦେଖା କରି ଲୋକଙ୍କ ଅଭିଯୋଗ କୁ ନଶୁଣି ସେଠାରୁ ଚାଲି ଯାଉଥିବା ସେହି ଆକ୍ରୋଶ  ବର୍ତ୍ତମାନ ଲୋକଙ୍କ ସେହି ଆକ୍ରୋଶ ର ଅଗ୍ନିରେ ବିଜେପି ଜଳିବାର ସମୁଖ ରେ ଦେଖିବାକୁ ମିଳୁଥିବା ଜଣା ପଡୁଛି l

Leave a Reply

Your email address will not be published. Required fields are marked *